Spread the love

ଏମକେସିଜି କ୍ୟାମ୍ପସ ପୁଣି ଅଶାନ୍ତ।

ଶିଶୁ ରୋଗ ବିଭାଗ ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଓ SRମାନେ ଆକ୍ରମଣ କରିଛନ୍ତି। MBBS ଛାତ୍ରଙ୍କୁ ରାଗିଂ ହେଉଥିବା ନିୟମିତ ଅଭିଯୋଗ ହେଉଥିବା ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଦେଇଁବାକୁ ଉଦ୍ୟମ କରିଥିଲେ।

ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ କରିଥିଲେ ବି ଏହାର ସମାଧାନ ହୋଇନାହିଁ। କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ପହଞ୍ଚିନାହାନ୍ତି। ଗତ ୬ମାସ ହେଲା MKCG କ୍ୟାମ୍ପସ ମୁରବି ବିହୀନ ହୋଇ ରହିଥିବା ବେଳେ କ୍ୟାମ୍ପସରେ ଅଶାନ୍ତ ବାତାବରଣ ଦେଖାଯାଉଛି।

Leave a Reply

Your email address will not be published. Required fields are marked *

You Missed