Spread the love

ଘଟଣା ଟି ଘଟିଛି ହରିୟାଣା ରେ ଜଣେ ପ୍ରସିଦ୍ଧ ଚୋର ଯିଏ ସାରା ବିଶ୍ୱରେ ତାକୁ ବୁଦ୍ଧିମାନ ଚୋର ବୋଲି କୁହାଯାଏ.. ବର୍ତମାନ ତାର ବୟସ 85 ହେଲାଣି ସେ ଏବେ କୋଉଠି କେହି କହିପାରିବେନି ହୁଏତ ପୁଣି କିଛି ବୁଦ୍ଧି ଖର୍ଚ୍ଚ କରି ଚୋରି କରିବାକୁ ଚିନ୍ତା କରୁଥାଇ ପାରନ୍ତି.. ନାଁ “ଧନୀରାମ ମିତ୍ତଲ ” ଭଲ ଶିକ୍ଷିତ ପରିବାର ବାପା ବଡ଼ ସରକାରୀ ଚାକିର କରୁଥିଲେ ବ୍ରିଟିଶ ସରକାରର ଅଧୀନରେ. ଧନିରାମ ର ଜନ୍ମ 1939 ରେ ଭାଇ ଜଣେ ଜଜ ଥିଲେ ଧନିରାମ ବି ରୋତକ ରୁ ଗ୍ରାଜୁଏଟ ହେଲେ କିନ୍ତୁ ଚାକିରି ମିଳିଲାନି ଥରେ ରେଲୱେ ରେ ପରୀକ୍ଷା ଦେଇଥିଲେ କିନ୍ତୁ ତାଙ୍କ ର ହେଲାନି ଧନିରାମ ର ଭରସା ତୁଟିଗଲା ସବୁ ସାର୍ଟିଫିକେଟ କୁ ଚିର ଦେଇ ବୁଲିଲା ତାର ପରିଚିତ ହୁଏ ଜଣେ RTO ଅଫିସ ର କର୍ମଚାରୀ ସାଙ୍ଗରେ ସେ ଧନିରାମ କୁ କିପରି ଗାଡି କାଗଜପତ୍ର ତିଆରି ହୁଏ କୁହେ ସେଇଠି ତିନି ବର୍ଷ ସେ ଚୋରା ଗାଡିର କାଗଜ ପ୍ରସ୍ତୁତି କରେ ଓ ସେ ନିଜେ ଭାବେ ଗାଡି ଚୋରି କରିବ ଦୁଇ ବର୍ଷ ରେ ସେ ଚାଳିଶ ଟି ଗାଡି ଚୋରିକରେ ନକଲି କାଗଜରେ ବିକିଦିଏ କେତେବେଳେ ଧାରା ବି ପଡେ ଓ ଜେଲ ବି ଯାଇଛି କୁହାଯାଏ 1964 ବେଳକୁ ସେ ସାତ ଥର ଜେଲରେ ରହିଛି ଓ ତୁରନ୍ତ ବେଲ ପାଇଯାଏ. ପୋଲିସ ଓକିଲ ମାନେ ବି ତାକୁ ଚିହିଁଥିଲେ ଭଲ ରୋଜଗାର ବି କରିଛି ଥରେ କୋର୍ଟ ରେ ପୋଲିସ ହାତକଡା ପକେଇ ଆଣିଥିଲା ବେଳେ ତାକୁ ଦେଖି ଜଜ ସାହେବ କହିଥିଲେ ତୁ ପୁଣି ଆସିଲୁ ତୁରନ୍ତ ବାହାରକୁ ଯା. ଓ ସେ ବାହାରକୁ ଆସେ ପୋଲିସ କୁ କୁହେ ମୋର କେସ ଫଇସଲା ହେଇଗଲା ଜଜ ତ କହିଲେ ପଳା ତେଣୁ ଚାଲ ଚା ପିଇ ଆସିବା ଦୁଇ ପୋଲିସ ଙ୍କ ସାଙ୍ଗରେ କୋର୍ଟ ବାହାରକୁ ଆସେ ମଉକା ଦେଖି ଖସିଯାଏ ପୋଲିସ ର ଚିନ୍ତା ବଢିଯାଏ ଯେତେବେଳେ କୋର୍ଟ ରେ ତାର ଡାକରା ଆସେ ପୋଲିସ ବାବୁ ମାନେ କୁହନ୍ତି ସେ ଆମକୁ ଟିକେ ପାଖରେ ଆସିବ କହିଯାଇଛି ଆଉ କହିଲା ଆପଣ କହିଲେ କାହାରକୁ ପଳା ଏହା ଶୁଣି ଜଜ ଙ୍କ ଚିନ୍ତା ବଢିଲା ନିଜେ କହିଛନ୍ତି କଣ କରିବେ ପୁଣି ଧନିରାମ କୁ ମାସେ ସମୟ ଦେଲେ କୋର୍ଟ ରେ ଆଣିବାକୁ ପୋଲିସ ମାନେ ବଡ଼ ଦୁଃଖରେ ଥାନା କୁଆସିଲେ ଚାକିରୀ ପଳେଇବ ଥାନାରେ ପହଁଚି ଯେମିତି ଥାନା ବଡ଼ ବାବୁ ସବୁ ଶୁଣିଛନ୍ତି ଦୁଇ ଅଧିକାରୀ ଙ୍କୁ କହିଲେ ତୁମେମାନେ ବି ଥାନାରୁ ପଳା ଧନିରାମ କୁ ଖୋଜି ଆଣ ନହେଲେ ଚାକିରୀ ଯିବ. ସେମାନଙ୍କ ମନରେ ଚିନ୍ତା ହେଲା କୋଉଠୁ ଆଣିବେ ସେ ତ ଫେରାର ହେଲା.. ଶୀତଦିନ ରାତି ଦୁଇଟାରେ ଚାଦର ଘୋରିହେଇ ଥାନ କୁ ଆସି ସିଗାରେଟ ଲଗେଇବାକୁ ଦିଆସିଲି ମାଗୁଛି ଧନିରାମ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ରାତିସାରା ହାଜତ ଭିତରେ ରଖି ବୁଝେଇଲେ କାହିଁକି ଏପରି କରୁଚ ତୁମେ ଶିକ୍ଷିତ କିଛି ବ୍ୟବସାୟ କର.. ସେଇ ଧନିରାମ ସାତ ବର୍ଷ ନକଲି ଚିଠି ଆଣି ଗୋଟିଏ ରେଲୱେ ଷ୍ଟେସନ ରେ ଷ୍ଟେସନ ମାଷ୍ଟର ବି ହେଇଥିଲେ ଓକିଲାତି ଡିଗ୍ରୀ ପଞ୍ଜାବ ରୁ ଆଣି କୋର୍ଟ ରେ କେସ ବି ଲଢୁଥିଲେ ନିଜର ଚାମ୍ବର ବି ହରିଆଣା ରେ କରିଥିଲା କୁହାଯାଏ ସେ ଦିନକୁ ଚାଳିଶ ପ୍ୟାକେଟ ସିଗାରେଟ ଟାଣୁଥିଲେ ନିଜର ଜୁନିଅର ରଖି ଦିଲ୍ଲୀ ବମ୍ବେ ରେ ବଡ଼ ବଡ଼ କେସ ଲଢୁଥିଲେ ସେ ନିଜେ ଗୋଟିଏ ଚୋରା କାର ବି ଚଢ଼ୁଥିଲେ ତାଙ୍କର ସବୁଠୁ “420” କରିସ୍ମା ଥିଲା ନିଜେ ଜଣେ ନକଲି ସିଭିଲ ଜଜ ହେଇ (ଯାଜ୍ଜର)କୋର୍ଟ ରେ 40ଦିନଫଇସଲା ବି କରିଥିଲେ ସମୁଦାୟ 2019 ଟି କେସ ରେ ଅଧା ଲୋକଙ୍କୁ ବେଲ ଦେଇଥିଲେ. କୁହାଯାଏ ତାଙ୍କ ର ସବୁ ଫଇସଲା ଠିକ ଅର୍ଡର ଥିଲା ଯେତେବେଳେ ସେ ଫେରାର ହେଇଗଲେ ଜଣା ପଡିଲା ସେ ଧନିରାମ ଥିଲେ.ସେ ଏପରି ନକଲି ଅର୍ଡର ରେ ପୋଷ୍ଟିଙ୍ଗ ହେଇଥିଲେ. ଯେତେବେଳେ ସେ ଆରେଷ୍ଟ ହେଇ ଜେଲରେ ରହିଲେ ସାମ୍ବାଦିକ ମାନେ ଚାହିଁଲେ ନକଲି ଜଜ ର ଇଣ୍ଟ୍ରଭୁ ନେବାକୁ କିନ୍ତ ଅସମ୍ଭବ ଥିଲା କାରଣ ଷ୍ଟ୍ରିଟ ଅର୍ଡର ଥିଲା ଧନିରାମ କାହା ସହିତ ଯେମିତି ଜେଲରେ ନ ମିସେ..ଖବର ଅଛି ତାର ଇଣ୍ଟ୍ରଭୁ ନେବାକୁ ଜଣେ ପ୍ରସିଦ୍ଧ ସାମ୍ବାଦିକ କେମିତି ତାଙ୍କୁ ଦେଖା କରି ତାଙ୍କ ବ୍ୟକ୍ତିତ୍ୱ ର ଷ୍ଟୋରି ନେବାପାଇଁ ମିଛରେ ଜଣେ ପୋଲିସ ଙ୍କ ସାର୍ଟ ଚିରିଦେଇଥିଲେ ଓ ଆରେଷ୍ଟ ହେଇ ସେଇ ଜେଲକୁ ଗଲେ ଓ ଧନିରାମ ସାଙ୍ଗରେ ଜେଲରେ ଜଳଖିଆ ଖାଇଲେ ଓ ତା ପରଦିନ ତାଙ୍କ ପ୍ରସିଦ୍ଧ ଖବର କାଗଜ ରେ ଧନିରାମ ର ଯିବନି ଛାପିଥିଲେ.1980ରେ ସାରା ଭାରତବର୍ଷରେ ସେ ଖବର ସବୁ ଖବର କାଗଜରେ ଧନିରାମ ବିଷୟରେ ସମସ୍ତେ ଜାଣିଲେ…

Leave a Reply

Your email address will not be published. Required fields are marked *