କନ୍ଧମାଳ :ଜିଲ୍ଲା ହୋମଗାର୍ଡ ସଂଘର ମହାନତା..ମୁସଲିମ୍ ସମ୍ପ୍ରଦାୟର ହୋମଗାର୍ଡ ଭାଇଙ୍କ ପରିବାରକୁ କଲେ ସହାୟତା..
କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଂଘ କର୍ମକର୍ତ୍ତା ତଥା କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନଙ୍କ ମାଁଙ୍କର ଅକାଳ ବିୟୋଗ ହୋଇଥିବାରୁ ଆଜି ଶେଖ୍ ରିହାଜୁଦନଙ୍କ ବାସଭବନ ଆମଲାପଡା ଠାରେ ମୁସଲିମ ସଂପ୍ରଦାୟର ପରମ୍ପରା କ୍ରମେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ତାଙ୍କ ପରିବାର ସଦସ୍ୟଙ୍କୁ ନୂତନ ବସ୍ତ୍ର ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ l ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ହିନ୍ଦୁ, ମୁସଲିମ, ଖ୍ରୀଷ୍ଟୀୟାନ ,ସଂପ୍ରଦାୟର ସମସ୍ତ ହୋମଗାର୍ଡ କର୍ମଚାରୀ ଙ୍କ ପରିବାର ସଦସ୍ୟଙ୍କ ବିପଦ ସମୟରେ ଉପସ୍ଥିତ ରହି ସାନ୍ତ୍ଵନା ଦେବା ସହିତ ସଂଘଠନ ମାଧ୍ୟମରେ ଆର୍ଥିକ ସ୍ଥିତି ଅନୁସାରେ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ନିଷ୍ପତ୍ତି ନେଇଥିବାରୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ସୁଚନା ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ର ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ,ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦନା ସପନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ହୋମଗାର୍ଡ ସଂଘ କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ, ସାଫରିନ ଖାନ୍,ସୁଧିର କୁମାର ବେହେରା,ସୋରଜ କୁମାର ଦାଶ, ଦୈତାରି ଦିଗାଲ, ଉପସ୍ଥିତ ରହି ଶେଖ୍ ରିହାଜୁଦନଙ୍କ ବାପାଙ୍କୁ ସ୍ବାନ୍ତନା ଦେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ l