Spread the love

ଲୋକପ୍ରିୟ କେନ୍ଦ୍ର ସରକାରଙ୍କର
ଜନତାଙ୍କ ସ୍ୱାର୍ଥରେ “ଓଃ କି ଦୁଃଖ”

“ରାଜ୍ୟ ସରକାରଗୁଡିକ ମଧ୍ୟ ସେହି ରାଜ୍ୟର ଖଣିଜ ସମ୍ପଦ ଉପରେ ଟିକସ ଧାର୍ଯ୍ୟ କରିପାରିବେ” ସମ୍ପର୍କିତ ଗୋଟିଏ ମୋକଦ୍ଦମାର ବିଚାରକରି,
ସୁପ୍ରିମକୋର୍ଟର ଏକ ନଅଜଣିଆ ବିଚାରପତିଙ୍କୁନେଇ ଗଠିତ ଏକ ସାମ୍ବିଧାନିକ ବେଞ୍ଚର ଆଠଜଣ ବିଚାରପତି ( ମୂଖ୍ୟ ବିଚାରପତିଙ୍କ ସମେତ), ତା୨୫.୦୭.୨୦୨୪ରିଖରେ ନିଷ୍ପତ୍ତି ଶୁଣାଇଥିଲେ ଯେ,
“ରୟାଲ୍ଟି ଟିକସ ନୁହେଁ ଏବଂ ରାଜ୍ୟସରକାର ଟିକସ ଧାର୍ଯ୍ୟ କରିପାରିବେ”।

ସେମାନେ ତା୧୪.୦୮.୨୦୨୪ରିଖରେ ଆହୁରି ନିଷ୍ପତ୍ତିରୃ ଶୁଣାଇଥିଲେ ଯେ,
“ରାଜ୍ୟଗୁଡିକ ପଛୁଆଭାବେ ତା୦୧.୦୪.୨୦୦୫ମସିହାରୁ ଏଭଳି ଟିକସ ଆଦାୟ କରିପାରିବେ କିନ୍ତୁ ଏହା ଉପରେ ସୁଧ ବା ଜୋରିମାନା ଆଦାୟ କରିପାରିବେ ନାହିଁ”।

“ଏହି ଦୁଇଟି ନିଷ୍ପତ୍ତି ସାଧାରଣ ଲୋକଙ୍କ ଉପରେ ବୋଝ ହୋଇପାରେ ଓ
ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ” ଭଳି ଯୁକ୍ତି ଆଧାରରେ କେନ୍ଦ୍ର ସରକାରଙ୍କ ତରଫରୁ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ ସୁପ୍ରିମକୋର୍ଟଙ୍କ ତରଫରୁ
ତା୨୪.୦୯.୨୦୨୪ରିଖରେ ଖାରିଜ କରିଦିଆଯାଇଥିଲା। ତା୦୪.୧୦.୨୦୨୪ରିଖରେ ଏହାର ଖୁଲାସା ହୋଇଛି ଅର୍ଥାତ
ତା୦୪.୧୦.୨୦୨୪ରିଖରେ ଏହା ଲୋକଲୋଚନକୁ ଆସିଛି।

ସାଧାରଣ ଜନତା ତଥା ଦେଶର ଅର୍ଥନୀତିରେ ଉନ୍ନତିପାଇଁ ଲୋକପ୍ରିୟ କେନ୍ଦ୍ର ସରକାରଙ୍କର “ଓଃ କି ଦୁଃଖ”।

     

Leave a Reply

Your email address will not be published. Required fields are marked *