Spread the love

ମୋ ଜୀବନୀ ମୋ ସମୟ

କଂଗ୍ରେସ ସରକାର ଥିଲାବେଳେ ସରକାରୀ ସର୍କିଟ ହାଉସ ଓ ଡାକବଙ୍ଗଳା ଯୁବ ନେତାଙ୍କ ଅକ୍ତିଆରରେ ରହିଥାଏ। ୨୦୦୧ରେ ମୁଁ ଯୁବ ଜନତା ସଭାପତି ଥିବା ବେଳେ ମୋର କିଛି ଯୁବ ସାଙ୍ଗ ସତ୍ୟନଗର ଡାକବଙ୍ଗଳାରେ ନିୟମିତ ରହୁଥିଲେ। ସେମାନଙ୍କ ଭିତରୁ ଜଣେ ସ୍ଥାନୀୟ ମାଳିକୁ ଖରାପ ବ୍ୟବହାର ଦେଖାଇଥିବା ଛୋଟ ଖବର ବାହାରିଲା।
ମୋତେ ନବୀନ ନିବାସରୁ ଡାକରା ଆସିଲା। ପୂର୍ତ୍ତ ମନ୍ତ୍ରୀ କାଳିନ୍ଦୀ ବେହେରା ପହଁଚିଯାଇଥିଲେ।

ନବୀନ ବାବୁ ଭୀଷଣ କ୍ଷୁବ୍ଧ ହୋଇ ଚେୟାର ଚାରିକଡ଼େ ବୁଲୁଥିଲେ। ଡାକବଙ୍ଗଳାକୁ କ୍ଳବ ଭଳି ବ୍ୟବହାରକୁ ସେ ବିରୋଧ କରୁଥିଲେ। ଡାକବଙ୍ଗଳାର ଅଣସରକାରୀ ବ୍ୟବହାର ଉପରେ ରୋକ ଲଗାଗଲା। ସବୁ ଆଡ଼େ ଚିଠି ଗଲା। କାଳିନ୍ଦୀ ବାବୁ ମୋ ଆଚାର ବ୍ୟବହାର ନେଇ କିଛି ଅନୁକୂଳ ମତ ଦେଲେ। ତା ପରେ ନବୀନ ବାବୁ କଫି ପିଇଲେ, ମୋତେ ଲେମ୍ବୁ ପାଣି ପିଆଇଲେ।’- ଅତନୁ ସବ୍ୟସାଚୀ

ମୋ ଜୀବନ ମୋ ସମୟ

୨୦୦୧ ଡିସେମ୍ବରରେ ଜଣେ ପ୍ରଭାବଶାଳୀ ନେତା (ବିଜୟ ମହାପାତ୍ର) ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ୨୦୦୨ର ସୂର୍ଯୋଦୟ ଦେଖିବେ ନାହିଁ। ଏହା ପ୍ରମୁଖ ଗଣମାଧ୍ୟମରେ ଶୀର୍ଷ ସ୍ଥାନ ନେଲା।

ନବୀନ ବାବୁ ୨୦୦୨ ନୂଆବର୍ଷ ପରଦିନ ପାଟକୁରାରେ ଏକ ବଡ଼ ସଭା କଲେ। କହିଲେ ମୁଁ ପାଟକୁରାର ଭବିଷ୍ୟତ’- ଅତନୁ ସବ୍ୟସାଚୀ

Related Post

Leave a Reply

Your email address will not be published. Required fields are marked *