Spread the love

କର୍ତ୍ତବ୍ୟ ସହ ମହାନ୍ ମାନବିକତା ଦେଖାଇଲେ କଟକ ମଧୁପାଟଣା ଥାନା ଆଇ ଆଇ ସି ତୁଷାରକାନ୍ତ ସେଠୀ। ଗତକାଲି କଟକ ବେଲେଶ୍ୱର ଅଞ୍ଚଳରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଜଣେ ଦମ୍ପତ୍ତି ଙ୍କ ୫ବର୍ଷର କୁନି ଝିଅ ହଜି ଯାଇଥିଲା। ପରେ ଏହି ନିଖୋଜ ପିଲା ସମ୍ପର୍କରେ ଜଣେ ସାନ ଭଉଣୀ ଶର୍ମିଳା ଏହାପରେ ଥାନା ଅଧିକାରୀ ପିଲା ସମ୍ପର୍କରେ ସୂଚନା ପାଇଥିଲେ କି ପିଲାଟି କଟକ ସହର ଠାରୁ ପାଖାପାଖି ୩୫ କିଲୋମିଟର ଦୂର ଗୋବିନ୍ଦ ପୁର ଥାନା ଅଞ୍ଚଳରେ ଜଣେ ଭଦ୍ର ବ୍ୟକ୍ତିଙ୍କ ହେପାଜତ ରେ ସୁରକ୍ଷିତ ଭାବରେ ରହିଛି । ସଂଗେ ସଂଗେ ଏକ ଟିମ୍ ଗଠନ କରି ରାତି ପ୍ରାୟ ୧୨ ଟା ସମୟରେ ପିଲାଟିକୁ ଉଦ୍ଧାର କରିବା ଲାଗି ପିଲାର ମା ବାପା ଙ୍କୁ ଧରି ବାହାରିଥିଲେ। ଶେଷରେ ରାତି ୨ ଟା ସମୟରେ କୁନି ଝିଅ ଟିକୁ ଉଦ୍ଧାର କରି କଟକ ଆଣିଥିଲେ। ଅନେକ ଲୋକ କହନ୍ତି ଗରିବ ପାଇଁ ପୋଲିସ କିଛି କରେ ନାହିଁ , କିନ୍ତୁ ମଧୁପାଟଣା ଥାନା ଆଇ ଆଇ ସି ତୁଷାରକାନ୍ତ ସେଠୀ ଏହି ଉକ୍ତି ଟିକୁ ଭୁଲ ପ୍ରମାଣିତ କରିଛନ୍ତି। ସେ ନେଇଥିବା ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ।

Related Post

Leave a Reply

Your email address will not be published. Required fields are marked *