Spread the love

ଆଶଙ୍କାରେ ସାପୁଆ ପର୍ଯ୍ୟଟନସ୍ଥଳୀର ଉର୍ନ୍ନତିମୂଳକ କାର୍ଯ୍ୟ
=(ବିଭାଗୀୟ ଦାୟିତ୍ଵ ହୀନତା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ଆଶଙ୍କା)=


ହିନ୍ଦୋଳ(୧୬/୧୨/୨୪)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳବ୍ଲକର ଦଣ୍ଡିରୀ ପଞ୍ଚାୟତ ସ୍ଥିତ ସାପୁଆ ଡ୍ୟାମ୍ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇବା ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ବିଷୟ ହୋଇ ଥିବା ବେଳେ ପ୍ରଶାସନିକ ଅବହେଳା ପାଇଁ କୋଟି କୋଟି ଟଙ୍କା ପାଣି ରେ ପଡ଼ିବା ଆଶଙ୍କା କୁ ଏଡାଇ ଦିଆଯାଇନପାରେ। ସୂଚନା ଥାଉ କି ରାଜ୍ୟ ପର୍ଯ୍ୟଟନ ବିଭାଗ ବିଭିନ୍ନ ପର୍ଯ୍ୟାୟ ରେ ସାତ କୋଟି ଟଙ୍କା ର ଟେଣ୍ଡର କରି ଅଭିଜ୍ଞ ଠିକାଦାର ଙ୍କ ଦ୍ଵାରା ସାପୁଆ ସଲଗ୍ନ ଅଞ୍ଚଳରେ, ରାସ୍ତା, ବନ ଭୋଜି ପାଇଁ ପିଣ୍ଡି ଓ କିଛି ପକ୍କା ଗୃହ ନିର୍ମାଣ କରାଯାଇଛି। ସାପୁଆ ରେ ବର୍ଷ ତମାମ ବିଭିନ୍ନ ସଭା ସମିତି ଓ ବଣ ଭୋଜି ହେଉଥିବା ବେଳେ ଡିସେମ୍ବର ରୁ ଫେବୃୟାରୀ ମାସ ରେ ପ୍ରବଳ ଗହଳି ହୋଇ ଥାଏ। ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ମାନେ ଆସି ଏହି ପ୍ରାକୃତିକ ପରିବେଶ ମଧ୍ୟରେ ବଣ ଭୋଜୀ ର ମଜା ନେଇଥାନ୍ତି। ପର୍ଯ୍ୟଟକ ମାନଙ୍କ ସୁବିଧା ତଥା ଆବଶ୍ୟକ ସ୍ଥଳେ ରାତ୍ରୀ ରହଣି ପାଇଁ କିଛି ଗୃହ ନିର୍ମାଣ କରାଯାଇଛି। ଘର କାମ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ସଂପୃକ୍ତ ଠିକାଦାର କାହାକୁ ଚାବି ହସ୍ତାନ୍ତର କରିବେ ତାକୁ ନେ଼ଇ ସନ୍ଧେହରେ ଅଛନ୍ତି। ଏହାକୁ ନେଇ ସଂପୃକ୍ତ ଠିକାଦାର କୁହନ୍ତି ମୁଁ ଦୀର୍ଘ ଦିନ ହେଲା କାମ ସାରି ପର୍ଯ୍ୟଟନ ବିଭାଗ କୁ ଚିଠି ଲେଖିଥିଲେ ମଧ୍ୟ ମୋ ଠାରୁ ଚାବି ଗ୍ରହଣ କରିବାକୁ ପ୍ରଶାସନିକ ସ୍ତରରେ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯଦି ଏବେ ପର୍ଯ୍ୟଟନ ଋତୁ ରେ ଏହି ଘର ଗୁଡ଼ିକ ହସ୍ତାନ୍ତର କରା ନ ଯାଏ ତାହାଲେ କୋଟି କୋଟି ଟଙ୍କା ପାଣି ରେ ପଡ଼ିବା ସହ ଏହା ଭୂତ କୋଠୀ ରେ ପରିଣତ ହେବା ଆଶଙ୍କା କୁ ଏଡାଇ ଦିଆଯାଇନପାରେ। ସେହିପରି ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହ ଏଠାରେ ଅସାମାଜିକ ମଦ୍ୟପ ବ୍ୟକ୍ତି ମାନଙ୍କ ଦୌରାତ୍ମ୍ୟ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ହିନ୍ଦୋଳ ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ ଓ ଜନସାଧାରଣରେ ଦାବି ଜୋର ହେଉଛି l

Leave a Reply

Your email address will not be published. Required fields are marked *