Spread the love

ଭୁବନେଶ୍ୱର : ପୋଲିସ ଓ ସାମରିକ କର୍ମଚାରୀଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ଏହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ଘଟଣାକୁ ନେଇ ପୋଲିସ ଆଡକୁ ଅଧିକ ଅଙ୍ଗୁଳି ନିର୍ଦ୍ଦେଶ ଆସୁଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ବଦଳୀ କରାଯାଇ ସସ୍‌ପେଣ୍ଡ କରାଯାଇଛି । ଭରତପୁର ହେଉଛି ବିଭାଗର ଏକ ଆଦର୍ଶ ଥାନା ଭାବେ ପରିଗଣିତ । ଯେଉଁ ଘଟଣା ଘଟିଛି ତାହା ସେ ଥାନାରେ ଘଟିବା ଆଦୌ ସ୍ପୃରଣୀୟ ନୁହେଁ । କିନ୍ତୁ ଘଟଣା ଘଟିଯାଇଛି ଏଥପାଇଁ ଯିଏ ସଂପୃକ୍ତ ନିଲମ୍ବିତ ପୋଲିସ କର୍ମଚାରୀ ମାନେ ଦାୟୀ ତାହାକୁ ଧରିନେବା ଠିକ୍ ହେବ ନାହିଁ । ପୋଲିସ ସଙ୍ଘ ଏଥିପାଇଁ ସାମ୍ବାଦିକ ସମ୍ବିଳନୀ କରି ସରକାର ବିଚାର କରନ୍ତୁ ବୋଲି କହିଲେଣି.ପୁରା ଘଟଣା ସଂଗୀନ ହେଲାଣି. ଦୋଷୀ କିଏ ଏଥିପାଇଁ ସରକାର ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶକ୍ୟ କି?ଏହି ଘଟଣା ପଛରେ ବଡ ପ୍ରମାଣ ଯାହା ରହିବା କଥା ତାହା ରଖା ଯାଇପାରିନାହିଁ ଏହା ହେଉଛି ଥାନାର ସିସିଟିଭି ତେଣୁ ଉପରିସ୍ଥ ଅଧିକାରୀମାନଙ୍କୁ ହିଁ ଦାୟୀ କରାଯିବା ଆବଶ୍ୟକ ବୋଲି ଅନେକ ଲୋକ କହିଲେଣି.

୨୪ ବର୍ଷର ବିଜେଡି ସରକାର ଯିବା ପରେ ୧୦୦ ଦିନ ହେବ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି । ବିଭିନ୍ନ କ୍ଷେତ୍ରରେ ସରକାର ଝୁଣ୍ଟି ଚାଲିଛନ୍ତି । ପ୍ରଶାସନିକ ଦକ୍ଷତା ଓ ଅଭିଜ୍ଞତା ନଥିବାରୁ ଏପରି ହେଉଛି ଘଟଣାମାନ ଘଟିଚାଲିଛି । ଯାହା ଉପରେ ସରକାର ଏଯାଏଁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାଁନ୍ତି । ରଥରୁ ଠାକୁର ପଡିବା , ରାଜ୍ୟପାଳଙ୍କ ପୁଅ ଜଣେ କର୍ମଚାରୀଙ୍କୁ ମରଣାନ୍ତକ ମାଡ ମାରିବା ଠୁ ଆରମ୍ଭ କରି ଯେଉଁସବୁ ସ୍ପର୍ସକାତର ଘଟଣାମାନ ଘଟି ଚାଲିଛି ସେ ଦିଗରେ କୌଣସି ଆଖିଦୃଶ୍ୟା ପଦେକ୍ଷପ ନେବାତ ଦୂରର କଥା ଚପେଇ ଦିଆଯାଉଛି । ଅଫିସରଙ୍କୁ ଖାଲି ବଦଳି କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ ବିଜେଡି ସମୟର ମନଭାବ ଦୂର କରି ଅଧିକାରୀଙ୍କ ମନରେ ଭୟ ସୃଷ୍ଟି କଲା ଭଳି ପଦକ୍ଷେପ ନିଆଯିବା ଜରୁରୀ ବୋଲି ଅନେକ ମତ ଦେଉଛନ୍ତି । ଭିଜିଲାନ୍ସ ଏବେ ଦୈନିକ ବିଭିନ୍ନ ଶ୍ରେଣୀର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଉଛି ହେଲେ ଜଣେ ହେଲେ ଆଇଏଏସ କିମ୍ବା ଆଇପିଏସଙ୍କ ପାଖରେ ପହଞ୍ଚିନାହିଁ । ସତେ ଯେପରି ସେମାନଙ୍କ ମଧ୍ୟରେ କେହି ଜଣେ ଅସାଧୁ ଅଫିସର ନାହାଁନ୍ତି ବୋଲି ଏକ ଧାରଣା ଦିଆଯାଉଥିବା ଅନେକ ମତ ଦେଉଛନ୍ତି ।

