Spread the love

କରୋନା ଉପରେ ଅନେକ କବିତା ଆଲୋଚନା ହୋଇଛି ।ଆଜି ମନେ ପଡିଯାଉଛି ୩ ବର୍ଷ ତଳର କରୁଣ କାହାଣୀ । ଗୃହବନ୍ଦି ବିଶ୍ଵ ଦରବାର ।ଭସ୍ମାସୁର ରୂପରେ ପ୍ରଳୟ କରି ଶେଷରେ ନିଷ୍କ୍ରିୟ ହେଲା ।
ଯାହାହେଉ ଗୋଟିଏ ଜିନିଷ ଶିଖେଇ ଦେଲା ଘରୁ କାର୍ଯ୍ୟାଳୟ କାର୍ଯ୍ୟ କରିବା ।ମାନେ ବିଦେଶୀ ଭାଷାରେ WORK FROM HOME.
ବହୁରାଷ୍ଟ୍ରୟ କମ୍ପାନୀ ଠାରୁ ଆରମ୍ଭ କରି ପ୍ରାୟ ଅଫିସ ରେ ତାଲା ।କର୍ମଚାରୀ କିନ୍ତୁ ଘରେ ଚା ଜଳଖିଆ ସହିତ ଲଞ୍ଚ ଡିନର ପାଇଁ ଘରଣୀ ଉପରେ ନିର୍ଭର।ପ୍ରଥମେ ଘରଣୀ ଭାବୁଥିଲେ ବହୁତ୍ ବଢିଆ ।ଏମିତି ଛୁଟି ପୂର୍ବରୁ କହିଲେ ବି ନେଉ ନଥିଲେ ।ଏବେ ମସ୍ତି ।କିଛି ଦିନ ପରେ। ମନେ ମନେ ଗାଳି ଆରମ୍ଭ ।ଅଫିସ କେବେ ଯିବ ? ଘରେ ଲଞ୍ଚ ରେ ଆଳୁ ବାଇଗଣ ଟମାଟର ପୋଡ଼ି ଆମେ ମା ପିଲା ଚଲେଇ ଦେଉଥିଲୁ ।ଏବେ ତମେ ଘରେ ଅଫିସ କଲା ଦିନଠାରୁ ଦିନକୁ ୧୦ ଥର ଚା କଫି ବନେଇ ବିରକ୍ତ ଲାଗିଲାଣି ।ଯାହା ହେଉ ଆଜି ବି Work from home ର ମଜା ନେଉଛନ୍ତି ବନ୍ଧୁ ମାନେ ।🙏

Leave a Reply

Your email address will not be published. Required fields are marked *