Spread the love

କାହାକୁ କରିବ ନିଜର ଏଠି
କାହାକୁ କରିବ ପର,
ସଭିଏଁ ପିନ୍ଧନ୍ତି ଭଦ୍ରମୁଖା ଏଠି
ଅନ୍ତରେ ଲୁଚାଇ ଚୋର
ଉପରେ କୁହନ୍ତି କେତେ ମିଠା କଥା
ପଛରେ କାଟନ୍ତି ଚେର ।

ଭାଗବତ ଗୀତାରେ ଲେଖା ଅଛି ସବୁ ଜିନିଷ ବଦଳିବାଟା ସୁନିଶ୍ଚିତ, ବାସ୍ କିଛି ସମୟ ଅପେକ୍ଷା କର, ଅପେକ୍ଷା ପରେ ଦେଖିବ କାହାର ମନ ବଦଳିବ ତ କାହାର ଦିନ ବଦଳି ଯିବ ।

ଗୋଟିଏ ଶାନ୍ତ ସରଳ ମଣିଷକୁ ଯେତେ ଅପମାନ ଓ ଅସମ୍ମାନ ଦେଲେ ମଧ୍ୟ ସେ ସବୁକିଛି ହସି ହସି ସହିଯାଏ କାହିଁକି ନା ସେ ଜାଣିଥାଏ ସୁନାକୁ ଯେତେ ଖଣ୍ଡ କଲେ ମଧ୍ୟ ବଜାରରେ ତା’ର ଦାମ୍ କେବେ ବି କମି ନ ଥାଏ ।

ନିଜକୁ ଜଣେ ମହାନ୍ ବ୍ୟକ୍ତି ଭାବେ ପ୍ରତିପାଦିତ କରିବା ପାଇଁ ଆମେ ସମାଜରେ ଯେଉଁ Acting କରୁଛେ ଯଦି ପ୍ରକୃତରେ ସେହିପରି ହୋଇପାରନ୍ତେ ବା ହେବାକୁ ଚେଷ୍ଟା କରନ୍ତେ ତେବେ ସଂସାର ହସି ଉଠନ୍ତା କିନ୍ତୁ ଦୁଃଖର ବିଷୟ ଆମେ ସମସ୍ତଙ୍କ ସହିତ ଛଳନା କରୁଛେ ।

             

Related Post

Leave a Reply

Your email address will not be published. Required fields are marked *