Spread the love

୧୮ଦିନର ଯୁଦ୍ଧ ପରେ ଦ୍ରୌପଦୀଙ୍କ ବୟସ ଯେମିତି ୮୦ ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି।

ହସ୍ତୀନାପୁରର ଚାରିଆଡେ ବିଧବାମାନଙ୍କର କ୍ରନ୍ଦନସ୍ୱର ସାଙ୍ଗକୁ ଶ୍ବାନ ଶୃଗାଳମାନଙ୍କର ବିକଟାଳ ରଡି ଦ୍ରୌପଦୀଙ୍କୁ ସ୍ଥାଣୁ କରି ଦେଇଥିଲା। ନଗରର ଚାରି ଆଡ ପୁରୁଷଶୂନ୍ୟ। ଅନାଥ ପିଲାମାନେ ଯାହା ବୁଲାବୁଲି କରିବାର ଦେଖା ଯାଉଥିଲା। ଦ୍ରୌପଦୀ ନୀରବ, ନିଶ୍ଚଳ ହୋଇ, ବସି ଯାହା ଖାଲି ଶୂନ୍ୟକୁ ନିରିକ୍ଷଣ କରୁଥାଆନ୍ତି।

ଠିକ୍ ସେହି ସମୟରେ……..

କୃଷ୍ଣ ଆସି ଦ୍ରୌପଦୀଙ୍କ ଉଆସରେ ପହଞ୍ଚିଗଲେ। କୃଷ୍ଣଙ୍କୁ ଦେଖିଦେଇ ଦ୍ରୌପଦୀ କାନ୍ଦିବାକୁ ଲାଗିଲେ।

କିଛି ସମୟ ପରେ ଦ୍ରୌପଦୀ ପଲଙ୍କରେ ବସି ପଡିଲେ।

ଦ୍ରୌପଦୀ: ଇଏ କ’ଣ ହେଲା ସଖା? ମୁଁ ତ ଏପରି ହେବ ବୋଲି କେବେ ଚିନ୍ତା କରି ନଥିଲି।

କୃଷ୍ଣ: ନିୟତି ବହୁତ କ୍ରୁର ପାଞ୍ଚାଳି….ସେ ଆମେ ଯାହା ଚିନ୍ତା କରିବା ତାହାର ଅନୁରୂପରେ ଚାଲେ ନାହିଁ। ସେ ଆମର କର୍ମକୁ ପରିଣାମରେ ବଦଳାଇ ଦିଏ।
ତମେ ପ୍ରତିଶୋଧ ନେବାକୁ ଚାହୁଁଥିଲ ଓ ସେଥିରେତ ତୁମେ ସଫଳ ହେଲ। ତୁମର ପ୍ରତିଶୋଧ ପୁରା ହେଲା। ଖାଲି ଦୁର୍ଯୋଧନ ଓ ଦୁଃଶାସନ ନୁହଁନ୍ତି, ପୁରା କୌରବ ବଂଶ ସମାପ୍ତ ହୋଇଗଲା। ତମେ ତ ପ୍ରସନ୍ନ ହେବା କଥା ଦ୍ରୌପଦୀ?

ଦ୍ରୌପଦୀ: ସଖା ତମେ ମୋ ଘା’ରେ ମଲମ ଲଗେଇବାକୁ ଆସିଛ ନାଁ ଲୁଣ ଛିଞ୍ଚିବାକୁ ଆସିଛ?

କୃଷ୍ଣ: ନାଁ ଦ୍ରୌପଦୀ, ମୁଁ ତ ତୁମକୁ ବାସ୍ତବତାକୁ ଅବଗତ କରେଇବାକୁ ଆସିଛି। ଆମ କର୍ମର ପରିଣାମ ଆମକୁ ବହୁଦୂର ପର୍ଯ୍ୟନ୍ତ ଦେଖାଯାଏ ନାହିଁ, ଆଉ ଯେତେବେଳେ ଆମକୁ ଦେଖା ଦିଏ ସେତେବେଳେ ଆମ ହାତରେ କିଛି ରହିନଥାଏ।

ଦ୍ରୌପଦୀ: ତା’ହେଲେ କ’ଣ ଏ ଯୁଦ୍ଧ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ ସଖା ??

