Spread the love

୨୯ ତମ ନିମାପଡା କପ ପାରାଦ୍ବୀପ କ୍ରିକେଟ କ୍ଲବ ସେମିଫାଇନାଲରେ
ନିମାପଡା, ୯/୧ଦର୍ଶନ ସମୀକ୍ଷା :ନିମାପଡା ଆତହେଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅନୁଷ୍ଠିତ ଏହି ମୁକାବିଲାରେ ରାଇଜିଂ କ୍ଲବ ରାଉଲକେଲା ଏବଂ ପାରାଦ୍ବୀପ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ରାଇଜିଂ କ୍ଲବକୁ ୨ଟି ୱିକେଟରେ ହରାଇ ପାରାଦ୍ବୀପ କ୍ରିକେଟ କ୍ଲବ ଫାଇନାଲରେ ପ୍ରବେଶ କରିଛି l ପ୍ରଥମେ ଟସଜିତି ପାରଦ୍ବୀପ କ୍ରିକେଟ କ୍ଲବ ବୋଲିଂ କରିବାକୁ ନିଷ୍ପତି ନେଇଥିଲା l ରାଇଜିଂ କ୍ଲବ ନିର୍ଦ୍ଧାରିତ ୩0 ଓଭରରେ ଓଭର ଖେଳି ସମସ୍ତ ୱିକେଟ ହରାଇ ୨0୧ ରନ ସଂଗ୍ରହ କରିଥିଲା l ଦଳ ପକ୍ଷରୁ ମଳୟ ବାରିକ ୨୮ ଓ ପ୍ରସାଦ ଦାଶ ୨୮ ରନ ସଂଗ୍ରହ କରିଥିଲେ l ପ୍ରତିପକ୍ଷ ପାରାଦ୍ବୀପ କ୍ରିକେଟ କ୍ଲବର ବୋଲରସ୍ମୁତି ରଞ୍ଜନ ଖଟୁଆ ୩ଟି ଓ ବିକାଶ ପରିଡା,ଅୟସକାନ୍ତ ସାହୁ,ସୁପ୍ରଭାତ ପଟ୍ଟନାୟକ, ପ୍ରତ୍ୟକ ୨ଟି ୱିକେଟ ଅକ୍ତିଆର କରିଥିଲେ l ଦ୍ଵିତୀୟାର୍ଦ୍ଧରେ ପାରାଦ୍ବୀପ କ୍ରିକେଟ କ୍ଲବ ଦଳ ବ୍ୟାଟିଂ କରି ୩0 ରୁ ୨୭.୧ ଓଭର ଖେଳି ୮ ଟି ୱିକେଟ ହରାଇ ୨0୫ ରନ ସଂଗ୍ରହ କରିଥିଲା l ଦଳର ବ୍ୟାଟର ପ୍ରମୋଦ ବେହେରା ୫୧ ଓ ନିଶାନ ରଥ ୩୩ ରନ ସଂଗ୍ରହ କରିଥିଲେ l ରାଇଜିଂ ଦଳର ବୋଲର ପ୍ରସାଦ ଦାଶ ୩ଟି ଓ ସମୀର ସାମନ୍ତରାୟ ୨ୱିକେଟ ଅକ୍ତିଆର କରିଥିଲେ l ପାରାଦ୍ବୀପ କ୍ରିକେଟ କ୍ଲବର ଖେଳାଳି ପ୍ରମୋଦ ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ l ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ଆଥେଲେଟିକ ଆସୋସିଏସନ ସମ୍ପାଦଜ ଜୀବନାନନ୍ଦ ମହାପାତ୍ର, ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟବେହେରା,ପିସିସି ପୂର୍ବତନ ସମ୍ପାଦକ ଅଜୟ ମହାନ୍ତି ଓ କ୍ରୀଡ଼ାବିତି ସତ୍ୟ ଜିତି ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରଟିକୁ ପ୍ରଦାନ କରିଥିଲେ l ଅମ୍ପୟାର ଭାବେ ନିର୍ମଳ ମିଶ୍ର ଓ ତ୍ରିଭୁବନ ଦାଶ ଖେଲ ପରିଚାଳନା କରିଥିଲେ l

Related Post

Leave a Reply

Your email address will not be published. Required fields are marked *

You Missed