Spread the love

ତେଣ୍ଡାକୁଡ଼ା ଫଜଲ ହକ୍ ସରକାରୀ ହାଇସ୍କୁଲ ର ୧୯୬୬ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ
ଗରଦପୁର,୨୩/୧( ଦର୍ଶନ ସମୀକ୍ଷା ) – ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ତେଣ୍ଡାକୁଡ଼ା ଫଜଲ ହକ୍ ସରକାରୀ ହାଇସ୍କୁଲ ର ୧୯୬୬ ବ୍ୟାଚ ଛାତ୍ରଙ୍କ ୧୧ତମ ବାର୍ଷିକ ବନ୍ଧୁ ମିଳନ ସ୍ଥାନୀୟ ଉତରକୂଳସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶୈବ ପିଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନରେ ସିନିଅର ବ୍ୟାଚ୍ (୧୯୬୪ ବ୍ୟାଚ୍) ର ଛାତ୍ର ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଜକିଶୋର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଦୀର୍ଘ ୫୮ ବର୍ଷ ତଳର ଛାତ୍ରମାନେ ଏବେ ପରିଣତ ବୟସରେ ପହଂଚିଥିବାରୁ ନିଜ ନିଜ ମଧ୍ୟରେ ଛାତ୍ର ଜୀବନର ବହୁ ଅନୁଭୂତି ଓ ସୁଖ, ଦଃୁଖ ସମ୍ପର୍କରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା । ୧୧ ବର୍ଷ ତଳେ ବୈଷ୍ଣବ ଚରଣ ସାହୁ ଙ୍କ ଉଦ୍ୟମରେ ଏଭଳି ବନ୍ଧୁ ମିଳନ ର ଆୟୋଜନ ହୋଇଥିଲା ଓ ପ୍ରତି ବର୍ଷ ଏଭଳି ବନ୍ଧୁ ମିଳନ କରାଯାଉଛି । ଚଳିତ ବର୍ଷ ନୀରୋଦ କୁମାର ମହାନ୍ତି ଙ୍କ ଉଦ୍ୟମରେ ଏହି ବନ୍ଧୁ ମିଳନ ର ଆୟୋଜନ ହୋଇଥିଲା । ସେଥିପାଇଁ ଶ୍ରୀ ସାହୁ ଓ ଶ୍ରୀ ମହାନ୍ତିଙ୍କ ଉଦ୍ୟମକୁ ସମସ୍ତେ ପ୍ରସଂଶା କରି ଉଭୟଙ୍କୁ ଧନ୍ୟବାଦ ଦିଆଯାଇଥିଲା । ମଦନ ମୋହନ ମଲ୍ଲ ସମସ୍ତ ବନ୍ଧୁ ମାନଙ୍କୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇ ନୂତନ ବର୍ଷ ସମସ୍ତ ଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ଗୌରବ ର ବର୍ଷ ହେଉ ବୋଲି ମତ ବ୍ୟକ୍ତ କରିଥିଲେ । ସାଥି ଶରତ ଚନ୍ଦ୍ର ଶତପଥି,ସୁଧାଂଶୁ ଶେଖର ସିଂହ,ଫକିର ମୋହନ ସାହୁ, ଗୋପାଳ ବଲ୍ଲଭ ଜେନା,ଗୋଲକ ଚନ୍ଦ୍ର ଜେନା,ବିଷ୍ଣୁ ଚରଣ ସାହୁ , ବନମାଳୀ ରାଉଳ, ଉପେନ୍ଦ୍ର ନାଥ ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇ ତେଲ ଲୁଣର ସଂସାର ଓ ପରିବାର ମଧ୍ୟରେ ଥିବା ସୁଖ ଦୁଃଖକୁ ଏହିପରି ବନ୍ଧୁ ମିଳନ ଲାଘବ କରିଥାଏ ବୋଲି ମତ ଦେବା ସହିତ ଏଭଳି ବନ୍ଧୁ ମିଳନକୁ ଜାରି ରଖିବାକୁ ସମସ୍ତେ ପ୍ରତିଶୃତିବଦ୍ଧ ହୋଇଥିଲେ । ସେତେବେଳେର ଛାତ୍ର ଓ ଶିକ୍ଷକ ମଧ୍ୟରେ ଥିବା ସମ୍ପର୍କ ଓ ବର୍ତମାନ ଛାତ୍ର ଓ ଶିକ୍ଷକ ଭିତରେ ଥିବା ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ସିନିଅର ଆଡ଼ଭୋକେଟ୍ ହୃଦୟନିଧି ମହାନ୍ତି ଧନ୍ୟବାଦ ଦେଇଥିଲେ ।

Related Post

Leave a Reply

Your email address will not be published. Required fields are marked *