ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ: ନବୀନ!.
ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆ Xରେ ନବୀନ ପୋଷ୍ଟ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି!.
ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି , ‘ଜାତୀୟ ଗଣମାଧ୍ୟମର ଏହି ଖବର ସଂପୂର୍ଣ୍ଣ ମିଛ , ଉଦ୍ଦେଶ୍ୟମୂଳକ , ଭିତ୍ତିହୀନ ଓ କପୋଳକଳ୍ପିତ । କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ , ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ!.’
