Spread the love

୧୯୩୪ରେ ଗାନ୍ଧୀ ହରିଜନ ପଦଯାତ୍ରାରେ ଓଡ଼ିଶା ଦେଇ ଗଲା ବେଳେ ପୁରୀ ବଡ଼ଦାଣ୍ଡରେ ଟେକାପଥର ମାଡ଼ ହେଲା, ମନ୍ଦିର ପଣ୍ଡାମାନେ ମନ୍ଦିର ବନ୍ଦ କରିଦେଲେ।
ହେଲେ ହିନ୍ଦୋଳ ରାଜା ଦଳିତଙ୍କ ପାଇଁ ମନ୍ଦିର ଖୋଲିଦେଲେ। ବାଲିଅନ୍ତା ନିକୁଞ୍ଜ ବିହାର ମନ୍ଦିରରେ ହରିଜନମାନେ ପ୍ରବେଶ କଲେ।

ହିନ୍ଦୁ ଧର୍ମରେ ଜାତିବାଦକୁ ବିରୋଧ କରି ଆମ୍ବେଦକର ୧୯୫୬ରେ ଜୀବନର ଶେଷ ପର୍ଯ୍ୟାୟରେ ପ୍ରାୟ ୩ ଲକ୍ଷରୁ ଅଧିକ ହିନ୍ଦୁ ଦଳିତଙ୍କୁ ନେଇ ନାଗପୁରରେ ବୌଦ୍ଧ ଧର୍ମ ଗ୍ରହଣ କଲେ।

ମହାତ୍ମା ଗାନ୍ଧୀ ଆମ୍ବେଦକରଙ୍କ ଭଳି ଦୃଢ଼ ମାର୍ଗରେ ଜାତିପ୍ରଥାକୁ ବିରୋଧ କରିପାରି ନଥିଲେ ବି ହିନ୍ଦୁ ଧର୍ମରେ ସଂସ୍କାର ଆଣିବାକୁ ଯାଇ ୧୯୧୭ରେ ପରିବାରରୁ ବିରୋଧର ସମୁଖୀନ ହୋଇଥିଲେ।

ସାବରମତୀ ଆଶ୍ରମରେ ଜଣେ ଦଳିତ ପରିବାର ରହିବା ସହ ରୋଷେଇ ଘରେ ପ୍ରବେଶ କଲା ବେଳେ ପତ୍ନୀ କସ୍ତୁରବା ପ୍ରତିବାଦ କଲେ। ଗାନ୍ଧୀ କହିଲେ ତୁମେ ବାପ ଘର ଚାଲିଯାଇ ପାର! ଆଶ୍ରମରେ ଥିବା ଅନେକ ନିଜ ଲୋକ ବି ଏହାର ବିରୋଧ କଲେ।
ଶେଷରେ କସ୍ତୁରବା ଗାନ୍ଧୀଙ୍କୁ ମାନିଥିଲେ! ବହୁ ବର୍ଷ ପରେ ଆଶ୍ରମରେ ରହିଥିବା ଦଳିତ ଝିଅଟିର ବାହାଘର କରାଯାଇଥିଲା।

୧୯୩୪ରେ ଗାନ୍ଧୀ ହରିଜନ ପଦଯାତ୍ରାରେ ଓଡ଼ିଶା ଦେଇ ଗଲା ବେଳେ ପୁରୀ ବଡ଼ଦାଣ୍ଡରେ ଟେକାପଥର ମାଡ଼ ହେଲା, ମନ୍ଦିର ପଣ୍ଡାମାନେ ମନ୍ଦିର ବନ୍ଦ କରିଦେଲେ।
ହେଲେ ହିନ୍ଦୋଳ ରାଜା ଦଳିତଙ୍କ ପାଇଁ ମନ୍ଦିର ଖୋଲିଦେଲେ। ବାଲିଅନ୍ତା ନିକୁଞ୍ଜ ବିହାର ମନ୍ଦିରରେ ହରିଜନମାନେ ପ୍ରବେଶ କଲେ।

ଜାତିବାଦ ନେଇ ଗାନ୍ଧୀ ଓ ଆମ୍ବେଦକରଙ୍କ ଆଭିମୁଖ୍ୟ

Leave a Reply

Your email address will not be published. Required fields are marked *