Spread the love

*” ଅଶିକ୍ଷିତ ମାଆ🧕 “*

ଏକ ମଧ୍ୟବିତ୍ତ ପରିବାରର ବାଳକ ଦଶମ ପରୀକ୍ଷାରେ
୯୦% ମାର୍କ ରଖିଥିଲା ….
ଯେତେବେଳେ ବାପା ମାର୍କ ସିଟ୍ ଦେଖିଲେ
ଖୁସିରେ ତାଙ୍କ ପତ୍ନୀଙ୍କୁ କହିଲେ …
” ଶୁଣୁଛ ….
ଆଜି ଖିରି କିମ୍ବା ମିଠା କିଛି ତିଆରି କର ।
ଜାଣିଛ, ପରୀକ୍ଷାରେ ଆମ ପୁଅ
୯୦% ନମ୍ବର ପାଇଛି ..”

ମାଆ ରୋଷେଇ ଘରୁ ଦୌଡ଼ି ଆସି କହିଲା… .
” ସତ…!
କାଇଁ,
ମୋତେ ଦେଖେଇଲ ସେ କାଗଜଟା  …”

ଏହା ଶୁଣି ପୁଅ ବାପାଙ୍କୁ କହିଲା …
… ” କଣ ବାପା,
ତୁମେ କାହାକୁ ମାର୍କସିଟ୍ ଦେଖାଉଛ ?
ସେ କଣ ପଢି ପାରିବ ?
ସେ ତ ପଢିନି … ”

ଲୁହ ଭରା ଆଖିକୁ କାନିରେ ପୋଛି ମାଆ ଚୁପଚାପ୍ ରୋଷେଇ ଘରକୁ ଚାଲିଗଲା …

ବାପା କିନ୍ତୁ ମାଆର ସେ ଅନ୍ତରର କୋହ ବୁଝି ପାରିଥିଲେ …
ତା’ପରେ ସେ ସଙ୍ଗେସଙ୍ଗେ ପୁଅ କଥାରେ ଯୋଡି କରି କହିଲେ …
” ହଁ ପୁଅ, ତୁ ଠିକ୍ କହିଛୁ।
ପୁରା ଠିକ୍ …
ତୁ ପେଟରେ ଥିଲାବେଳେ,
ତୋ ମାଆ କ୍ଷୀରକୁ ବିଲକୁଲ ପସନ୍ଦ କରୁନଥିଲେ ବି
ତୋତେ ସୁସ୍ଥ ରଖିବା ପାଇଁ
ତୋ ମାଆ ନଅ ମାସ ପ୍ରତିଦିନ କ୍ଷୀର ପିଇଥିଲା ।
କାରଣ ତୋ ମାଆ ଅଶିକ୍ଷିତ ଥିଲା ନା ବୋଧହୁଏ ସେଥିପାଇଁ !

ଯେତେବେଳେ ତୋତେ ସକାଳ ସାତଟାରେ ସ୍କୁଲ ଯିବାକୁ ପଡିଲା,
ସେ ସକାଳ ପାଞ୍ଚଟାରେ ଉଠୁଥିଲା ।
ତୋର ମନ ପସନ୍ଦର ପ୍ରିୟ ଜଳଖିଆ,
ଟିଫିନ ଯେ ତିଆରି କରିବାର ଥିଲା …..
ଜାଣୁ କାହିଁକି ?
କାରଣ ସେ ଅଶିକ୍ଷିତ ଥିଲା ।

ତୁ ରାତିରେ ପଢି ପଢି ଶୋଇପଡୁଥିଲୁ,
କିନ୍ତୁ ସେ ଜଗି ବସେ ।
ଶୋଇବା ପରେ ତୋ ଖାତା ଏବଂ ବହି ବ୍ୟାଗରେ ରଖି ଦିଏ,
ତା’ପରେ ତୋତେ କମ୍ବଳରେ ଘୋଡାଇ ଦେଉଥିଲା
ଏବଂ ତାପରେ ଯାଇ ଶୋଉଥିଲା ।
ତୁ ଜାଣିଛୁ କାହିଁକି …?
କାରଣ ସେ ଅଶିକ୍ଷିତ, ସେଥିପାଇଁ …..

