Spread the love

ଶିବଙ୍କ ତୃତୀୟ ନୟନ

*🔱ପୌରାଣିକ କଥା ଅନୁସାରେ, ଥରେ ନାରଦ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି ଯେଉଁଥିରେ ତ୍ରିନେତ୍ରର ରହସ୍ୟ ଲୁଚି ରହିଛି। ନାରଦ କହିଛନ୍ତି ଯେ, ଥରେ ହିମାଳୟରେ ଏକ ସଭା କରୁଥିଲେ ଯେଉଁଥିରେ ସମସ୍ତ ଦେବାଦେବୀ, ଋଷି-ମୁନି ଓ ଜ୍ଞାନୀଜନ ଉପସ୍ଥିତ ଥିଲେ। ସେତେବେଳେ ମାତା ପାର୍ବତୀ ଆସି ନିଜ ଦୁଇ ହାତରେ ଶିବଙ୍କ ଦୁଇ ଆଖିକୁ ବନ୍ଦ କରିଦେଇଥିଲେ। ମାତା ପାର୍ବତୀ ଶିବଙ୍କ ଆଖିକୁ ଘୋଡେ଼ଇବା ଖଣି ସାରା ସଂସାରରେ ଅନ୍ଧାର ଛାଇଗଲା। ସୂର୍ଯ୍ୟଦେବଙ୍କ କୌଣସି ଅସ୍ତିତ୍ବ ନଥିବା ଭଳି ପ୍ରତୀତ ହୋଇଥିଲା। ଏହାପରେ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଜୀବନ ପାଇଁ ସମସ୍ତେ ସଂଗ୍ରାମ କଲାଭଳି ସ୍ଥିତି ଉପୁଜିଥିଲା। ଭଗବାନ ଶିବ ଏହି ଦୃଶ୍ୟ ସହ୍ୟ କରିପାରିଲେନି। ସେ ନିଜ ମଥାରେ ଏକ ଜ୍ୟୋତିପୁଞ୍ଜ ପ୍ରକଟ କଲେ ଯାହା ଶିବଙ୍କ ତୃତୀୟ ନେତ୍ର ଭାବେ ପ୍ରକଟିତ। ମାତା ପାର୍ବତୀ ପଚାରିବାରୁ ସେ କହିଥିଲେ ଯଦି ସେ ଏଭଳି କରିନଥାନ୍ତେ ତାହେଲେ ସୃଷ୍ଟିର ବିନାଶ ହୋଇଥାନ୍ତା କାରଣ ତାଙ୍କ ଆଖି ହିଁ ଜଗତ ପାଳନକର୍ତ୍ତା। ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ତୃତୀୟ ନେତ୍ର ରହିଛି। ଦୁଇଟି ଆଖିରେ ସମସ୍ତ ଜୀବ ଭୌତିକ ବସ୍ତୁକୁ ଦେଖିବା କାମ କରିଥିବାବେଳେ ତୃତୀୟ ଆଖିକୁ ବିବେକ ବୋଲି କୁହାଯାଏ। ଏହା ଦୁଇ ଆଖି ମଧ୍ୟରେ ମସ୍ତକରେ ରହିଥାଏ କିନ୍ତୁ ଏହା ଦୃଶ୍ୟମାନ ନୁହେଁ। ପୌରାଣିକ ତଥ୍ୟ ଅନୁସାରେ ଭଗବାନ ଶିବଙ୍କ ୩ଟି ନେତ୍ରକୁ ତ୍ରିକାଳର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏଥିରେ ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବାସ କରିଥାଏ। ସ୍ୱର୍ଗଲୋକ, ମୃତ୍ୟୁଲୋକ,ପାତାଳଲୋକ ମଧ୍ୟ ତ୍ରିନେତ୍ରର ପ୍ରତୀକ।*

.
. ଜୟ ଜଗନ୍ନାଥ ସ୍ବାମୀ

Leave a Reply

Your email address will not be published. Required fields are marked *