ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଆଜିର ଦୁନିଆରେ ଟଙ୍କା କାହାକୁ ବା ଦରକାର୍ ନାହିଁ ।ପିଲା ଠାରୁ ବୁଢ଼ା… ଅବା ଧନି ଠାରୁ ଗରିବ… ଟଙ୍କାର ଏମିତି ଆବଶ୍ୟକ ଅଛି କଳ୍ପନା ବି କରିହେବ ନାହିଁ ।ଜୀବନ ଥିବା ବେଳେ ଅୟେସ ଜୀବନ ଅତିବାହିତ ପାଇଁ ଟଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେଉଁ ଟଙ୍କା ଆମ୍ଭ ମାନଙ୍କ ପାଇଁ ଏତେ ମୂଲ୍ୟବାନ ସେ ଟଙ୍କା ଏଇଠି ମାଟି ଖାଉଛି ।ହଜାର କି ଦୁଇ ହଜାର ନୁହେଁ ଲକ୍ଷ ଟଙ୍କା ଏବଂ ସୁନା ।ଏଇ ଦେଖୁ ନାହାଁନ୍ତି ଟଙ୍କା ବିଡ଼ାକୁ କିପରି ଉଇ ମାଟି ଖାଇଯାଇଛି । ଟଙ୍କାକୁ ଦେଖିଲେ ଲାଗୁଛି ଜୀବନ କାଳର ସବୁ କଷ୍ଟ ଉପାର୍ଜିତ ଟଙ୍କା ।
ତେବେ ପୂରା ଘଟଣା କଣ ? ଆସନ୍ତୁ ଜାଣିବା.. ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି କହିଲେ । ତା’ପରେ ଏ ସଂସାରରୁ ବିଦାୟ ନେଲେ ୭୦ ବର୍ଷୀୟ ସୀତାରାମ ମେଲେକା । ବାପାଙ୍କ ଅନ୍ତିମ ସଂସ୍କାର କରିବା ପରେ ପରିବାର ଲୋକେ ଗଛ ମୂଳରେ ମାଟି ଖୋଳି ଟଙ୍କା ସୁନା ଖୋଜୁଛନ୍ତି ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ କେଲୁବାଡ଼ି ଗାଁ ସୀତାରାମ ମେଲେକା । କାମ ଦାମ କରି ପେଟ ପୋଷନ୍ତି । ସୀତାରାମଙ୍କ ପରିବାର କହିଲେ ୩ ପୁଅ, ଗୋଟିଏ ଝିଅ ଓ ପତ୍ନୀ ସମୀ । ସେ ଯାହା ରୋଜଗାର କରୁଥିଲେ, ସେଥିରେ ସୁଖେ ଦୁଃଖେ ଚଳୁଥିଲା ପରିବାର । ଏହା ଭିତରେ ୩ ପୁଅ ଓ ଝିଅକୁ ବାହାଘର କରାଇ ଦେଇଥିଲେ ସୀତାରାମ । ପୁଅ ଓ ଝିଅ ବାହାଘର କରିବା ପରେ ସମୟ ପାଖରେ ହାର ମାନି ନଥିଲେ ୭୦ବର୍ଷୀୟ ସୀତାରାମ । ସେ ପିଲା ଛୁଆଙ୍କ ପାଖରେ ନରହି ନିଜ ପତ୍ନୀ ସହ ଘରଠାରୁ ପ୍ରାୟ ୩ କିମି ଦୂରରେ ଏକ କୁଡ଼ିଆ ଘରେ ସ୍ବାମୀ ସ୍ତ୍ରୀ ରହୁଥିଲେ । ଆଉ ଘର ଚଳିବା ପାଇଁ ଜଙ୍ଗଲ ଜମିରେ ବିରି,ମାଣ୍ଡିଆ ଓ ଧାନ ଚାଷ କରୁଥିଲେ । ଚାଷରୁ ଯାହା ଉପାର୍ଜନ ହେଉଥିଲା, ସେଥିରୁ କିଛି ବିକ୍ରି କରିଦେଉଥିଲେ ଓ ଆଉ କିଛି ଖାଇବାକୁ ରଖୁଥିଲେ । ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉଥିଲେ । ପତ୍ନୀ ସହ ବେଶ୍ ହସଖୁସିରେ ରହୁଥିଲେ ସୀତାରାମ । ଯାହା ବଳକା ଟଙ୍କା ହେଉଥିଲା ତାକୁ ପାଖରେ ରଖୁଥିଲେ । ଆପଣ ଭାବୁଥିବେ ସେହି ଟଙ୍କାକୁ ସେ ଘରେ ନହେଲେ ବ୍ୟାଙ୍କରେ ରଖୁଥିବେ ବୋଧେ । କିନ୍ତୁ ନା ଆଜ୍ଞା, ସେ ନିଜର ରୋଜଗାର ଟଙ୍କା ଓ ସୁନାକୁ ଘର ପାଖରେ ଥିବା ଆମ୍ୱ ଗଛ ମୂଳରେ ଗାତ ଖୋଳି ପୋତି ଦେଇଥିଲେ । ବର୍ଷ ବର୍ଷ ଧରି ସେ ଏମିତି ଟଙ୍କା ପୋତି ଚାଲିଥିଲେ ।
ଆଜି ସକାଳେ କିନ୍ତୁ ହଠାତ୍ ସୀତାରାମଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ସେ ତାଙ୍କ ପତ୍ନୀଙ୍କୁ କହିଥିଲେ, ଏ ଶେଷ ସମୟରେ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଦେଖିବାକୁ ଚାହୁଁଛି । ତାଙ୍କୁ ଟିକେ ଡାକି ଆଣେ । ସମୀ ସଙ୍ଗେ ସଙ୍ଗେ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଡକାଇ ପଠାଇଥିଲେ । ସେମାନେ ଆସି ପହଞ୍ଚିଥିଲେ । ସୀତାରାମ ପୁଅ ଓ ନାତି-ତାତୁଣୀଙ୍କୁ ଲଚାଇ ରଖିଥିବା ଟଙ୍କା ସମ୍ପର୍କରେ ଅସ୍ପଷ୍ଟ ଭାବେ ଜଣାଇଥିଲେ । ତା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ବାପାଙ୍କ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପରେ ଟଙ୍କା ଖୋଜା ଖୋଜି ଆରମ୍ଭ କରିଥିଲେ । ମାଟି ତଳୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ମାଟି ତଳେ ପୋତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୨ ହଜାର ନଗଦ ଟଙ୍କା ଉଦ୍ଧାର ହୋଇଛି । ହେଲେ ଉଦ୍ଧାର ଟଙ୍କା ମାଟି ଉଈ ଖାଇ ନଷ୍ଟ ହୋଇଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ବାକି ଟଙ୍କା ଓ ସୁନା ମିଳିପାରିନି ।