Spread the love

ନିଶ୍ଚୟଂ ଶୃଣୁ ମେ ତତ୍ର ତ୍ୟାଗେ ଭରତସତ୍ତମ ।
ତ୍ୟାଗୋ ହି ପୁରୁଷବ୍ୟାଘ୍ର ତ୍ରିବିଧଃ ସମ୍ପ୍ରକୀର୍ତିତଃ।

ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।

ତ୍ୟାଗ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଜୀବନର ଉଚ୍ଚତର ସୋପାନର ଆଧାର ଅଟେ । ନିମ୍ନଶ୍ରେଣୀୟ କାମନା ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର ଆକାଂକ୍ଷା ପୋଷଣ କରିପାରିବା । ସେହିପରି, ନିମ୍ନକକ୍ଷର କର୍ମ ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର କର୍ତ୍ତବ୍ୟ ଏବଂ କର୍ମ କରି ପାରିବା ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିପାରିବା । କିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ପ୍ରକାଶ କରିଥିଲେ ଯେ ତ୍ୟାଗର ବାସ୍ତବ ଅର୍ଥ ବୁଝିବାରେ ମତ ପାର୍ଥକ୍ୟ ରହିଛି । ପୂର୍ବ ଶ୍ଳୋକରେ, ଦୁଇଟି ମୁଖ୍ୟ ବିରୋଧାତ୍ମକ ମନ୍ତବ୍ୟ ସମ୍ପର୍କରେ ସୂଚନା ଦେଇ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ମତ ବ୍ୟକ୍ତ କରୁଛନ୍ତି, ଯାହା ଏହି ବିଷୟର ଅନ୍ତିମ ଆଦେଶ ଅଟେ । ସେ କହୁଛନ୍ତି ଯେ ତ୍ୟାଗକୁ ତିନୋଟି ଶ୍ରେଣୀଭୁକ୍ତ କରି (📗ଶ୍ଳୋକ ୭ ରୁ୯ ମଧ୍ୟରେ ବର୍ଣ୍ଣିତ ହୋଇଛି) ସେ ବିଷୟର ବିଶ୍ଳେଷଣ କରିବେ । ସେ ଅର୍ଜୁନଙ୍କୁ ବ୍ୟାଘ୍ର ଅର୍ଥାତ୍ “ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ୟାଘ୍ର” ଭାବରେ ସମ୍ବୋଧନ କରିଛନ୍ତି, କାରଣ ତ୍ୟାଗ ସାହସୀ-ହୃଦୟର ବ୍ୟକ୍ତିଙ୍କ ପାଇଁ ଅଟେ । ସନ୍ଥ କବୀର କହନ୍ତି:

ତୀର ତଲବାର ସେ ଜୋ ଲଢ଼ଇ, ସୋ ଶୂରବୀର ନହିଁ ହୋୟ।
ମାୟା ତଜି ଭକ୍ତି କରେ, ଶୂର କହାବୈ ସୋୟ ।

“ତୀର ଓ ତରବାରୀ ସହିତ ଯୁଦ୍ଧ କରୁଥିବା ବ୍ୟକ୍ତି ବୀର ନୁହେଁ, ଯେଉଁ ବ୍ୟକ୍ତି ମାୟା ତ୍ୟାଗ କରି ଭକ୍ତି କରେ, ସେ ହିଁ ପ୍ରକୃତରେ ବୀର ଅଟେ।”

ହେ ଚକାନୟନ ଦିଅ ଦିବ୍ୟଜ୍ଞାନ ଜୀବନ ହେଉ ମୋ ଧନ୍ଯ, ତୁମ ନାମ ସଦା ତୁଣ୍ଡେ ନେଉଥିବି କରି ତୁମ ଜୟଗାନ । ସଂସାର ରକ୍ଷକ ବିଘ୍ନ ବିନାଶକ ନାହିଁ ତୁମ ଆଦି ଅନ୍ତ, ଶ୍ରୀମନ୍ଦିରେ ବସି ସଂସାର ଚଳାଅ ଲୀଳା ତୁମର ବିଚିତ୍ର । ଦିବସ ଆରମ୍ଭ ତୁମରି ଦୟାରେ ହୋଇଥାଏ ପୁଣି ଶେଷ, ତୁମ ଆଶୀର୍ବାଦେ ଦୂର ହୋଇଥାଏ ଜୀବନର ଯେତେ କ୍ଳେଶ । ଯାହା ସବୁ ଏହି ଦୁନିଆ ଦେଖୁଛି ସେ ସବୁ ତୁମରି ଦାନ, ତୁମ ଦୟା ବିନା ସବୁ ଅସମ୍ଭବ ଜାଣନ୍ତି ଜଗତଜନ।

ଝୁଣ୍ଟି ପଡି ପୁଣି ଚାଲିବାକୁ ହୁଏ….

ବାଜି ହାରି ପୁଣି ଖେଳିବାକୁ ହୁଏ….

ଅତୀତ କୁ ଭୁଲି ପୁଣି କାଲି ପାଇଁ ବଞ୍ଚିବାକୁ ହୁଏ….

ଏଇତ ଜୀବନ….

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍

      

Related Post

Leave a Reply

Your email address will not be published. Required fields are marked *

You Missed