Spread the love

ବିଜେଡି ପୂର୍ବତନ ଯୁବ ଛାତ୍ର ନେତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ। ଆଜି ୨୫/୮/୨୪ ରିଖ ୧୧ଘଟିକାରେ ବିଜୁ ଜନତା ଦଳର ବରିଷ୍ଠ ପୂର୍ବତନ ଓ ବର୍ତ୍ତମାନ ବିଭିନ୍ନ ପଦ ପଦବୀ ରେ ଥିବା ଯୁବ ତଥା ଛାତ୍ର ବିଜେଡ଼ିର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଅନ୍ଧ ମୂକ ବଧିର ଆସୋସିଏସନ୍ ପରିସରରେ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ୧00ରୁ ଉର୍ଦ୍ଧ୍ବ ଯୁବ ଛାତ୍ରନେତା ମାନେ ଯୋଗ ଦେଇଥିଲେ.ବିଗତ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟର କାରଣ ନେଇ ବିସ୍ତୃତ ଆଲୋଚନା କରିବା ସହିତ ଦଳକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ ଓ ବିଭିନ୍ନ ପ୍ରସ୍ତାବ ନେଇ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପାଇଁ ନିଷ୍ପତି ହୋଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୁବ ଛାତ୍ର ବିଜେଡ଼ି ନେତା ସଂଜିତ୍ ମହାନ୍ତି, ପ୍ରକାଶ ତ୍ରିପାଠୀ, ଶିଶିର ପରିଜା, ଦୁର୍ଗା ସାମନ୍ତରାୟ, ପୃଥିରାଜ ସାହୁ , ସନ୍ତୋଷ ବେଜ୍, ରାଜକମଲ୍ ଜେନା, ଅମରଜିତ୍ ସେନାପତି , କିଶୋର କୁମାର ନାୟକ , ରଞ୍ଜିତ ରାୟ ଧର୍ମେନ୍ଦ୍ର ଅଧିକାରୀ, ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ଦିନେଶ ପ୍ରଧାନ, ବିଜୟ ପାଲଟା ସିଂହ , ଭୂପେନ୍ଦ୍ର ନାୟକ, ଅମିତ୍ ଜେନା ସମେତ ଅନେକ ନେତା ଆଲୋଚନା ରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *