Spread the love

କନ୍ଧମାଳ : ଗୃହରକ୍ଷୀଙ୍କ ବିୟୋଗରେ ଦଶାହ କାର୍ଯ୍ୟରେ ସହଯୋଗର ହାତ ବଢ଼େଇଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା..

କନ୍ଧମାଳ: କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ଟିକାବାଲି ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରଜାପତି ପ୍ରଧାନ ଙ୍କ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ସଂଘ କର୍ମକର୍ତ୍ତା l ପ୍ରଜାପତି ୨୦୧୦ ମସିହାରେ ଗୃହରକ୍ଷୀ ବିଭାଗରେ ଚାକିରୀ ପାଇଥିଲେ l ସେ ଜଣେ ନିଷ୍ଠାପର ମିଷ୍ଟ ଭାସି, ମେଳାପୀ ଓ ଶୋଚଟ ଗୃହରକ୍ଷୀ ଭାବେ ପରିଚିତ ଥିଲେ l ହଟାତ ତାଙ୍କର ବ୍ରେନ ଟିଉମର ହେବା ଯୋଙ୍ଗୁ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସିତଧୀନ ଅବସ୍ଥାରେ ପ୍ରଜାପତିଙ୍କ ଦେହାନ୍ତ ଘଟିଥିଲା l ଆଜି ତାଙ୍କର ଦଶାହ କାର୍ଯ୍ୟରେ ଜିଲ୍ଲାର ଗୃହରକ୍ଷୀସଙ୍ଘର ଆବାହକ ତଥା ଉପ ସଭାପତି ବିରାଜ ପ୍ରଧାନ ,ପ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରା଼ ଏ. ଟିକାବାଲି ଥାନାର ଅଫିସର ଏ.ଏସ.ଆଇ ପଞ୍ଚାନନ ମଲ୍ଲିକ, ଗୃହରକ୍ଷୀ କାର୍ଯ୍ୟାଳୟରେ କାର୍ଯ୍ୟରତ ହାବିଲଦାର ତାପସ ପ୍ରଧାନ, ଗୃହରକ୍ଷୀ କର୍ମଚାରୀ ପ୍ରଶ୍ନ କୁମାର ଦିଗାଲ, ସାମନ୍ତ ଦିଗାଲ, ରବୀନ୍ଦ୍ର ସାହୁ ଏବଂ ଟିକାବାଲି ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ କିଛି ଆର୍ଥିକ ସହାୟତା ଏବଂ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ l ପ୍ରଜାପତିଙ୍କ ଦୁଇଟି ଛୋଟ ଛୁଆ ଥିବାବେଳ ଜଣଙ୍କର ବୟସ ୧୦ଆଉ ଜଣକର ବୟସ ୭ବର୍ଷ l ଘରେ ବିଧବା ବୁଡି ମା. ଘରର ମୁରବି ଚାଲିଗଲା ପରେ ସ୍ତ୍ରୀ ସୁମିତ୍ରା କହଁର ଭାଙ୍ଗି ପଡିଛନ୍ତି l ଗୃହରକ୍ଷୀ ସଙ୍ଘ ଜିଲ୍ଲାରେ ନିଜସ୍ୱ କଲ୍ୟାଣ ପାଣ୍ଠି ଗଠନ କରିଥିବାରୁ l ସେହି ପାଣ୍ଠିରୁ ଆଗାମୀ ଦିନରେ ଉକ୍ତ ପରିବାରକୁ ୩ଲକ୍ଷ ଟଙ୍କା ଦିଆଯିବ ବୋଲି ସଂଘଠନ ତରଫରୁ ସୁଚନା ଦେଇଛନ୍ତି l ପ୍ରଜାପତିଙ୍କ ବିୟୋଗରେ ଥାନା ଅଧିକାରୀ ସମୀର କୁମାର ବେହେରା ପରିବାର ପ୍ରତି ସମବେଦନା ଜଣାଇ ଛନ୍ତି l ରାଜ୍ୟ ସରକାର ଏହି ପରିବାର ପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମ ବାସି ଅନୁରୋଧ କରିଛନ୍ତି l ଦୁଃଖର ବିଷୟ ଗୃହରକ୍ଷୀ ବିଭାଗରେ ଚାକିରି କରି ଜଦି କୈଣସି ଗୃହରକ୍ଷୀ କର୍ମଚାରୀ ଅକାଳ ବିୟୋଗ କରନ୍ତି କିମ୍ବା ଅବସର ଗ୍ରହଣ କରନ୍ତି ତାଙ୍କ ପରିବାର ରାସ୍ତାରେ ଭିକ୍ଷା ବୃତ୍ତି କରି ଚଳୁଥିବା ଦେଖିବାକୁ ମିଳୁଛି l ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇ ଗୃହରକ୍ଷୀ ବିଭାଗ ସମସ୍ୟା ଉପରେ ସମାଧାନ କରିବାର ବ୍ୟବସ୍ଥା କଲେ ଓଡ଼ିଶାର ପ୍ରାୟ କୋଡିଏ ହଜାର ଗୃହରକ୍ଷୀ ପରିବାର ଉପକୃତ ହୋଇପାରିବେ ବୋଲି ବୃଦ୍ଧିଜୀବି ମହଳରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *