Spread the love

ପେନକିଲର୍‌ ଛାଡ଼ନ୍ତୁ ଯୋଗ କରନ୍ତୁ

Health eXpress

ମୁଣ୍ଡବିନ୍ଧାକୁ ନେଇ ଚିନ୍ତାରେ କି? ପ୍ରାୟ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧର ସହାୟତା ନେଇଥାନ୍ତି । ସବୁବେଳେ ଔଷଧ ଖାଇବା ଦ୍ୱାରା ଏହା କ୍ରମଶଃ ଅଭ୍ୟାସରେ ପଡିଯାଇଥାଏ, ଯାହା ଆଦୌ ଠିକ୍‌ ନୁହେଁ । ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଓ ସରଳ ଯୋଗାସନ କରିପାରିବେ । ଚାଲନ୍ତୁ ଦେଖିବା ସେହି ଯୋଗଗୁଡିକ କ’ଣ?

🧘 ଉଷ୍ଟ୍ରାସନ

ଏହି ଯୋଗାସନ କେବଳ ଶରୀରକୁ ନମନୀୟ କରି ନଥାଏ, ବରଂ ଅନେକ ଫାଇଦା ମଧ୍ୟ ଦେଇଥାଏ । ଏହି ଯୋଗ କରିବା ଦ୍ୱାରା ମସ୍ତିଷ୍କକୁ ଅମ୍ଲଜାନ ସଞ୍ଚାଳନ ତୀବ୍ର ହୋଇଥାଏ, ଯାହାଦ୍ୱାରା ଶରୀରରେ ସତେଜନା ଅନୁଭବ ହେବା ସହ ଚିନ୍ତା ଦୂର ହୋଇଥାଏ । ଉଷ୍ଟ୍ରାସନ କରିବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିବା ସହ ପିଠି ମଜଭୁତ ହୋଇଥାଏ । ଏପରିକି ବସିବାର ଶୈଳୀରେ ମଧ୍ୟ ସୁଧାର ଆସିଥାଏ ।

🧘🏼 ବ୍ରିଜ୍‌ ଆସନ

ମୁଣ୍ଡାବିନ୍ଧାଜନିତ ସମସ୍ୟା ପାଇଁ ବ୍ରିଜ୍‌ ଆସନ ଏକ ବରଦାନ । ଏହି ଆସନ ବେକ ଓ କାନ୍ଧ ଯନ୍ତ୍ରଣାକୁ କମ୍‌ କରିବା ସହ ମୁଣ୍ଡାବିନ୍ଧା କମ୍‌ କରିଥାଏ । ଏହା ଆସନ ଶରୀରକୁ ନମନୀୟ କରିଥାଏ । ନିୟମିତ ଏହି ଆସନ କରିବା ଦ୍ୱାରା ପାଚନ ତନ୍ତ୍ର ଓ ଚିନ୍ତାକୁ କମ୍‌ କରିଥାଏ । ଫଳରେ ସାରା ଦିନ ସତେଜ ଅନୁଭବ ହୁଏ ।

🧘🏼‍♀️ ପବନାମୁକ୍ତାସନ

ମୁଣ୍ଡାବିନ୍ଧା ଓ ମାଇଗ୍ରେନ୍‌ ସମସ୍ୟା ଥିଲେ, ପବନମୁକ୍ତାସନ ଲାଭଦାୟକ । ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ନମନୀୟ ରଖିଥାଏ । ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।

🧘🏿‍♀️ ବାଳାସନ

ବାଳାସନ ଅର୍ଥାତ ଚାଇଲ୍ଡ ପୋଜ୍‌ ମୁଣ୍ଡାବିନ୍ଧା ଓ ଚିନ୍ତାରୁ ମୁକ୍ତି ଦେଇଥାଏ । ଏହା ଆସନ ନିତମ୍ବକୁ ମୁକ୍ତ ରଖିବା ସହ ଚିନ୍ତା ଦୂର କରିଥାଏ । ମଥାରେ ଭୂମିକୁ ଛୁଇଁବା ଦ୍ୱାରା ଆକ୍ୟୁପ୍ରେସର ପଏଣ୍ଟ ସକ୍ରିୟ ହୋଇଥାଏ । ଫଳରେ ମୁଣ୍ଡାବିନ୍ଧା ଦୂର ହୁଏ ।

Leave a Reply

Your email address will not be published. Required fields are marked *