ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଭରତପୁର ଥାନା ବିବାଦ ଦେଖାଯିବା ପରେ ସେନାବାହିନୀର ମେଜର୍ ଓ ତାଙ୍କ ବାନ୍ଧବୀ ଙ୍କୁ କମିସନରେଟ୍ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍ ପୁଲିସ ୨୪ ଘଣ୍ଟିଆ ସୁରକ୍ଷାରେ ରହିବେ।”
ଗତ ୧୫ ତାରିଖ ରାତିରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା କାଣ୍ଡ ପରେ ଆଜକୁ ୧୦ ଦିନ ହେଲା ଚର୍ଚ୍ଚା ଜାରି ରହିଛି। ନିଜକୁ ଅସୁରକ୍ଷିତ ମନେ କରି ମେଜର ଓ ତାଙ୍କ ବାନ୍ଧବୀ କମିସନରେଟ୍ ପୁଲିସକୁ ସୁରକ୍ଷା ମାଗିଥିଲେ। ତେବେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ସୁରକ୍ଷା ଯୋଗାଇ ଦେଇଛି।