ଭୁବନେଶ୍ୱର 12/4 //କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଭୁବନେଶ୍ୱର ରେ କମିଶନରେଟ ପୁଲିସ ତରଫରୁ ଜୋରଦାର ଆକ୍ସନ. କିଛି ଦିନ ତଳେ ନୂଆପାଲୀ ରେ ବାଉନ୍ସର ଗ୍ୟାଙ୍ଗ ଦ୍ୱାରା ରାତି ଅଧରେ ଘର ଭଙ୍ଗା ପରିପେକ୍ଷୀରେ ବାଉଁଶର ଗ୍ୟାଙ୍ଗ ର ସମସ୍ତ ଖେଳୁଆଡ଼ ଅପରାଧୀ ଙ୍କୁ ଖୋଜି ଖୋଜି ଗିରଫ କଲା ପରେ ଏହାର ମୁଖ୍ୟ ରାଘବ ଜେନା ଫେରାର ହେଇଥିବା ବେଳେ ଆଜି ଝାରପଡା ରେ ସେ ସରକାରୀ ଜମିରେ କରିଥିବା 30ଟି ଦୋକାନ ଘର ଗୁଡିକୁ ପୋଲିସ ଭାଙ୍ଗି ଗୁଣ୍ଡ କଲାପରେ ଏନଫୋର୍ଶମେଣ୍ଟ ବିଭାଗ ତରଫରୁ ପୁଣି ଏକ ଜରୁରୀ ମିଟିଙ୍ଗ ର ଆୟୋଜନ କରୁଥିବା ଶୁଣାଯାଉଛି ଭୁବନେଶ୍ୱର ମୁନିସିପାଲିଟି ଏରିଆରେ ସରକାରୀ ଜମିରେ ଯେତେଜଣ ମାଡିବସି ଘର କରିଛନ୍ତି ସବୁଗୁଡିକୁ ଗୁଣ୍ଡ କରିବାକୁ ଯୋଜନା କରୁଛି.ରାଘବ ଘର ସହିତ ଆହୁରି କିଛି ସରକାରୀ ଜମିରେ ଲୋକଙ୍କ ଘର ମଧ୍ୟ୍ୟ ଗୁଣ୍ଡ ହେଇଛି. କମିଶନର କହିଛନ୍ତି ଅପରାଧ ପୃଷ୍ଟଭୂମି ଥିବା ଲୋକମାନେ ସେ ଯିଏବି ହୁଅନ୍ତୁ କାହାକୁ ଛଡାଯିବନି.ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏପରି ଆକ୍ସନ ଦେଖିବା ପରେ ପ୍ରଶାସନ ଉପରେ ପ୍ରଶଂସା କରିଛନ୍ତି…..
