Spread the love

ଈଶ୍ବର ଅଛନ୍ତି କେଉଁଠି ?

ଈଶ୍ବରଙ୍କୁ ଖୋଜିବା ପାଇଁ, ତାଙ୍କୁ ପ୍ରାପ୍ତ ହେବା ପାଇଁ ଆମେ ନାନା ପ୍ରକାର ପ୍ରଯତ୍ନ କରିଥାଉ, କିନ୍ତୁ ତାଙ୍କୁ ପାଇନଥାଉ । କୁହାଯାଏ ଯେ ସେ ସର୍ବତ୍ର ବିଦ୍ୟମାନ, ସେ ସବୁ ଜାଗାରେ ଅଛନ୍ତି, କିନ୍ତୁ ସେ ଆମକୁ ଦେଖାଯାଆନ୍ତି ନାହିଁ କାହିଁକି ? ତାଙ୍କୁ ଲାଭ କରିବା ପାଇଁ ଧନ, ବୈଭବ, ଜୀବନ ପର୍ଯ୍ୟନ୍ତ ନଷ୍ଟ କରିଦେଉ, କିନ୍ତୁ ସେ ମିଳନ୍ତି ନାହିଁ । ଶେଷରେ ନିରାଶ ହୋଇ କହୁ ଯେ ଈଶ୍ବର ନାହାନ୍ତି ।

ଭାଇ ! ଈଶ୍ଵର ଅଛନ୍ତି, କିନ୍ତୁ ତାଙ୍କୁ ଖୋଜିବାରେ ଆମେ ଭୁଲ କରି ବସୁ । ତୁମେ ତାଙ୍କୁ ଧନ-ବୈଭବ ଦ୍ବାରା ଲାଭ କରି ପାରିବ ନାହିଁ । ଯଦି ତୁମେ ତାଙ୍କୁ ପାଇବାକୁ ଚାହଁ, ତେବେ ପ୍ରେମ କରି ଶିଖ, ପ୍ରାଣୀ ମାତ୍ରଙ୍କ ସହିତ ପ୍ରେମ କର, ଜଡ଼ ଚେତନ ସହିତ ପ୍ରେମ କର, ଆତ୍ମା ସହିତ ପ୍ରେମ କର । ତାଙ୍କୁ ପାଇବା ପାଇଁ ଜଙ୍ଗଲକୁ ଯିବାର, ଧୂନି ଲଗାଇବାର, ଧନ-ବୈଭବ ନଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ସେ ସର୍ବତ୍ର ବିଦ୍ୟମାନ, ତେବେ ତୁମ ନିକଟରେ ମଧ୍ୟ ଅଛନ୍ତି । ସେ ତୁମ ପାଖରେ ନିଶ୍ଚିତ ଅଛନ୍ତି । କେଉଁଠି ? ତୁମ ଶରୀରରେ, ଯାହାକୁ ତୁମେ ଆତ୍ମା କହ । କ’ଣ ତୁମେ କେବେ ନିଜ ଆତ୍ମାର ଡାକକୁ ଧ୍ୟାନର ସହିତ ଶୁଣିଛ ? ନାହିଁ । ଏହି କାରଣରୁ ହିଁ ତୁମେ ତାଙ୍କୁ ଖୋଜିଲେ ମଧ୍ୟ ପାଉ ନାହଁ । ବିଚାର କର, ଯେବେ ତୁମେ କିଛି କହୁଛ, ଚାଲୁଛ, କାମ କରୁଛ, ବିଚାର କରୁଛ କିମ୍ବା ସୁକର୍ମ କରିବା ପାଇଁ ପ୍ରେରଣା ପାଉଛ, ତେବେ ତାହା କେଉଁଠାରୁ ଆସେ ଏବଂ ତାହା କିଏ କହିଥାଏ ବା କରିଥାଏ ? ଯେବେ ତୁମେ କାହାକୁ କଷ୍ଟ ଦେବା ପାଇଁ ଚିନ୍ତା କର ଏବଂ ତୁମକୁ ଭିତରରୁ କିଏ ବାଧା ଦେଇ କହେ ଏପରି କର ନାହିଁ, ସେ କିଏ ? ସେ ତୁମ ଭିତରେ ବିଦ୍ୟମାନ ଥିବା ଈଶ୍ବର । ତାଙ୍କୁ ନିଜ ଭିତରେ ହିଁ ଲାଭ କରାଯାଇ ପାରେ ।

ଅଖଣ୍ଡ ଜ୍ୟୋତି-ଅପ୍ରେଲ- ୧୯୪୫

Leave a Reply

Your email address will not be published. Required fields are marked *