କବିତା —ସମ୍ବର୍ଦ୍ଧନା
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ,ଗଞ୍ଜାମ ।
ସମ୍ବର୍ଦ୍ଧନା ଏକ ମୃଦୁ ମନ୍ଦ ସ୍ପର୍ଶ,
ପ୍ରେମ,ଆତ୍ମୀୟତାର ,
ହୃଦୟେ ଭରେ ଯା ଉତ୍ସାହ,ସାହସ,
ପୁଲକ ଉନ୍ମାଦନାର । 1
ସମ୍ବର୍ଦ୍ଧନା ଶୁଭ ଆକାଂକ୍ଷୀ ବନ୍ଧୁଙ୍କ
ଆତ୍ମା-ପ୍ରେମାର୍ଦ୍ର କାମନା ,
ପ୍ରଦୀପ୍ତ କରିବ ଢାଳି ଦୀପେ ଘୃତ
ସାହିତ୍ୟିକାଶେ ସାଧନା । 2
ସହଜେ ଜଣାଏ ଅଭିନ୍ନ ନିର୍ମଳ
ହାର୍ଦ୍ଦିକ ଅଭିନନ୍ଦନ ,
କାମନା ସହିତ ସରବ କୁଶଳ
ସୁସ୍ବାସ୍ଥ୍ଯ ସହ ସୃଜନ ; 3
କଳା ନଇପୁଣ୍ଯ ଜାଗରିତ ହୋଇ
ଭବିଷ୍ଯତ ମଧୁମୟ ,
ଉଦ୍ଯମ ସମସ୍ତ କ୍ଷେତ୍ରରେ ସମର୍ଥ
କରାଏ ଆକର୍ଷଣୀୟ । 4
ନମ୍ର ଭାବେ ମାନ ମର୍ଯ୍ଯାଦା ଜ୍ଞାପନେ
ସଭିଙ୍କ ମୁହଁରେ ହସ ,
ନିରୋଳା ଆନନ୍ଦ ନୀରବ ପ୍ରାର୍ଥନା ଝଲସାଇଦିଏ ଯଶ । 5
ପାଠକାନୁରାଗ ସାଧକ ହୃଦୟେ ସୃଜନୀ କ୍ଷେତ୍ରରେ ଭରେ ,
ଅଧିକୁ ଅଧିକ ଆକର୍ଷକ ଭାବ
ପ୍ରକାଶିତ ରଚନାରେ । 6
ତାଙ୍କ ପ୍ରେମସିକ୍ତ ପଥ ପ୍ରଦର୍ଶନ
ଅଜ୍ଞାନ ତିମିର ନାଶେ , ଲେଖା ବଳେ ବଳେ ମାର୍ଜିତ ହୋଇକି
ଗୁଣଗ୍ରାହୀ ହୃଦେ ଝସେ । 7
ସମ୍ବର୍ଦ୍ଧନା କ୍ରିୟା ଅତି ପ୍ରଶଂସାର୍ହ
ବଳେ ହୋନ୍ତି ଉଚ୍ଛ୍ବସିତ , ସମ୍ବର୍ଦ୍ଧିତ ଜନେ ପ୍ରକାଶନାକର୍ଷି ଲେଖା କରନ୍ତି ପ୍ରସ୍ତୁତ । 8