୧୮୯୫ ମସିହାରେ ଅହମଦାବାଦଠାରେ ବ୍ରିଟିଶ ସରକାରଙ୍କଦ୍ଵାରା ନିର୍ମିତ ହୋଇଥିଲା ” ସାବରମତୀ ସେଣ୍ଟ୍ରାଲ ଜେଲ”, ଭାରତୀୟମାନଙ୍କୁ ସେଠାରେ ବନ୍ଦୀଭାବେ ରଖାଯିବାକୁ।
ଏହାର ୨୦ ବର୍ଷପରେ ସେହି ଅହମଦାବାଦ ନିକଟରେ ବୋହି ଯାଉଥିବା
” ସାବରମତୀ ନଦୀ” କୂଳରେଥିବା “କୋଚରବ”ନାମକ ସ୍ଥାନରେ ମହାତ୍ମା ଗାନ୍ଧୀ ନିର୍ମାଣ କରେଇଥିଲେ ” ସାବରମତୀ ଆଶ୍ରମ”, ଯାହା “ଭାରତୀୟ ସ୍ୱାଧିନତା ସଂଗ୍ରାମ”ର ଏନ୍ତୁଡ଼ିଶାଳ ଥିଲା।
ତା୨୩.୦୩.୧୯୩୦ରିଖରେ ଗାନ୍ଧୀଜୀ ସେହିଠାରୁ ସହକର୍ମୀମାନଙ୍କ ସହିତ ତାଙ୍କର “ଲବଣ ସତ୍ୟାଗ୍ରହ” ଆନ୍ଦୋଳନ ଆରମ୍ଭ କରିଥିଲେ।
ହିନ୍ଦି ସିନେମାର ପ୍ରସିଦ୍ଧ ଗିତୀକାର (Lyricist) ପ୍ରଦୀପ ମହାଶୟ,
୧୯୫୪ ମସିହାରେ ମୁକ୍ତିଲାଭ କରିଥିବା “ଜାଗୃତି” ଚଳଚ୍ଚିତ୍ରପାଇଁ
ଲେଖିଥିବା ଗୀତଟିଏର ପ୍ରଥମ ଅଂଶଟି ହେଉଛି;
” ଦେ ଦି ହମେ ଆଜାଦୀ ବିନା ଖଡଗ ବିନା ଢାଲ
ସାବରମତୀ କେ ସନ୍ଥ ତୁ ନେ କରଦିୟା କମାଲ
ଆନ୍ଧି ମେ ଜଲତି ରହି ଗାନ୍ଧୀ ତେରି ମଶାଲ
ସାବରମତୀ କେ ସନ୍ଥ ତୁନେ କରଦିୟା କମାଲ”
(ହେ ସାବରମତୀର ସନ୍ଥ, ବିନା ଢାଲ ଓ ଖଣ୍ଡାରେ ସ୍ୱାଧୀନତା ହାସଲ କରେଇ କମାଲ କରିଦେଲ,
ଅନ୍ଧକାର ଭିତରେ ତୁମର ମଶାଲ ଜଳେଇ ତୁମେ କମାଲ କରିଦେଲ।)
ତା୧୫.୦୮.୧୯୪୭ରିଖରେ ଦେଶ ସ୍ବାଧୀନହେବାର ୭୭ ବର୍ଷପରେ,
ସାବରମତୀ ସେଣ୍ଟ୍ରାଲ ଜେଲରେଥିବା ଆଉଜଣେ ସନ୍ଥ ବି କମାଲ କରୁଛନ୍ତି।
“ଏକଦା ସନ୍ଥମାନେ/ସଂଗ୍ରାମୀମାନେ ଯେଉଁ ବାଟ ଦେଇ ଯାଇଥିଲେ, ସେହି ବାଟ ଚିରଦିନକୁ ପବିତ୍ର ହୋଇ ରହିଛି।ମହାତ୍ମା ଗାନ୍ଧୀ ସନ୍ଥ ଓ ସଂଗ୍ରାମୀ ଉଭୟ ଥିଲେ। ×××× ବାବୁମାନେ, ତୁମେ ନାଗରା ବଜାଇ ଡକରା ହଜାରେ ଯାହା କରିବାକୁ ମନ କରୁଛ କର,××× କିନ୍ତୁ ତୁମକୁ ତୁମ ରାଣ, ତୁମେ ସେମାନଙ୍କ ସେହି ପାଦକୁ (ଧାରାକୁ) ସେମାନଙ୍କ ଦ୍ୱାହି ଦେଇ କଦାପି ଅନୁସରଣ କରନାହିଁ ( ସେମାନଙ୍କ ନାମ ନେଇ ତୁମେ କେବଳ ଶଠତା ଆଚରଣ କରୁଛ)।ଆଉ କିଏ ଯଥାର୍ଥ ଯୋଗ୍ୟ ହୋଇ ଆସିବା ପର୍ଯ୍ୟନ୍ତ ସେ ପାଦ (ଧାରା) ସେମିତି ପଡିଥାଉ।ସେ ପାଦର (ଧାରାର) ଅପମାନ କରନାହିଁ।ଦୟାକର।”
( “ତୁମେ ସେ ପାଦକୁ ମାଡ ନାହିଁ” ହେଉଛି,
ତା29.05.1999ରିଖରେ, ଗାନ୍ଧୀଙ୍କ ଯଥାର୍ଥ ଅନୁଗାମୀ
ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ଏକ ପ୍ରବନ୍ଧର ଶୀର୍ଷକ, ଯାହାର ଛୋଟିଆ ଅଂଶଟିଏ ଉପରେ ଲିଖିତ ଅଛି)
ମୋ କଥା:-ଏଠାରେ ପୂଜିତ ଶିବ ଭଗବାନଙ୍କ ପରିବାର ସହବସ୍ଥାନର ପ୍ରକୃଷ୍ଟ ଉଦାହରଣ ଯେଉଁଠି ‘ଶିବଙ୍କ ବେକରେ ସାପ ଥିଲେ ବି ତାହା ଗଣେଶଙ୍କ ବାହନ ମୂଷିକଙ୍କୁ ଖାଏ ନାହିଁ, କାର୍ତ୍ତିକେୟଙ୍କ ବାହାନ ମୟୁର ଶିବଙ୍କ ସାପକୁ ଖାଏ ନାହିଁ, ପାର୍ବତୀଙ୍କ ବାହନ ସିଂହ, ମହାଦେବଙ୍କ ବାହନ ବୃଷଭଙ୍କୁ ଖାଏନାହିଁ, ସେମାନେ ଖାଦ୍ୟ ହୋଇଥିଲେ ବି’।
ଉପରେ ଥିବା
ଫଟୋରେ ଯଥାକ୍ରମେ;
(୧)୧୮୯୫ ମସିହାରେ ବ୍ରିଟିଶ ସରକାରଙ୍କଦ୍ଵାରା ନିର୍ମିତ ” ସାବରମତୀ ସେଣ୍ଟ୍ରାଲ ଜେଲ” (୨)୧୯୧୫ ମସିହାରେ ଗାନ୍ଧୀଜୀଙ୍କଦ୍ଵାରା ନିର୍ମିତ
” ସାବରମତୀ ଆଶ୍ରମ”…