ପିଲାଦିନେ, ତୁ ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲୁ …
ଆଉ ସେ ରାତି ରାତି ଜଗି ଅନିଦ୍ରା ରହୁଥିଲା ।
ପୁଣି ସକାଳୁ କାମରେ ଲାଗି ଯାଉଥିଲା ….
ଜାଣିଛୁ କାହିଁକି ….
ସେ ଅଶିକ୍ଷିତ ଥିଲା ନା ସେଥିପାଇଁ !

ତା ପୁଅ ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବ ବୋଲି
ମୋ ପଛରେ ପଡି ଯାଉଥିଲା,
ଆଉ ନିଜେ ବର୍ଷ ସାରା ସେଇ ଗୋଟିଏ ଶାଢୀରେ ରହୁଥିଲା ।
କାରଣ ସେ ପ୍ରକୃତରେ ଅଶିକ୍ଷିତ ଥିଲା, ନୁହେଁ କି ?

ପୁଅ …. ଶିକ୍ଷିତ ଲୋକ
ପ୍ରଥମେ ନିଜର ସ୍ୱାର୍ଥ ଏବଂ ମତଲବ ଦେଖନ୍ତି ।
କିନ୍ତୁ ତୋ ମାଆ ଆଜି ପର୍ଯ୍ୟନ୍ତ କେବେ ଦେଖିନି…
କାରଣ ସେ ଅଶିକ୍ଷିତ ନା ?

ତୋ ମାଆ ଖାଇବା ରାନ୍ଧି ଆମକୁ ପରସି,
ବେଳେବେଳେ ନିଜେ ଖାଇବାକୁ ଭୁଲିଯାଏ ।
କାରଣ…
ହଁ, ତୋ ମାଆ ଅଶିକ୍ଷିତ …
ଆଉ ମୁଁ ତୋ ମାଆ ପାଇଁ ଗର୍ବିତ ।”

ଏସବୁ ଶୁଣି ପିଲାଟି କାନ୍ଦିବାକୁ ଲାଗିଲା
ଏବଂ ତା ମାଆକୁ କୁଣ୍ଢେଇ ଧରି କହିଲା …
” ମାଆ …
ମୁଁ କାଗଜରେ ତ ୯୦% ନମ୍ବର ଆଣିଛି,
କିନ୍ତୁ ତୁ ମୋ ଜୀବନକୁ
୧୦୦% କରିଥିବା ପ୍ରଥମ ଶିକ୍ଷକ !
ମୁଁ ଆଜି ୯୦% ନମ୍ବର ପାଇବି ଅଶିକ୍ଷିତ,
ହେଲେ ତୁମ ପାଖରେ Ph.D. ଆଉ ଉଚ୍ଚ ଡିଗ୍ରୀ ଅଛି ।
କାରଣ ଆଜି ମୁଁ ମୋ ମାଆ ଭିତରେ ଲୁଚି ରହିଥିବା..
ଡାକ୍ତର, ଶିକ୍ଷକ, ଓକିଲ,
ଡ୍ରେସ୍ ଡିଜାଇନର୍, ସର୍ବୋତ୍ତମ କୁକ୍’ର
ଦର୍ଶନ ପାଇଲି ।
ମୋତେ କ୍ଷମା କର ମାଆ …
ମୋତେ କ୍ଷମା କର…..”

ମାଆ ତୁରନ୍ତ ନିଜ ପୁଅକୁ ଉଠାଇ
ଛାତିରେ ଲଗାଇ କୁଣ୍ଢେଇ ଧରି କହିଲା …
” ପାଗଳାଟା…
ଆଜି ଭଳି ଖୁସିର ଦିନରେ କଣ କାନ୍ଦନ୍ତି !
ଚାଲ୍ ହସ …”
ଆଉ ତାକୁ ଗେଲ ବି କଲେ ।

*“🙏 ଦୁନିଆର ସମସ୍ତ ମାଆ’ଙ୍କୁ ଉତ୍ସର୍ଗୀକୃତ 🙏”*

Leave a Reply

Your email address will not be published. Required fields are marked *