Spread the love

ଓ୍ୱାକଫ୍‌ ଆକ୍ଟରେ ହେବ ବଡ଼ ଧରଣର ପରିବର୍ତ୍ତନ।

ୱାକଫ ବୋର୍ଡର ସମ୍ପତ୍ତି ପ୍ରାୟ ୯.୪ ଲକ୍ଷ ଏକର। ୨୦୧୩ରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମୌଳିକ ୱାକଫ ଆକ୍ଟରେ ସଂଶୋଧନ କରି ୱାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ।
ଏହାର ପ୍ରମୁଖ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର। ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ “ୱାକଫ ସମ୍ପତ୍ତି” କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି।

୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ୱାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସୂତ୍ର ଅନୁଯାୟୀ ୱାକଫ ଆକ୍ଟରେ ସଂଶୋଧନ ପାଇଁ ଏକ ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପିତ ହୋଇପାରେ।

ସୂତ୍ରରୁ ପ୍ରକାଶ ଯେ, ଅଗଷ୍ଟ ୫ରେ ସରକାର ସଂସଦରେ ୱାକଫ ଆକ୍ଟରେ ସଂଶୋଧନ ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ମୋଦି ସରକାରଙ୍କ ପାଇଁ ଅଗଷ୍ଟ ୫ ତାରିଖର ବିଶେଷ ମହତ୍ତ୍ୱ ରହିଛି। କାରଣ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିଲ୍ ସଂସଦରେ ଉପସ୍ଥାପିତ ହୋଇଥିଲl

Related Post

Leave a Reply

Your email address will not be published. Required fields are marked *

You Missed