Spread the love

ବଡ ଖବର । ରୁଷିରେ ବଡ ଧରଣର ଆକ୍ରମଣ । ଆମେରିକାରେ ୯/୧୧ରେ ଯେଉଁଭଳି ଭାବେ ଆକ୍ରମଣ ହୋଇଥିଲା ସେଭଳି ଆକ୍ରମଣ ହୋଇଛି । ୟୁକ୍ରେନ ପକ୍ଷରୁ ଋଷର ଏକ ବିରାଟ ବିଲ୍ଡିଂରେ ଡ୍ରୋନ୍‌ ମାଡ କରାଯାଇଥିବା ସୂଚନା ମିଳିଛି । ରୁଷିଆ ସାରାଟୋଭରେ ବଡ଼ ଧରଣର ଆକ୍ରମଣ ହୋଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।
୩୮ ମହଲା ବିଶିଷ୍ଟ ଭୋଲଗା ସ୍କାଏ ରେସିଡେନସିଆଲ କଂପ୍ଲେସ ଉପରେ ୟୁକ୍ରେନ୍‌ ଡ୍ରୋନ ମାଡ଼ କରିଥିବା ସନ୍ଦେହ କରାଯାଉଛି ।

ରୁଷିଆ ଉପରେ ୟୁକ୍ରେନ ହିଁ ଡ୍ରୋନ ଆଟାକ୍ କରିଥିବା ସନ୍ଦେହ କରାଯାଉଛି ।ଡ୍ରୋନ ସାହାଯ୍ୟରେ ୟୁକ୍ରେନ ଗୋଟିଏ ପରେ ଗୋଟିଏ ବହୁ ମହଲା କୋଠା ଉପରେ ଆକ୍ରମଣ କରିଛି । ଏବେ ପୁଣି ଆଉ ବିଶାଳ କୋଠାକୁ ଟାର୍ଗେଟ୍‌ କରି ଡ୍ରୋନ୍ ମାଡ କରାଯାଇଛି । ତେବେ ଡ୍ରୋନ୍‌ ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ମସ୍କୋ ଗଭର୍ଣ୍ଣର ।
କଥା ହେଉଛି ଦୀର୍ଘ ଦିନ ଧରି ଜାରି ରହିଥିବା ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ଏବେ ପୁଣି ତୀବ୍ର ରୂପ ନେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଆକ୍ରମଣ ପୁଣି ଜୋରଦାର କରାଯାଇଛି । କିଛି ଦିନ ଧରି ଆକ୍ରମଣ କମିଥିଲା କିନ୍ତୁ ଏବେ ପୁଣି ଭୟଙ୍କର ଭାବେ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ସାରା ବିଶ୍ବରେ ଘାରିଛି ଚିନ୍ତା । ଏବେ ପୁଣି ଦୁଇ ଦେଶ ମଧ୍ୟରେ ଆକ୍ରମଣ ବଢିବାରେ ଲାଗିଛି । ତେବେ ରୁଷିଆ ପକ୍ଷରୁ ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି କୁହାଯାଇଛି ।

ମୂଳ ଠିକଣା ନିୟୁଜ 18

Leave a Reply

Your email address will not be published. Required fields are marked *