Spread the love

ଅନେକ ଦିନ ହେବ ଏକ ଖବର ନବୀନ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଓ ପୂର୍ବତନ 5T ସଚିବ ଅସିତ୍ ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ” ଶୀର୍ଷକ ଏକ ଖବରକୁ ନେଇ ମୋହନ ମାଝୀ ସରକାର ଆକ୍ସନମୋଡକୁ ଆସିଛନ୍ତି ।

ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଓ ପାଣ୍ଡିଆନଙ୍କ ସୁରକ୍ଷାରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ଅସିତ୍ ଓ ପାଣ୍ଡିଆନଙ୍କଠୁ ବାକି ଥିବା ଜଣେ ଲେଖାଏଁ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓଡ଼ିଶ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତ୍ଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଯବାନ ମୁତୟନ ହୋଇଥିଲେ । କିନ୍ତୁ ସରକାରୀ ପଦପଦବୀରେ ନଥାଇ ମଧ୍ୟ ଅସିତଙ୍କୁ କାହିଁକି ଏଭଳି ସୁରକ୍ଷା ଦିଆଯାଉଛି ତାକୁ ନେଇ ‘ଏକ ପ୍ରମୁଖ ମିଡ଼ିଆ ରେ ଗତକାଲି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ଖବର ପ୍ରକାଶନ ପରେ ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ଯବାନ ଦୀପ ପ୍ରଧାନ(ସିପାହୀ-୫୪୦) ଓ ଜେ.ନାୟକ(ସିପାହୀ-୫୪୫)ଙ୍କୁ ଆଜି ଦିନ ୧୧ଟା ବେଳେ ପ୍ରତ୍ୟାହାର କରି ଅଣାଯାଇଛି । ଅସିତଙ୍କ ପିଏସଓ ଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଚନ୍ଦନ କୁମାର ପୁହାଣଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ତ୍ରିପାଠୀ ଏବେ କୌଣସି ସରକାରୀ ପଦପଦବୀରେ ନଥିଲେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି ।

ସେହିପରି ବିଜେଡିର ସର୍ବେସର୍ବା ଥିବା ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଅନୀଲ କୁମାର ମହାନ୍ତିଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରି ଅଣାଯାଇଛି । ଶ୍ରୀ ମହାନ୍ତିଙ୍କୁ ପୁଲିସ କମିଶନରେଟଙ୍କ କାର୍ଯ୍ୟାଳୟରେ ଡ୍ୟୁଟି ଆବଂଟନ କରାଯାଇଥିଲା । ତେବେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଯବାନ ଅଶୋକ ପ୍ରଧାନଙ୍କୁ ମଧ୍ୟ ପ୍ରତ୍ୟାହାର କରି ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ବିଜେଡିର ନିର୍ବାଚନୀ ପରାଜୟ ପରେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି… ଏହା ସବୁ ଏକ ପ୍ରାୟୋଜିତ ନାଟକ ବୋଲି କିଛି ଆଗ ଧାଡ଼ିର ମିଡ଼ିଆ କହୁଥିବା ବେଳେ ନବୀନ ଙ୍କ ନିଷ୍ପତ୍ତି ଅଟଳ ବୋଲି ବିଜେଡି ର ଆଗ ଧାଡ଼ିର କିଛି ନେତା କହିଲେଣି.. ସେପଟେ ବିଜେଡି ର ପଦଯାତ୍ରା ରେ ଜନସମୁଦ୍ର ଦେଖିବାକୁ ମିଳୁଛି…ବିଜେଡି ର ବରିଷ୍ଟ ନେତା ମାନେ କହିଲେଣି ଆମର ସୁରକ୍ଷା କର୍ମୀ ଆବଶ୍ୟକ ନାହିଁ.ଆଗକୁ ଓଡିଶା ରାଜନୀତି କୋଉ ମୋଡ଼ ନେବ ଆଛା ଆଛା ରାଜନୈତିକ ପଣ୍ଡିତ ମାନଙ୍କ ଗଣନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି..

Related Post

Leave a Reply

Your email address will not be published. Required fields are marked *

You Missed