Spread the love

ଢେଙ୍କାନାଳ: ଦର୍ଶନ ସମୀକ୍ଷା. କ୍ରିକେଟ ଖେଳର ଉନ୍ନତି ପାଇଁ ଏକାଠି ହେଲେ ବହୁ ପୁରୁଣା ଖେଳାଳୀ |

ଢେଙ୍କାନାଳ ବୋରାପଦା ଆମ୍ବ ବଗିଚା ଠାରେ ଜିଲ୍ଲାର ଅଗ୍ରଣୀ କ୍ରିକେଟ କ୍ଲବ 5ଷ୍ଟାର କ୍ଲବର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି | 1985ମସିହାରେ ଆରମ୍ଭ ହୋଇଥିଲା ଏହି କ୍ଲବ, ଢେଙ୍କାନାଳ ଜିଲ୍ଲାର ଆର୍ଥିକ ଅନୁନ୍ନତ ଶ୍ରେଣୀର ପିଲା ମାନଙ୍କୁ ଯେଉଁମାନଙ୍କ ଖେଳ ପ୍ରତି ଆଗ୍ରହ ଥିବା ପିଲାମାନଙ୍କୁ କ୍ଲବ ତରଫରୁ କ୍ରୀଡା ସାମଗ୍ରୀ ସହିତ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କ୍ଲବ ତରଫରୁ କରାଯାଇଛି ଯାହା ଦ୍ୱାରା ବହୁ ପ୍ରତିଭାବାନ ଖେଳାଳିଙ୍କୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ମିଳିପାରିଛି |

ତେବେ ବର୍ତ୍ତମାନ କ୍ରିକେଟ ଖେଳର ଚାହିଦା ଥିବାବେଳେ ପିଲା ମାନଙ୍କର ଯେଉଁଭଳି ଭାବରେ ଖେଳ ପ୍ରତି ଆଗ୍ରହ କମି ଯାଉଛି ତାହା ଅତ୍ୟନ୍ତ ଚିନ୍ତାର ବିଷୟ, ପିଲାମାନେ କିଭଳି ଭାବରେ ପୁନର୍ବାର ଖେଳ ପ୍ରତି ଆଗ୍ରହ ଦେଖାଇବେ ସେଥିପ୍ରତି କ୍ଲବ ତରଫରୁ ପ୍ରଚେଷ୍ଟା କରାଯିବ ଏବଂ ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାରେ ଏକ 20/20 କ୍ରିକେଟ ମ୍ୟାଚର ଆୟୋଜନ କରାଯିବା ପାଇଁ କ୍ଲବର ଯୋଜନା ରହିଥିବା ସଭାପତି ପ୍ରଶାନ୍ତ ଭଞ୍ଜ କହିଥିଲେ |

ଏହି କାର୍ଯ୍ୟକ୍ରମରେ ଗୋପାଳ ଚନ୍ଦ୍ର ପାତ୍ର, ପ୍ରଭାତ ପାଳ, ଜୟନ୍ତ କୁମାର ଛତ୍ତର, ବିବେକ ରଞ୍ଜନ ସ୍ୱାଇଁ, ଦେବୀ ପ୍ରସାଦ ରଥ, ରବୀନ୍ଦ୍ର ପଟ୍ଟନାୟକ, ଅଶୋକ ପାତ୍ର, ସୁଶାନ୍ତ ନାୟକ, ପୀତବାସ ସାହୁ, ମିହିର ରଞ୍ଜନ ଦାସ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସାଗୀର ମହମ୍ମଦ, ଇମତିଆଜ ଅଲ୍ଲୀ, ପ୍ରଦ୍ୟୁମ୍ନ ମହାନ୍ତି, ଜିତେନ୍ଦ୍ର ରାଓ, ରମଣୀ ରଞ୍ଜନ ଦାସ, ଦୀପକ ନନ୍ଦ, ମିଲନ ସିଂ, ନଗେନ କୁମାର ବେହେରା, ଜିତାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ବୋଲି କ୍ଲବ ମିଡ଼ିଆ ମ୍ୟାନେଜର ଲକ୍ଷ୍ମୀକାନ୍ତ ସାହୁ ସୂଚନା ଦେଇଛନ୍ତି |

Related Post

Leave a Reply

Your email address will not be published. Required fields are marked *

You Missed