Spread the love

ଧାନ ଅମଳରେ ବାଧକ ସାଜିଲା ଅଦିନିଆ ବର୍ଷା, କ୍ଷତିଗ୍ରସ୍ତଙ୍କ ପାଇଁ ସରକାରଙ୍କୁ ଅନୁରୋଧ କଲେ ପୁର୍ବତନ ମନ୍ତ୍ରୀ ସମୀର ଦାଶ
ନିମାପଡା,୨୬/୧୨ ଧାନ ଫସଲ ଅମଳରେ ବାଧକ ସାଜିଛି ଲଘୁଚାପ ଜନିତ ଅଦିନିଆ ବର୍ଷା l ଏଭଳି ପରିସ୍ଥତିକୁ ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି, କେବେ ମିଳିବ ସରକାରୀ ସହାୟତା ଚିନ୍ତାରେ ରହିଛି ଚଷାକୁଳ l ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଫଳରେ ପାଚିଲା ଧାନ ବିଲରେ ବର୍ଷା ଜଳ ଲହଡି ଭାଙ୍ଗୁଛି l ଏଭଳି ସ୍ଥିତିରେ ଧାନ କେମିତି ଖଳାକୁ ଆସିବ ଚିନ୍ତାରେ ଚାଷୀକୁଳ l ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଧାନ ବହୁତ ଭଲ ହୋଇଥିଲା l ବିଲ ମୁଣ୍ଡରେ ଠିଆ ହୋଇ ଧାନକୁ ଦେଖିଲେ ପେଟ ପୁରିଯାଉଥିଲା l

ଚାଷୀ ଆଶା କରିଥିଲା ଚଳିତ ବର୍ଷ ଧାନ ଅମଳ କରି ଆଶା ଠାରୁ ଢେରବେଶୀ ଅର୍ଥ ରୋଜଗାର କରିବ l ହେଲେ ଚାଷୀର ଆଶା ଆଶାରେ ହିଁ ରହିଗଲା l ଅଦିନିଆ ବର୍ଷା ସବୁକିଛି ଓଲଟାପlଲଟ କରିଦେଲା l ନିମାପଡା କୃଷି ଜିଲ୍ଲା ଅଧୀନରେ ଥିବା ନିମାପଡା ବ୍ଲକରେ କୃଷି ବିଭାଗ ତଥ୍ୟ ଅନୁଯାଇ ଚଳିତ ବର୍ଷ ୧୯, ୫00 ହେକ୍ଟର ଧାନ ଫସଲ କରାଯାଇଥିଲା l ବର୍ତମାନ ପରିସ୍ଥିରେ ଶତକଡା ୯0ଭାଗ ଜମି ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି l କହିବାକୁ ଗଲେ ଫଳରେ ଧାନ ଫସଲ ନଷ୍ଟ ହୋଇଯିବା ଉପରେ l ଏଭଳି ସ୍ଥିତିରେ ଧାନ କେମିତି ଅମଳ ହେବ ଚିନ୍ତାରେ ଚାଷୀ l

ବର୍ଷା ଯୋଗୁଁ ପାଚିଲା ଧାନ କେଣ୍ଡାରୁ ଛିଣ୍ଡି ପାଣିରେ ବୁଡି ରହିଛି l ହାତରେ କଟାଯାଇଥିବା ଧାନ ପାଣିରେ ବୁଡି ଯାଇଛି l ଫଳରେ ଦିନେ ଦୁଇଦିନ ପରେ ଗଜା ହୋଇଯିବ l ଲଘୁଚାପ ଜନିତ ବର୍ଷା ଫଳରେ ଶହଶହ ହେକ୍ଟର ଜମିରେ ହୋଇଥିବା ପରିବା ଫସଲ ଫୁଲକୋବି, ବନ୍ଧାକୋବି, ଆଳୁ,ପୋଟଳ, ବାଇଗଣ, କାକୁଡି ଅନ୍ୟାନ ପନିପରିବା ଚାଷ ସମ୍ପୂର୍ଣ ପ୍ରଭାବିତ ହୋଇଛି l ବର୍ତମାନ ହଜାର ହଜାର ଟଙ୍କା ଧାର କରଜ କରି ଫସଲ ଅମଳ ଆଶାରେ ଥିବା ଚାଷୀ ଏବେ ମୁଣ୍ଡରେ ଦେଇ ବସିଛି l ଏଭଳି ଦୁର୍ଦଶା ସମୟରେ ସରକାର ସହଯୋଗ କରିବା ନିମନ୍ତେ ଚାଷୀ ହରିହର ପ୍ରଧାନ, ନକୁଳ ବେହେରା, ସବ୍ୟସାଚୀ ରାଉତ, ଭ୍ରମରବର ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି l

କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ପୂର୍ବତନମନ୍ତ୍ରୀ ସମୀର ଦାଶ l କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି ଶ୍ରୀଯୁକ୍ତ ଦାଶ l କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ସମୀର ଦାଶ l

Leave a Reply

Your email address will not be published. Required fields are marked *