Spread the love

*⚜️ ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍। ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।*

. *🔔 ଅର୍ଥାତ*

*🔱 ଦିବ୍ୟ ଭଗବଦୀୟ ଜ୍ଞାନ ଆମ ନିଜ ବୁଦ୍ଧିର ଉପଯୋଗରେ ପ୍ରାପ୍ତ ହୋଇ ନ ଥାଏ । ଯେତେ ଶକ୍ତିଶାଳୀ ଆଭ୍ୟନ୍ତରୀଣ ଉପକରଣ ଆମ ପାଖରେ ଥାଉନା କାହିଁକି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ସେସବୁ ମାୟିକ ଶକ୍ତି ଦ୍ୱାରା ଗଠିତ । ତେଣୁ ଆମର ଜାଣିବା,ବୁଝିବା ଏବଂ ଜ୍ଞାନ ଶକ୍ତିର ପରିସର ମାୟିକ ଜଗତ ମଧ୍ୟରେ ସୀମିତ । ଭଗବାନ ଏବଂ ତାଙ୍କର ଦିବ୍ୟ ଜଗତ ସମ୍ପୂର୍ଣ୍ଣ ଭାବରେ ଆମ ଭୌତିକ ବୁଦ୍ଧିର ପରିସୀମାର ଉର୍ଦ୍ଧ୍ୱରେ । ବେଦ ଦୃଢ଼ତାର ସହିତ ଘୋଷଣା କରେ:-*

*⚜️ ଯସ୍ୟା ମତଂ ତସ୍ୟ ମତଂ ମତଂ ଯସ୍ୟ ନ ବେଦ ସଃ । ଅବିଜ୍ଞାତଂ ବିଜାନତାଂ ବିଜ୍ଞାତମବିଜାନତାଂ । (କେନୋପନିଷଦ ୨.୩)*

*🔱 ଯେଉଁମାନେ ଭାବନ୍ତି ଯେ ସେମାନେ ନିଜେ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ବୁଝିପାରିବେ, ସେମାନଙ୍କର ଭଗବାନଙ୍କ ବିଷୟରେ କୌଣସି ଧାରଣା ନାହିଁ । କେବଳ ଯେଉଁମାନେ ଭାବନ୍ତି ଯେ ଭଗବାନ ତାଙ୍କର ପରିକଳ୍ପନାର ବାହାରେ, ପ୍ରକୃତରେ ସେମାନେ ହିଁ ତାଙ୍କୁ ବୁଝିପାରନ୍ତି।*

*⚜️ ବୃହଦାରଣ୍ୟକ ଉପନିଷଦ କହୁଛି:-*
*⚜️ ସ ଏଷ ନେତି ନେତ୍ୟାତ୍ମା ଅଗୃହ୍ୟୋଃ (୩. ୯.୨୬)*

*🔱 ଜଣେ ନିଜ ବୁଦ୍ଧି ଦ୍ୱାରା ପ୍ରୟାସ କରି ଭଗବାନଙ୍କୁ କେବେ ବି ଜାଣି ପାରିବ ନାହିଁ ।”*

*⚜️ ରାମାୟଣ କହୁଛି:*

*🔱 ରାମ ଅର୍ତକ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ।*

*🔱 “ପ୍ରଭୁ ରାମଙ୍କର ଚରିତ୍ର ଆମ ବୁଦ୍ଧି, ମନ ଓ ବାଣୀର ଉର୍ଦ୍ଧ୍ୱରେ” । ତେବେ ଭଗବାନଙ୍କୁ ଜାଣିବା ସମ୍ପର୍କରେ, ଏହି ସବୁ ଉକ୍ତି ଯେଉଁଠି ସିଧାସଳଖ ପ୍ରକାଶ କରୁଛନ୍ତି ଯେ ଭଗବାନଙ୍କୁ ଜାଣିବା ସମ୍ଭବ ନୁହେଁ, ସେଇଠି ଭଗବତ୍ ପ୍ରାପ୍ତି ଜଣେ କରିବ କିପରି? ଶ୍ରୀକୃଷ୍ଣ ଏଠାରେ ଭଗବଦୀୟ ଜ୍ଞାନ କିପରି ପ୍ରାପ୍ତ ହେବ, ତାହା ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ କେବଳ ଭଗବାନ ହିଁ ଜୀବକୁ ଦିବ୍ୟଜ୍ଞାନ ପ୍ରଦାନ କରିଥାଆନ୍ତି ଏବଂ ସେହି ସୌଭାଗ୍ୟଶାଳୀ ଜୀବ, ଯିଏ ତାଙ୍କର କୃପା ପ୍ରାପ୍ତ କରିଥାଏ, ସେ ହିଁ ତାଙ୍କୁ ଜାଣିପାରେ । ଯର୍ଜୁବେଦ କହୁଛି:-*

*⚜️ ତସ୍ୟ ନୋ ରାସ୍ୱ ତସ୍ୟ ନୋ ଧେହୀ*

*🔱 “ଭଗବାନଙ୍କ ପଦପଦ୍ମରୁ ଝରୁଥିବା ଅମୃତରେ ଅବଗାହନ ନ କରି, କେହି ବି ତାଙ୍କୁ ଜାଣିପାରିବେ ନାହିଁ ।” ଅତଏବ, ବାସ୍ତବ ଭଗବଦୀୟ ଜ୍ଞାନ ବୁଦ୍ଧିର କସରତର ଫଳ ନୁହେଁ, ବରଂ ଏହା ଦିବ୍ୟ କୃପାର ପରିଣତି ଅଟେ । ଶ୍ରୀକୃଷ୍ଣ ଏଠାରେ ଏକଥା ମଧ୍ୟ ପ୍ରକାଶ କରୁଛନ୍ତି ଯେ, ସେ ତାଙ୍କର କୃପାର ପାତ୍ରଙ୍କୁ ଖାମଖିଆଲି ଭାବରେ ବାଛନ୍ତି ନାହିଁ । ବରଂ, ଯେଉଁମାନେ ଭକ୍ତିରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଆନ୍ତି, ସେମାନଙ୍କୁ ସେ ତାଙ୍କ କୃପା ପ୍ରଦାନ କରିଥାନ୍ତି…

Leave a Reply

Your email address will not be published. Required fields are marked *