Spread the love

ଆଜିର ଗୀତା ଶ୍ଲୋକ

ଭଗବତ୍ ପ୍ରାପ୍ତିର ଫଳ କ’ଣ? ଯେଉଁମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଲୋକରେ ସ୍ଥାନ ପାଆନ୍ତି । ସେମାନଙ୍କୁ ପୁଣି ଏହି ସଂସାରରେ ଜନ୍ମନେବାକୁ ପଡ଼େ ନାହିଁ, ଯାହାକି ଦୁଃଖ ଭୋଗର ଏକ ସ୍ଥାନ ଅଟେ । ଆମେ ଜନ୍ମ ହେବାର କଷ୍ଟପ୍ରଦ ପ୍ରକ୍ରିୟା ଭୋଗ କରୁ ଏବଂ ଅସହାୟ ଭାବେ କ୍ରନ୍ଦନ କରେ। ଗୋଟିଏ ଛୋଟ ଶିଶୁ ଭାବରେ ଆମର ଅନେକ ଆବଶ୍ୟକତା ରହିଥାଏ ଯାହା ପ୍ରକାଶ କରି ନ ପାରି ଆମେ କାନ୍ଦିଥାଏ । କିଶୋର ଅବସ୍ଥାରେ ଆମେ ନିଜର ଶାରୀରିକ କାମନାକୁ ନେଇ ସଂଘର୍ଷରେ ମାନସିକ ଅଶାନ୍ତି ଭୋଗ କରେ। ବୈବାହିକ ଜୀବନରେ ସ୍ୱାମୀ/ସ୍ତ୍ରୀଙ୍କର ମନମୁଖୀ ସ୍ୱଭାବକୁ ସହ୍ୟ କରିବାକୁ ପଡିଥାଏ଼ । ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟ ଭୋଗ କରେ। ଏହିପରି ସାରା ଜୀବନ ଆମେ ଶାରୀରିକ ଓ ମାନସିକ କଷ୍ଟ ସହିତ ଅନ୍ୟର ବ୍ୟବହାର ଏବଂ ପରିବେଶ ଜନିତ କ୍ଲେଶ ଭୋଗକରିଥାଏ । ଶେଷରେ ଆମେ ମୃତ୍ୟୁର କଷ୍ଟ ଅନୁଭବ କରିଥାଏ।

. ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ

Leave a Reply

Your email address will not be published. Required fields are marked *