Spread the love

ରାଷ୍ଟ୍ରୀୟ ମିଡ଼ିଆ ଚାନେଲ ଏନ ଡି ଟି ଭି.ର ସାମ୍ବାଦିକ ଙ୍କୁ ମିଳିଛି ପ୍ରତିଷ୍ଠିତ ରାମନାଥ ଗୋଏଙ୍କା ଆୱାର୍ଡ. Ndtv ର ରଚନାତ୍ମକ ପତ୍ରକାରିତା ପାଇଁ ପୁନଃ ମାନ୍ୟତା ମିଳିଲା.ଏହି ଆୱାର୍ଡ କୁ 2019 ରେ ମଧ୍ୟ୍ୟ ସୁଶୀଲ ଙ୍କୁ ମିଳିଥିଲା ବିଶେଷକରି ହିନ୍ଦୀ ପତ୍ରକାରିତା ପାଇଁ ବି ମିଳିଥାଏ. ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମହୋଦୟ ଙ୍କ ହାତରୁ ଆୱାର୍ଡ ଟି ନେଇ ସୁଶୀଲ ଖୁବ ଆନନ୍ଦିତ ହେଇଥିଲେ. ହରିଆଣା ରେ କିପରି ବିଷାକ୍ତ ଅଳିଆ ଗଦାରେ କାମ କରୁଥିବା ଶ୍ରମିକ ମାନଙ୍କ ଜୀବନୀ ଓ଼ ବିଷାକ୍ତ ପାଣିରୁ କିପରି ଖାଦ୍ୟ ଶସ୍ୟକୁ ଆସି ଓ଼ ସେ ପ୍ରଦୂଷଣ ଖାଦ୍ୟଖାଇ ଜନଜୀବନ ଉପରେ ବେମାରୀ ବଢୁଛି ଆଧାରିତ ଏକ ଗବେଷଣା ତ୍ମକ କାହାଣୀକୁ (କାଲେ ପାନୀ କୀ ନେହେର କା ସଫେଦ ସଚ )ଲୋକଲୋଚନ ଆଣିବାରେ ସୁଶୀଲ ସାମ୍ବାଦିକ ଦୁନିଆଁରେ ଭାରତ ବର୍ଷ ର କୋଣ ଅନୁକୋଣ ରେ ପରିଚିତ ହେଇଥିଲେ. ସୁଶୀଲ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ନାରୀଜଙ୍ଗ ଗ୍ରାମର ପିତା ବିଶ୍ୱନାଥ ମହାପାତ୍ର ଓ଼ ମାତା ହେମଳତା ମହାପାତ୍ର ଙ୍କ ସବୁଠୁ ଛୋଟ ପୁଅ ହିସାବରେ ଭାରତବର୍ଷ ରେ ନାମ କମେଇଥିବାବେଳ ବଡ଼ ଭାଇ ପଲ୍ଲଵ ଜଣେ ଇନକମ ଟାକ୍ସ ଅଫିସର ଥିବାବେଳେ ଆଉଜଣେ ପ୍ରଶାନ୍ତ ଇତିହାସ ପ୍ରଫେସର ଭାବେ ଜଣାଶୁଣା ନାମ..

Leave a Reply

Your email address will not be published. Required fields are marked *