କୁକୁର କାମୁଡିଲେ ତାକୁ କାମୁଡିବା ଦରକାର ନାହିଁ । କୁକୁର କୁ ଧରି ଶୋଇବାର ନାହିଁ । କୁକୁର କୁ ଢେଲା ମାରିବାର ନାହିଁ । କୁକୁର ପ୍ରତି ସାବଧାନ ହେବାର ଅଛି । ପାଳିତ ପଶୁ ରଖି ସେବା କରିବାର ଅଛି ଯଦି ଗୋମାତା ରଖିବାର ଅଛି , କୁକୁର ପାଳିବାର ନାହିଁ ।
ସନାତନ ହିନ୍ଦୁ ଧର୍ମ – ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ର । ଯାହାର ମୂଳ କେହି ପାଇନାହିଁ – ତାର ଅନ୍ତ କେହି କରିପାରିବେ ନାହିଁ । ଯେତେ ଯିଏ ଚେଷ୍ଟା କଲେ ବି ଅମାବାସ୍ୟା ର ଅମାଅନ୍ଧକାର ପରେ ପରେ ଦ୍ୱିତୀୟା ଦର୍ଶନ ରୁ ପୁଣି ତାରା ଆକାଶ ରେ ପୂର୍ଣ୍ଣିମା – ସାରା ଦୁନିଆ ରେ ଗରିମା ।
ଏପଟେ ବୁଝିଲେ ପାହାଡ , ସେପଟେ ବୁଝିଲେ ସମୁଦ୍ର । ବାକିସବୁ ପାହାଡ ରୁ ବାହାରିଥିବା ଝରଣା ଆଉ ସମୁଦ୍ର ରେ ମିଶୁଥିବା ନଦୀ ।
ହେଲେ ସନାତନ ହିନ୍ଦୁ ଧର୍ମ ନିଜର ମଙ୍ଗଳ କରି ଅନ୍ୟର ଅମଙ୍ଗଳ କରିବା କୁ ଶିଖେଇ ନାହିଁ । ଅନ୍ୟର ନିନ୍ଦା କରିବା ଶିଖେଇନାହିଁ ।
ପାପାୟ ପର ପୀଡନ କହିଛି ।
ସମସ୍ତଙ୍କୁ ନେଇ ଚାଲିବା ଶିଖେଇଛି – ସୁନ୍ଦର ସମାଜ ଗଢିବା ଓ ସମାଜ ମଙ୍ଗଳ ଶିଖେଇଛି । ଅନ୍ୟର ମଙ୍ଗଳ କରି ଆପେ ବଞ୍ଚ , ଶାନ୍ତି ରକ୍ଷା କରି ବାପର ନାଁ ରଖ ।