କୃଷ୍ଣ: ନାଁ ଦ୍ରୌପଦୀ। ତମେ ନିଜକୁ ଏତେ ମହତ୍ତ୍ୱପୂର୍ଣ୍ଣ ଭାବନି।
କିନ୍ତୁ…..
ତମେ ତୁମ କର୍ମରେ ସାମାନ୍ୟ ଦୂରଦର୍ଶିତା ଦେଖାଇ ଥିଲେ ହୁଏତ ଆଜି ତୁମେ ଏତେ କଷ୍ଟ ପାଉ ନଥାନ୍ତ ପାଞ୍ଚାଳି।

ଦ୍ରୌପଦୀ: ମୁଁ କଅଣ କରି ପାରିଥାନ୍ତି ସଖା ???

କୃଷ୍ଣ: ତମେ ବହୁତ କିଛି କରି ପାରିଥାନ୍ତ ଦ୍ରୌପଦୀ।
ଯେବେ ତୁମର ସ୍ୱୟମ୍ବର ହେଲା….. ସେହି ସମୟରେ ତୁମେ କର୍ଣ୍ଣଙ୍କୁ ଅପମାନିତ କରି ନଥିଲେ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇଥିଲେ, ବୋଧହୁଏ ପରିଣାମ ଆଉ କିଛି ହୋଇଥାନ୍ତା।

ତାପରେ, ଯେବେ କୁନ୍ତୀ ତୁମକୁ ପାଞ୍ଚ ପତିଙ୍କର ପତ୍ନୀ ହେବା ପାଇଁ ଆଦେଶ ଦେଲେ, ସେତେବେଳେ ତୁମେ ଯଦି ସେ ଆଦେଶକୁ ସ୍ୱୀକାର କରିନଥାନ୍ତ, ପରିଣାମ ଆଉ କିଛି ହୋଇଥାଆନ୍ତା।

ଏବଂ…
ତା’ପରେ, ତୁମେ…
ତୁମ ମହଲରେ ଦୁର୍ଯୋଧନଙ୍କୁ ଅପମାନିତ କଲ … କି ଅନ୍ଧର ପୁତ୍ର ଅନ୍ଧ ବୋଲି କହିଲ। ସେ କଥା କହି ନଥିଲେ ତୁମର ବସ୍ତ୍ର ହରଣ ହୋଇ ନଥାନ୍ତା। ତେବେ ବୋଧହୁଏ ପରିସ୍ଥିତି ଆଉ କିଛି ହୋଇଥାନ୍ତା।

ଆଉ ହଁ, *ଆମର ଶବ୍ଦ ଆମର କର୍ମ* ହୋଇଥାଏ ଦ୍ରୌପଦୀ। ଆଉ ଆମକୁ ପ୍ରତି ଶବ୍ଦ କହିବା ପୂର୍ବରୁ ଭାବି ଚିନ୍ତି କହିବାକୁ ହୋଇଥାଏ। ଅନ୍ୟଥା ତାହାର ଦୁଃଷ୍ପରିଣାମ କେବଳ ନିଜକୁ ନୁହେଁ, ପୁରା ପରିବେଶକୁ ଦୁଃଖୀ କରି ଦେଇଥାଏ।

ସଂସାରରେ ମନୁଷ୍ୟ ଏକମାତ୍ର ପ୍ରାଣୀ, ଯାହାର ବିଷ ତାହାର ଦାନ୍ତରେ ନୁହେଁ..ବରଂ ଶବ୍ଦରେ ଲୁଚିରହିଥାଏ।

ଏଥିପାଇଁ ଶବ୍ଦର ପ୍ରୟୋଗ ଭାବିଚିନ୍ତି କରିବା ଉଚିତ। ଏପରି ଶବ୍ଦ ପ୍ରୟୋଗ କର, ଯାହା କାହାର ଭାବନାକୁ କୁଠାରଘାତ ନ କରୁ। କେହି ପ୍ରତିହିଂସା ପରାୟଣ ନହେଉ, କାହିଁକି ନା ମହାଭାରତ ଆମ ଭିତରେ ଲୁଚିକରି ଅଛି। କେବଳ ଶବ୍ଦର ଅପେକ୍ଷା।
ଜୟ ଶ୍ରୀକୃଷ୍ଣ!

Leave a Reply

Your email address will not be published. Required fields are marked *

You Missed