Spread the love

ଅପ୍ରିୟ କଥା ।
ଫଟୋ ବି କଥା କହେ !
ମୁଣ୍ଡ ପୋତା କେଳା । ସ୍ଵାଭିମାନର ପ୍ରତୀକ।ଆଜିର ସ୍ୱାର୍ଥପର ଦୁନିଆରେ ସବୁଠାରୁ ସ୍ୱଚ୍ଛ ହୃଦୟର ବ୍ୟକ୍ତି ।ପରିବାର ସହିତ ବାର ଦୁଆର ଓ ଗାଁ ଗଣ୍ଡା ବୁଲି ପେଟ ପାଇଁ ସଙ୍ଘର୍ଷ କରନ୍ତି। ମନରେ ଟିକିଏ ବି ଅହଙ୍କାର ନାହିଁ। ସ୍ବାମୀ ଭୂଇଁରେ ମୁଣ୍ଡ ପୋତେ ! ସ୍ତ୍ରୀ ହାତରେ ବାଜା ।ପୁଅ ବିଭିନ୍ନ ପ୍ରକାର ନାଚ କରେ। ପୁରା ପରିବାର ପରିଶ୍ରମ କରି ପେଟ ପୋଷନ୍ତି ।ଆଜିକାଲି ପରି ମାଗଣା ଖିଆ କୋଢ଼ିଆ ନୁହଁନ୍ତି । ଏମାନଙ୍କୁ ଗାଡ଼ି,ବ୍ୟାଙ୍କ୍ ବାଲଂସ୍, ବଡ଼ ଶୀତ ତାପ୍ ନିୟନ୍ତ୍ରିତ ଘର ଦରକାର ନାହିଁ। କେବଳ ମୁଣ୍ଡ ଗୁଞ୍ଜିବାକୁ ଗଛ ତଳ ଓ ପେଟ ଚାଖଣ୍ଡକ ପାଇଁ ମୁଠେ ପଖାଳ ଓ ବାସୀ ତୋରାଣି। ସରକାର ଓ ସମାଜ ସେବୀ ସଂସ୍ଥା ମାନକୁ ଅନୁରୋଧ ଏମାନଙ୍କୁ ଖୋଜି ଖୋଜି ସାହାଯ୍ୟ ଓ ସହଯୋଗ କରନ୍ତୁ । କାରଣ ଏମାନେ ମାଟିର ମଣିଷ । ଧନୀ ବୋଲି ଅହଙ୍କାର କରୁଥିବା ବ୍ୟକ୍ତି ଜୀବନର ଶେଷ ମୁହୂର୍ତ୍ତକୁ ଚିନ୍ତା କରିବା କଥା । ମଲା ପରେ ୨ ମୁଠା ପାଉଁଶ ହୋଇ (ଧରଣୀ ପେନୁ) ମାଟି ମା କୋଳରେ ମିଶି ଯିବେ ।
ପିଲାଦିନେ ଏସବୁ ଦୃଶ୍ୟ ଦେଖିଛି ଏ ଆଖି । ଉଡୁ ଉଦିଆ ଖରାରେ ପେଟ ପାଇଁ ସଂଘର୍ଷ କରି ନିଜେ ତତଲା ବାଲିରେ ଖେଳ ଦେଖାଇ ବାର ଘରୁ ତେର ତିଅଣ ସଂଗ୍ରହ କରି ଜୀବନ ବିତାଉ ଥିବା ବ୍ୟକ୍ତିଙ୍କୁ ଭଗବାନ ସାହା । ଏମାନଙ୍କ ଜୀବନ କୁ ନେଇ ଏ କବିତା ।🙏

Leave a Reply

Your email address will not be published. Required fields are marked *