ନୂଆଦିଲ୍ଲୀ, ଗତ କାଲି ଲୋକସଭା ରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ କରିବା ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ।
ସମ୍ବିଧାନର ରୁଲ୍ ବୁକ୍ ଅନୁଯାୟୀ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଦ୍ୱାରା ପାରିତ ହୋଇଥିଲା। ୨୬୯ ସାଂସଦ ସପକ୍ଷରେ ମତ ଦେଇଥିଲେ ଏବଂ ୧୯୮ ଏହାକୁ ବିରୋଧ କରିଥିଲେ। ତେବେ ସମାଲୋଚକମାନେ କହିଛନ୍ତି ଯେ, ସମ୍ବିଧାନ ସଂଶୋଧନ ପାଇଁ ସରକାରଙ୍କ ଏହି ବିଲ୍ ଏକ ତୃତୀୟାଂଶ ସମର୍ଥନ ପାଇନାହିଁ ଏବଂ ବିଲ୍ ପାସ୍ କରିବା ପାଇଁ ସରକାରଙ୍କ ସମର୍ଥନ ଅଭାବ ଥିବା ଏହା ଦର୍ଶାଉଛି।
କାରଣ ସମ୍ବିଧାନ ସଂଶୋଧନ କରିବା ଲାଗି “ମୋଟ ୪୬୧ ଭୋଟ୍ ମଧ୍ୟରୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା (ଯଥା ୩୦୭) ଆବଶ୍ୟକ ଥିଲା … କିନ୍ତୁ ସରକାର କେବଳ (୨୬୯) ସାଂସଦଙ୍କ ସମର୍ଥନ ପାଇଥିଲା ବେଳେ ବିରୋଧୀ ୧୯୮ ପାଇଥିଲେ। ଫଳରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲା। ଇ-ଭୋଟିଂ ସିଷ୍ଟମର ସ୍କ୍ରିନସଟ ସହିତ କଂଗ୍ରେସ ସାଂସଦ ମାଣିକାମ ଟାଗୋର ଏକ୍ସରେ ଏହି ସୂଚନା ଦେଇଛନ୍ତି।