Spread the love

ରାଜଧାନୀରେ ମାତିଛନ୍ତି ଜମି ଦଲାଲ। ହାତେ ଜମି ପାଇଁ ବରିମୁଣ୍ଡରେ ଅପହରଣ ଓ ହଣାକଟା ଘଟଣା ସାମନାକୁ ଆସିବା ପରେ, ଆକ୍ସନ ମୋଡକୁ ଆସିଛି କମିସନରେଟ ପୁଲିସ।

ବିଭିନ୍ନ ସମୟରେ ଜମି ପଜେସନ ପାଇଁ ଗୁଣ୍ଡାଗର୍ଦି ଦେଖିବାକୁ ମିଳୁଛି । ଜମି କିଣିବା ବେଳେ ହେଉ କିମ୍ବା ଜମିକୁ ଜୋର ଜବରଦଖଲ କରିବା ହେଉ, ଏଭଳି ସ୍ଥିତିରେ ବାଉଁଶରଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ତେବେ ଏହି ସବୁକୁ ଆଖି ଆଗରେ ରଖି  ଡିସପି ତାଗିଦ କରିଛନ୍ତି । ବିଶେଷ କରି  ବେଆଇନ କାର୍ଯ୍ୟରୁ ଦୁରେଇ ରହିବାକୁ ନିର୍ଦେଶ ଦେିଛନ୍ତି । ଯଦି କୌଣସି ଗୋଷ୍ଠି ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଦାଦାବଟି ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜମିଜମା ଘଟଣାକୁ କେନ୍ଦ୍ରକରି ବ୍ରିଶୁଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ଓ ଯେ କୌଣସି ବ୍ୟକ୍ତି ଏନେଇ ଗୁଣ୍ଡାଙ୍କ ଶିକାର ହେଲେ ପୁଲିସକୁ ଖବର ଦେଇ ପାରିବେ।  ଓ ଗୁଣ୍ଡଗିରି ଦାଦାବଟି ଆଉ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାହୁ ଦେଖାଇଲେ ପୁଲିସ ବାନ୍ଧିବ  ଓ ବାଉଁଶର ମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲା ପୋଲିସ…

Leave a Reply

Your email address will not be published. Required fields are marked *