Spread the love

ଲତା ମଂଜେସ୍କର ଙ୍କ ଡ଼ାଏରି ର ଶେଷ ପୃଷ୍ଠା
,,,,,,,,,,,,,,,,,
“ପୃଥିବୀରେ ମୃତ୍ୟୁ ଠାରୁ ଅଧିକ ସତ୍ୟ ଆଉ କିଛି ନାହି ।ପୃଥିବୀର ସବୁଠାରୁ
ବ୍ର।ଣ୍ଡେଡ଼ କାର ମୋ ଗେରେଜରେ ପାର୍କ କରିଛି ଅନେକ ଦିନ ଧରି।କିନ୍ତୁ ମୋତେ ଗୋଟେ ହୁଇଲ ଚୌକି ରେ ବସିବାକୁ ଦିଅ ଯାଇଛି।ମୋ ପାଖରେ ସବୁ ମୂଲ୍ୟବାନ ବିଳାସ ପୂର୍ଣ ବସ୍ତୁ ଯଥା,ଲୁଗା,ଜୋତା,
ବ୍ୟବହାର୍ୟ୍ଯ ସୌଖିନ ବସ୍ତୁ ଅଛି।କିନ୍ତୁ ମୁ ଏବେ ପ୍ରଦତ୍ତ ଗୋଟେ ଛୋଟ ଗାଉନ ପିନ୍ଧି ହସ୍ପିଟାଲ ରେ ଅଛି।ମୋ ବେଙ୍କ ଏକାଉଣ୍ଟ ରେ ପ୍ରବଳ ଅର୍ଥ ଅଛି,କିନ୍ତୁ ଏହା ମୋର କୌଣସି କାମରେ ଲାଗୁ ନାହିଁ।ମୋ ଘର ଗୋଟେ ରାଜ ପ୍ରସାଦ ପରି,ହେଲେ ମୁ ଗୋଟେ ଛୋଟ ଖଟରେ ଡାକ୍ତର ଖାନାରେ ଶୋଇଛି। ଦିନ ଥିଲା ମୁ ପୃଥିବୀର ସବୁଠୁ ବଡ ପାଞ୍ଚ ତାରକା ହୋଟେଲରେ ଦିନ ବିତାଇ ଥିଲି,କିନ୍ତୁଏବେ ମୁଁ ହସ୍ପିଟାଲରେ ଗୋଟେ ଲାବ ରୁ ଆଉ ଗୋଟେ ଲାବ କୁ ପ୍ରେରିତ ହେଉଛି।ଗୋଟେ ଦିନ ଥିଲା 7 ଜଣ କେଶ ବିନ୍ୟାସ କାରୀ ମୋ ମୁଣ୍ଡ ସଫା କରୁଥିଲେ,ହେଲେ ଆଜି ମୋ ମୁଣ୍ଡର ଗୋଟେ ବି ଚୁଟି ନାହିଁ।ମୁ ଗୋଟେ ସମୟରେ ବଡ଼ ପାଞ୍ଚ ତାରକା ହୋଟେଲରେ ଖାଉଥିଲି,କିନ୍ତୁ ଆଜି ମୋର ଦିନ ସାରାର ଖାଦ୍ୟ ଦୁଇଟି ପିଲ ଓ ରାତିରେ ଟିକେ ଲୁଣ କୁ ନେଇ ସୀମିତ ହେଇ ଯାଇଛି।
ମୁ ସମଗ୍ର ପୃଥିବୀ ବିଭିନ୍ନ ଉଡାଯାହାଜ ରେ ବୁଲୁ ଥିଲି,କିନ୍ତୁ ଅଧୁନା ଦୁଇ ଜଣ ଲୋକ ମୋତେ ହସ୍ପିଟାଲ କରିଡର ରେ ଚାଲିବାକୁ ସାହାଯ୍ୟ କରୁଛନ୍ତି।ମୁ କେଉଁଥିରେ ଆଉ ଆରାମ ପାଉ ନାହିଁ।କିନ୍ତୁ କିଛି ଭଲ ମଣିଷ ଙ୍କ ଭଲ ପାଇବା,ଆଶିର୍ବାଦ, ପ୍ରାର୍ଥନା ମୋତେ ବଞ୍ଚାଇ ରଖିଛି।ଏହାହିଁ ଜୀବନ।ଆପଣ ଯେତେ ଧନୀ ହୁଅନ୍ତୁ ତାର କିଛି ମାନେ ନାହିଁ,ଆପଣ ଶେଷକୁ ଖାଲି ହାତରେ ହିଁ ଯିବେ।ଦୟାଳୁ ହୁଅନ୍ତୁ,ଅନ୍ୟକୁ ସାହାଯ୍ୟ କରନ୍ତୁ।ଧନୀ ଓ ପ୍ରଭାବ ଶାଳୀ ଲୋକଙ୍କୁ ଆଦୌ ଗୁରୁତ୍ୱ ଦିଅନ୍ତୁ ନାହିଁ।ଉତ୍ତମ ମଣିଷ ଙ୍କୁ ଭଲ ପାଆନ୍ତୁ।ସେମାନଙ୍କ ସେବା କୁ ପ୍ରଶଂସା କରନ୍ତୁ।କାହାରିକୁ କେବେ କଷ୍ଟ ଦିଅନ୍ତୁ ନାହିଁ।ଭଲ ହୁଅନ୍ତୁ,ଭଲ କରନ୍ତୁ କାରଣ ଏହାହିଁ କେବଳ ଆପଣ ଙ୍କୁ ଅନୁସରଣ କରିବ।”

Related Post

Leave a Reply

Your email address will not be published. Required fields are marked *