Spread the love

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟରେ ବଡ଼ବଡ଼ ସଂସ୍ଥାକୁ ଚୂନ ଲଗାଉଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନୀଲ ମହାନ୍ତି ଗିରଫ ମାମଲା ଏବେ କମିସନରେଟ୍‌ ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି। ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଦେବେନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ଇନ୍‌ଫୋସିଟି ଥାନା ପୁଲିସ ଏହି ଠକ ଯୋଡ଼ିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛି।

ମାତ୍ର ଏହା ଭିତରେ ୬ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଆଉ ଅଭିଯୋଗ ହେଉନାହିଁ। ଆହୁରି ଅନେକ ସଂସ୍ଥା ଏହି ଠକ ଯୋଡ଼ିଙ୍କ ପାଲରେ ପଡ଼ି ଫସିଥିବା କୁହାଯାଉଥିଲେ ହେଁ ଗୋଟିଏ ବି ଅଭିଯୋଗ ବଢ଼ିନାହିଁ। ସେହିଭଳି ପୁଲିସ ମଧ୍ୟ ଅଭିଯୁକ୍ତ ଅନୀଲଙ୍କ ଅଫିସ୍‌ରୁ ଜବତ କରିଥିବା ବିଭିନ୍ନ ରେକର୍ଡପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କରୁ ସେଭଳି କିଛି ଗୋପନୀୟ ତଥ୍ୟ ପାଇବା ସମ୍ଭବ ହୋଇ ନଥିବା ଜଣାପଡ଼ିଛି।

ତେଣୁ ମୂଳରୁ ମାମଲାଟି ଯେତିକି ସଂଗିନ୍‌ ଜଣାପଡ଼ୁଥିଲା, ସେମିତି ସ୍ଥିତି ଆଉ ନାହିଁ। ମାମଲାକୁ ପୁଲିସ ଜାଣିଶୁଣି ଚାପୁଛି କି ପ୍ରକୃତରେ ଠକ ଯୋଡ଼ିଙ୍କ ଗୁମର ଭେଦ କରିପାରୁନାହିଁ, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କୋଟିକୋଟି ଟଙ୍କାରେ ଖେଳୁଥିବା ଏହି ଠକ ଯୋଡ଼ିଙ୍କ କଳା କାରବାରର ଚେର ବେଶ୍‌ ଗଭୀରକୁ ଲମ୍ବିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। 

Related Post

Leave a Reply

Your email address will not be published. Required fields are marked *

You Missed