ମୂଳ ପ୍ରସଙ୍ଗକୁ ଆସିବା । ଭରତପୁର ଥାନାରେ ଯାହା ଘଟିଲା ସେଥିପାଇଁ ଉପରିସ୍ଥ ଅଧିକାରୀ କାହିଁକି ଦାୟୀ ହେବେ ନାହିଁ ଏନେଇ ବର୍ତ୍ତମାନ ଲୋକଙ୍କ ମନରେ ପଶ୍ନ ଉଠୁଛି । ଭରତପୁର ଥାନାରେ ଯାହା ଘଟିଲା ତାହାର ସଂପୂର୍ଣ୍ଣ ନିରପକ୍ଷ ତଦନ୍ତ ଯେ ହେଇପାରିବ ଏହା ସନ୍ଦେହ କାରଣ ଉଭୟ ପକ୍ଷ ଯେଉଁ ମତ ରଖିବେ ତାକୁ ନେଇ ନିଷ୍ପତ୍ତି ନେବାକୁ ପଡିବ । ସେମାନଙ୍କ ଭିତରେ କିଏ କେତେ ସତ କହୁଛି ତାହା ଜାଣିବା ପାଇଁ ନାର୍କୋଟେଷ୍ଟ ଏହି ଘଟଣାରେ କରିବା ହୁଏତ ସମ୍ଭବ ହେବ ନାହିଁ । ଏସବୁ ଠାରୁ ବଡ ପ୍ରମାଣ ଯାହା ବର୍ତ୍ତମାନ ରହିବା କଥା ଏବଂ ଯାହାକୁ ଗୁରୁତ୍ୱ ଦିଆଯାଉଛି ତାହା ହେଉଛି ସିସିଟିଭି । ଭରତପୁର ଏକ ଆଦର୍ଶ ଥାନା ହୋଇଥିଲେ ବି ସେଠାରେ ସିସିଟିଭି ଅଚଳ ରହିଛି ବୋଲି ଖବର ମିଳୁଛି. ପ୍ରକୃତ ସତ୍ୟ ଜାଣିବା ଏତେ ସହଜ ନୁହେଁ ଆଉ ଏକ ସାଙ୍ଘାତିକ ଘଟଣା ବର୍ତମାନ ଘଟିବାକୁ ବସିଲାଣି ଯାହାକୁ କୁହାଯାଇପାରେ ସେପେଇ ବିଦ୍ରୋହ… ଓଡିଶା ପୋଲିସ ମାତ୍ର ଗୋଟିଏ ଦିନରେ ଏକ ସ୍ୱରରେ ଗର୍ଜନ ଆରମ୍ଭ କଲେଣି ଚାକିରୀ ପଛେ ଛାଡିଦେବୁ ବଦନାମ ମୁଣ୍ଡେଇବୁ ନାହିଁ… ନିଶା ସେବନ କରି ଥାନାରେ ହଂଗାମା କରିବେ ସେଥିରେ ପୁଣି ଆମେ ଦୋଷୀ. ବର୍ତମାନ ଏହାକୁ ଗୁରୁତର ସହିତ ନେଇ ପୋଲିସ ସଙ୍ଘ କହିଲେଣି ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରନ୍ତୁ ସରକାର ନହେଲେ ଆଗାମୀ ଦିନରେ ନିଶାଡି ଥାନା ଭିତରେ ପଶି ପୁଣି ଆରମ୍ବ କରିବେ..

Leave a Reply

Your email address will not be published. Required fields are marked *