Spread the love

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗ । ପ୍ରେସ୍‌ମିଟ୍‌ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଭୁବନେଶ୍ୱରରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଗଜପତି କହିଛନ୍ତି ଯେ, ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ । ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି ।ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନ କରିଥିଲୁ । କିନ୍ତୁ କିଛି ସୁଫଳ ହେଲା ନାହିଁ।

ସେହିପରି ୨୦୦୭ ଡିସେମ୍ବରରେ ଲୁଧିଆନାରେ ଅଦିନିଆ ରଥଯାତ୍ରା କରିବାକୁ ନେଇ ଘୋଷଣା କରିଥିଲେ । ଯାହାକୁ ନେଇ ସେତେବେଳେ ଏକ ଆପତ୍ତିଜନକ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ଚିଠିକୁ ବେଖାତିର କରି କରି ରଥଯାତ୍ରା କରିଲେ ଇସ୍କନ । ବାରମ୍ବାର ଚିଠି ସତ୍ତେୱ ବି ମାନିନଥିଲେ ଇସ୍କନ କର୍ତ୍ତୃପକ୍ଷ । ଏହାର କିଛି ମାସ ପରେ ପୁଣି ଥରେ ଦିଲ୍ଲୀରେ ଅଦିନିଆ ରଥଯାତ୍ରାରେ ଆୟୋଜନ କରିଥିଲେ । ଯାହାକୁ ସେତେବେଳେ ଦୃଢ ନିନ୍ଦା କରିଥିଲା ଜଗନ୍ନାଥ ସମିତି । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନ ପକ୍ଷରୁ ଗଭର୍ଣ୍ଣିଂ କାଉନସିଲର ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନ ହେଲେ ଏଥର ଆମେ ଆଇନର ରାସ୍ତା ବାଛିବୁ। ଇସ୍କନ ଧର୍ମପ୍ରଚାର କରିପାରିବ, ହେଲେ ରଥଯାତ୍ରା ନୁହେଁ।

Leave a Reply

Your email address will not be published. Required fields are marked *