Spread the love

ଜୟ ଲଙ୍କେଶ କମିଟି ତରଫରୁ ରାବଣ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ :

କଟଜ :9/1କାଲି ବାଖରାବାଦ ସ୍ଥିତ ଶ୍ରୀ ଶ୍ରୀ ଲଣ୍ଡା ଦେଉଳ ପ୍ରାଙ୍ଗଣରେ ଲଙ୍କେଶ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା. ଉକ୍ତ ବୈଠକ ରେ ଓଡିଶା ରେ ପ୍ରଥମ ଥର ପାଇଁ ଏକ ରାବଣ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଲଙ୍କେଶ କମିଟି ତରଫରୁ ନିଷ୍ପତି ନିଆଯାଇଛି.ଉକ୍ତ ବୈଠକ ରେ କମିଟିର ସଭାପତି ସମ୍ପାଦକ ଓ ବରିଷ୍ଟ ସଦସ୍ୟ ମାନେ ରାବଣ ଜଣେ ମହାଜ୍ଞାନୀ ସର୍ବଶ୍ରେଷ୍ଟ ମହାନ ଶିବ ଭକ୍ତ ମହାନ ପଣ୍ଡିତ ବ୍ରାହ୍ମଣ ଅସୁର କୂଳରେ ଜନ୍ମ ହେଲେ ମଧ୍ୟ୍ୟ ସଂସାର କୁ ଅନେକ ଜ୍ଞାନ ଦେଇ ଯାଇଛନ୍ତି. ନିଜର ଅଂହକାର ଦ୍ୱାରା ନିଜ ବଂଶ ଓ ସ୍ବର୍ଣ୍ଣ ର ରାଜ୍ୟ ଧନ୍ସ ହେଇଯାଏ.

ପର ନାରୀ କୁ ଅସଦାଚରଣ ଯୋଗୁ କେତେ କ୍ଷତି ଘଟିଥାଏ. ନିଜ ଶତ୍ରୁ କୁ କିପରି ସାହାଯ୍ୟ କରାଯାଏ. ଅଭିଶାପ ପାଇ ରାକ୍ଷସ କୂଳରେ ଜନ୍ମ ହେତୁ ନିଜ କୁଳର ପ୍ରଭୁ ଙ୍କ ହାତରେ ନିପାତ ପାଇଁ ରାସ୍ତା ବାଛିଥିଲେ. ସେଥିପାଇଁ ମଣିଷ ସମାଜ ପାଇଁ ତାଙ୍କର ଶିକ୍ଷା ଅନେକ ଗ୍ରହଣୀୟ ଅଟେ… ଆଜିକାଲି ମଣିଷ ସମାଜରେ ଅନେକ ଅଂହକାର ଓ ଗର୍ବିତ ବ୍ୟକ୍ତି ସମାଜର ଅନେକ ଅମଙ୍ଗଳ ହେବା ସହିତ ଆଗାମୀ ପିଢ଼ି ଅନ୍ଧକାର ମୁଁହ କୁ ଠେଲି ହେଇଯାଉଛି..

ଏହିଭଳି ଏକ ମହାନ ପ୍ରଖ୍ୟାତ ବ୍ୟକ୍ତିତ୍ୱ ର ପ୍ରମାଣ ସ୍ୱରୂପ ଓ ଦିଗଦର୍ଶନ ପାଇଁ ଏକ ମନ୍ଦିରର ଆବଶ୍ୟକ ରହିଛି ନିଶ୍ଚୟ…ଉକ୍ତ ପ୍ରସ୍ତୁତି ବୈଠକ ରେ କଟକ ସହର ର ବିଭିନ୍ନ ବୁଦ୍ଧିଜୀବୀ ସାମ୍ବାଦିକ ଶିକ୍ଷାବିତ ଯୋଗଦେଇଥିଲେ.ଉକ୍ତ ସଭାରେ
ଶ୍ରୀ ପ୍ରମୋଦ ମହାନ୍ତି ଶ୍ରୀ ଭାରତ ଭୂଷଣ ମହାପାତ୍ର
ଶ୍ରୀ ପରେଶ ନାଥ ଦାସଶ୍ରୀ ଅଶୋକ ବିଶ୍ୱାସ ଶ୍ରୀ ବୈକୁଣ୍ଠ ନାଥ ଜେନା ଶ୍ରୀ କିଶୋର ଚନ୍ଦ୍ର ଦାସ
ଶ୍ରୀ ବିଜଯ ବେହେରା ଶ୍ରୀ ବାସୁଦେବ ଜେନା
ଶ୍ରୀ ଦେବାଶିଷ ରାୟ ଶ୍ରୀ ଜୟଦେବ ଛାଟୋଇ ଶ୍ରୀ ଗୌର ମୋହନ ଦାସ ଓ ଶ୍ରୀ ମହେଶ ଦାଗା.. ଓ ଆହୁରି ଅନେକ ଲଙ୍କେଶ ପ୍ରେମୀ….

Leave a Reply

Your email address will not be published. Required fields are marked *