ବଡ଼ଚଣା // ବିଜୟ ଦାଶଙ୍କ ସ୍ମୃତିସଭା ଓ ସାଉଁଟା ସ୍ମୃତି ଉନ୍ମୋଚିତ ବଡ଼ଚଣା ( ଅ. ମି ) 4.10 ବଡ଼ଚଣା ଦେଉଳକୁର ନିବାସୀ ତଥା ଡିହକରନ୍ଦl ଉ.ପ୍ରା. ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସ୍ବର୍ଗତ ବିଜୟ କେତନ ଦାଶଙ୍କ ଦ୍ୱାଦଶl ତିଥିରେ ଏକ ଶୋକ ସଭା ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି l
ଶିକ୍ଷlବିତ ଧ୍ରୁବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଆଇନଜୀବୀ ଦେବରାଜ ବେହେରାଙ୍କ ସଂଚାଳନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲେ l ଶିକ୍ଷlବିତ ଗଙ୍ଗାଧର ନାୟକ,ଅଜିତ ପ୍ରସାଦ ମିଶ୍ର, ପରମାନନ୍ଦ ସାହୁ, କବି ଭୋଳାନାଥ ରାଉତ, କଡ଼ାଇ ସେବା ସମବାୟ ସମିତି ସଭାପତି ଅଭୟ ସାମଲ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ସମିତି ସଭ୍ୟ ମଧୁସୂଦନ ବଳ, ପ୍ରlଧ୍ୟାପକ ପଦ୍ମନାଭ ପଣ୍ଡା, ଅଧ୍ୟାପକ ଶୁଭ୍ରାଂଶୁ ଶେଖର ସାହୁ, ପ୍ରକାଶ ପ୍ରଧାନ, ବଡ଼ଚଣା ପ୍ରାଥମିକ ଶିକ୍ଷକ ସଂଘ କଲ୍ୟାଣ ପାଣ୍ଠି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସମ୍ପାଦକ ବଳରାମ ରଣା, ସନ୍ତୋଷ ଜେନା, ଅମୀୟ କୁମାର ଦାଶ, ପଣ୍ଡିତ ଆଲୋକ ଚରଣ ପଣ୍ଡା, ବୀରକିଶୋର ପ୍ରଧାନ, ପ୍ରଭାକର ପ୍ରଧାନ. ପ୍ରଦୀପ୍ତ ପ୍ରଧାନ,ଜ୍ୟୋତି ଶଙ୍କର ମହାପାତ୍ର ସହପାଠୀ ଅଧ୍ୟାପକ ତପନ କୁମାର ଜେନା, ଆର୍ତତ୍ରାଣ ଜେନା, ସୁବ୍ରତ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଖଣ୍ଡାଇ, ଅମୀୟ ତ୍ରିପାଠୀ, ନିତ୍ୟାନନ୍ଦ ଖୁଣ୍ଟିଆ,ଅରବିନ୍ଦ ଦାସ, ସନ୍ତୋଷ କୁମାର ଜେନା,ରତ୍ନାକର ବଳ,ରତ୍ନାକର ପରିଡା,ପୁର୍ଣଚନ୍ଦ୍ର ସେଠୀ, ପ୍ରଦୀପ୍ତ ଜେନା, ପ୍ରଶାନ୍ତ ଦାଶ,ସୀତାନାଥ ରାଉତରାୟ, ପ୍ରମୋଦ ସିଂହ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଅଧ୍ୟାପକ ପ୍ରଣବ ଦାସ ଓ ଗାୟକ ସୌରଭ ରଜନୀକାନ୍ତ ପୃଷ୍ଟିଙ୍କ ସମ୍ପାଦନାରେ ପତ୍ରିକା ” ସାଉଁଟା ସ୍ମୃତି ”ଉନ୍ମୋଚନ କରାଯାଇଥିଲା ଳ
ବଡ଼ଚଣା ଶିକ୍ଷକ ସଙ୍ଘ କଲ୍ୟାଣ ପାଣ୍ଠି ଓ ସହପାଠୀଙ୍କ ପକ୍ଷରୁ ପୁତ୍ର ସୌଭାଗ୍ୟ କlଶ୍ୟପଙ୍କ ଶିକ୍ଷା ନିମନ୍ତେ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା. ଏଥିରେ ପତ୍ନୀ ଶଶୀରେଖl, ଭ୍ରାତା ସୁବାଷ, ଭଗ୍ନୀ ଗୀତl ସମେତ ପରିବାର ଜନ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ଭ୍ରାତା ଜ୍ୟୋତିର୍ବିଦ ସନ୍ତୋଷ ଦାଶ ସମସ୍ତଙ୍କୁ କୃତଜ୍ଞାତl ଜଣାଇଥିଲେ l ଶେଷରେ ବିଶିଷ୍ଟ ଗଜଲ ଗାୟକ କୈଳାଶ ବୈଷ୍ଣବ ଏବଂ ସାଥିମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା