Spread the love

ଦେଶ ସ୍ୱାଧୀନତା ପାଇବା 75 ବର୍ଷ ପାର କଲାଣି ବର୍ତମାନ ଯାହା ଦେଖିବାକୁ ମିଳୁଛି ବିଭିନ୍ନ ବ୍ୟକ୍ତି ଯାହାକୁ ଆମେ ସମାଜରେ ବୁଦ୍ଧିଜୀବୀ ବୋଲି କହୁଛେ ସେମାନଙ୍କ କାଣ୍ଡ କାରନାମା ଓ ସରକାର କିମ୍ବା ସରକାରୀ ବାବୁ ମାନଙ୍କ ଅବାନ୍ତର ସମୀକ୍ଷା କିଛି ବୁଝି ହେଉନି ଦୋଷ କାହାର. ଯେମିତି ବର୍ତମାନ ଦେଖିବାକୁ ମିଳୁଛି ନକଲି ସାର୍ଟିଫିକେଟ ଧରପଗଡ଼ ରେ ଶିକ୍ଷକ ମାନେ କୁଆଡେ ଫେରାର ହେଉଛନ୍ତି. ଯେମିତି ମୟୁରଭଞ୍ଜ ଜିଲ୍ଲାର ଦୁଇସହ ଶିକ୍ଷକ ଜାଲି ବୋଲି ଜଣା ପଡିବା ପରେ ବର୍ତମାନ ଯାଜପୁର ଜିଲ୍ଲାର କଣ ପରିସ୍ଥିତି ଖୋଳତାଡ଼ ଆରମ୍ଭ ହେଇଛି 2018 ରେ 510 ଜଣ ଜୁନିଅର ଶିକ୍ଷକ ଙ୍କୁ କଣ୍ଟାଲେକଚୁଆଲ ରେ ନିଯୁକ୍ତି ମିଳିଥିଲା ସେଥୁରୁ 123 ଜଣ ବାହାର ରାଜ୍ୟର. ଯୋଉ ସାର୍ଟିଫିକେଟ ଦେଇ ଚାକିରୀ ପାଇଛନ୍ତି ବହୁତ ଓଡିଶା ବାହାର ଶିକ୍ଷାନୁଷ୍ଠାନ ର. ଯେପରି ତାମିଲନାଡୁ. ହରିୟାଣା. ଦିଲ୍ଲୀ. ଆନ୍ଧ୍ରା. ଏମିତି ଗୁଡିଏ ରାଜ୍ୟର ଯାହା ନାମ ଟି ଖୁବ କମ ଶୁଣିବାକୁ ମିଳେ. ତନ୍ମମଧ୍ୟ୍ୟରୁ ବହୁତ ବର୍ଷ ପରେ ଜଣା ପଡୁଛି ଜାଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିଲେ. ଶୁଣିବାକୁ ମିଳୁଛି ସାର ମାନେ କୁଆଡେ ଫେରାର ହେବା ଆରମ୍ଭ ହେଲାଣି.କିନ୍ତୁ ପ୍ରଶ୍ନ ଉଠେ ଚାକିରୀ ମିଳିଲା କେମିତି.ଯୋଉ ମାନେ ଶିକ୍ଷା ବିଭାଗରେ ବଡ଼ ବଡ଼ ଅଧିକାରୀ ଥିଲେ ସେମାନେ ସେତେବେଳେ କଣ ସାର୍ଟିଫିକେଟ ଯାଞ୍ଚ କରୁନଥିଲେ.ନିଶ୍ଚିତ ଧରି ନିଆଯିବ ଏମାନେ ସବୁ ଗୋଟେ ଗୋଟେ ଜାଲିଆ. ଏଇମାନେ ସହରରେ ମୋଟା ଅଙ୍କ ଦେଇ ଜମି କିଣି ଅଟାଳିକା ମାନ ଠିଆ କରିଛନ୍ତି. ଆଉ ସମାଜରେ ଜଣେ ଜଣେ ଶ୍ରେଷ୍ଠ ମାନବ ର ପରିଚୟ ଦେଇ ଅୟସ କରୁଛନ୍ତି.. ଏମାନେ ଆଜି ଗଣତନ୍ତ୍ର କୁ କଳଙ୍କ ଲଗେଇ ଭଦ୍ରଲୋକ ସାଜିଛନ୍ତି. ତେବେ ଯାହାହେଉ ଏତେଦିନ ପରେ ଏସବୁ ଖୋଳତାଡ଼ ହେଇଥିବାରୁ ସମାଜର ପ୍ରକୁତ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି.

Leave a Reply

Your email address will not be published. Required fields are marked *