Spread the love

ଦର୍ଶନ ସମିକ୍ଷା ୧୪/୪(ବେଦପ୍ରକ ନାୟକ)ବଡ଼ଚଣା ବ୍ଲକ ବଡ଼ଘୁମୁରି ପଞ୍ଚାୟତ ଅନ୍ତର୍ଗତ କଡେଇ ପୋଲ ନିକଟସ୍ଥ ସନ୍ତୁକା ରାଇସ୍ ମିଲ୍ ୩ ଟି ପଞ୍ଚାୟତର ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଗୋଟିଏ ପାର୍ଶ୍ୱରେ ଦୀର୍ଘଦିନ ଧରି ଏକ ବ୍ୟବସାୟିକ ଶିଳ୍ପ ପ୍ରତିଷ୍ଠାନ କରି କାର୍ଯ୍ୟ କରିଆସୁଅଛି।ଏହି ରାଇସ୍ ମିଲ୍ ରୁ ଶହ ଶହ ଟନ୍ ଚାଉଳ ଦୈନନ୍ଦିନ ବାହାରି ବାହାରେ ବିକ୍ରି କରାଯାଉଛି।ଏହି ପ୍ରତିଷ୍ଠାନରଚ ତୁର୍ପାଶ୍ୱରେ ବହୁ ଚାଷୀଙ୍କ ଚାଷଜମି ଲାଗିରହିଛି।ବଡଦୁଃଖ ଓ ପରିତାପର ବିଷୟ ଏହିକିଯେ ଏହି କାରଖାନାରୁ ବାହାରୁଥିବା ଦୂଷିତ, ପଚାଶଢl,ଦୁର୍ଗନ୍ଧ ଯୁକ୍ତ ପାଣି ଚାଷୀଙ୍କ ଜମିକୁ ଛାଡି, ଚାଷ ଜମିକୁ ପଡିଆ ପକା ଯାଉଛି।ଏହି କାରଖାନାର କଳେବର ବୃଦ୍ଧି ନିମନ୍ତେ ପୂର୍ବରୁ ବହୁ ଚାଷୀଙ୍କ ଚାଷ ଜମିକୁ ପଡିଆ ପକାଇ ପଚା ଶାଗ ମାଛ ଦରରେ କିଣିଥିଲେ ମଧ୍ୟ ମନ ଶାନ୍ତି ନହେବାରୁ ଏବେ ଆଉକିଛି ଚାଷୀଙ୍କ ଜମିକୁ ଅକ୍ତିଆର କରିବା ପାଇଁ ଚକ୍ରାନ୍ତ କରି ମିଲ୍ ଆଗରେ ଦୂଷିତ ଓ ପୁତିମୟ ଜଳର ଏକ ହ୍ରଦ ସୃଷ୍ଟି କରିଛନ୍ତି।ଚାଷୀଙ୍କ ଜମିରୁ ଉଦ୍ ବୃତଜଳ ନିଷ୍କାସନ ପାଇଁ ନୟନଜୋରି ଥିଲେ ମଧ୍ୟ ତାହାକୁ ସେ ଜୋର ଜବରଦସ୍ତ ବନ୍ଦ କରି ଲୋକଙ୍କ ମୁଖ୍ୟ ଯାତାୟତ ପଥର ଗୋଟିଏ ପାର୍ଶ୍ୱରେ କୁତ୍ରିମ ହ୍ରଦ ସୃଷ୍ଟି କରି ଲୋକ ମାନଙ୍କ ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି।ଦୂଷିତ ଜଳ ସହିତ ମିଲ୍ ର ବିଭିନ୍ନ ଦୂଷିତ ପଦାର୍ଥ ଜମିଥିବା ଜଳରେ ପକାଇ ପରିବେଶକୁ ଅଧିକ ଦୂଷିତ କରୁଛନ୍ତି।ସେହି ରାସ୍ତାଦେଇ ଶହ ଶହ ସଂଖ୍ୟାରେ ଲଘୁଯାନ, ଭାରିଯାନ, ପଦଚାରୀ,ବାଇକ ଚାଳକ, ଏପରିକି ସ୍କୁଲ କଲେଜ କୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପଚା ପାଣି ଗନ୍ଧରେ ନାକ ଫାଟି ପଡିବା ଭଳି ପରିସ୍ଥିତି ଉପୁଜିଛି।ଏହି ମିଲ୍ ପାଇଁ ଭୂମି ପ୍ରଦୂଷଣ ସହିତ ଜଳ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ହେଉଥିବା ଭାଷୀଙ୍କ ଠାରୁ ଆରମ୍ଭ କରି ନିକଟସ୍ଥ ଗ୍ରାମବାସୀ ଓ ଜନସାଧାରଣ ଅଭିଯୋଗ କରୁଛନ୍ତି।ମିଲ୍ ର ମାଲିକ ସ୍ଥାନୀୟ ଅଞ୍ଚଳର କିଛି ପୋଷା ଗୁଣ୍ଡାଙ୍କ ସହାୟତାରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରି,ଚାଷୀମାନଙ୍କୁ ହଇରାଣ ହରକତ କରି ସେମାନଙ୍କ ଭାତହାଣ୍ଡିକୁ ଛଡାଇ ନେଇ ନିଜ ନିୟନ୍ତ୍ରଣlଧୀନ କରିବା ପାଇଁ ଏ ହୀନ ଚକ୍ରାନ୍ତ ଓ ସଡ଼ଯନ୍ତ୍ର ରାଚାଯାଇଥିବା ଲୋକମାନଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।ଲୋକ।ଲୋକମାନେ ପୋଷା ଗୁଣ୍ଡାଙ୍କ ଭୟରେ ମୁଁହ ଖୋଲିବାକୁ ସାହସ କରୁ ନାଁହାନ୍ତି।ମିଲ୍ କାର୍ଯ୍ୟ ଚାଲିବା ସମୟରେ କାରଖାନାରୁ ଏତେ ଧୂଆଁ ବାହାରୁଛି ଯେ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ହେବା ସହିତ ଲୋକଙ୍କ ସ୍ୱାଶ କ୍ରିୟାରେ ଘୋର ଅବନତି ଦେଖାଦେଇଛି।ଏଠାକାର ବହୁ ଜନସାଧାରଣ କିଡ୍ନୀ ଓ ହୃଦ ରୋଗର ଶିକାର ହେଉଛନ୍ତି।ବୋଧହୁଏ ରାଜ୍ୟ ପରିବେଶ ପ୍ରଦୂଷଣ ବିଭାଗ ଅଧିକାରୀ ମାନେ ମିଲରେ ଚାଲିଥିବା ଏଭଳି ମନୋମlନିକୁ ଦେଖି ନ ଦେଖିବାର ଅଭିନୟ କରୁଛନ୍ତି ବା ଉଭୟଙ୍କ ମଧ୍ୟରେ ଥିବା ସଲା ସୁତୁରା ଭାବପାଇଁ ଲୋକଙ୍କ ଜୀବନର ମୂଲ୍ୟ ତାଙ୍କ ପାଇଁ ତୁଚ୍ଛ ହୋଇପାରେ।ତେଣୁ ରାଜ୍ୟ ପ୍ରଦୂଷଣ ବିଭାଗ ଅଧିକାରୀ ଏହା ଉପରେ ବିଧିବଦ୍ଧ ତଦନ୍ତ କରି ସାଧାରଣ ଲୋକଙ୍କ ଜୀବନ ଜୀବିକାର ମୂଲ୍ୟ ବୁଝି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *