କପିଳ ଭଗବାନ୍ କହୁଛନ୍ତି :- ନିଷ୍କାମଭାବରେ ଶ୍ରଦ୍ଧାପୂର୍ବକ ନିଜର ନିତ୍ୟନୈମିତ୍ତିକ କର୍ତ୍ତବ୍ୟ ପାଳନ କରିବା, ନିତ୍ୟ ହିଂସାରହିତ ଉତ୍ତମ କ୍ରିୟାଯୋଗ ଅନୁଷ୍ଠାନ କରିବା, ମୋର ପ୍ରତିମାକୁ ଦର୍ଶନ,ସ୍ପର୍ଶ, ପୂଜା, ସ୍ତୁତି ଓ ବନ୍ଦନା କରିବା,ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମୁଁ ରହିଛି ବୋଲି ଭାବନା ରଖିବା, ଧୈର୍ଯ୍ୟ ଓ ବୈରାଗ୍ୟ ଅବଲମ୍ବନ କରିବା, ମହାପୁରୁଷଙ୍କୁ ଯଥାର୍ଥ ସମ୍ମାନ ଦେବା,ଦୀନଜନଙ୍କ ପ୍ରତି ଦୟା ଓ ସମାନ ସ୍ଥିତିର ବ୍ୟକ୍ତିମାନଙ୍କ ପ୍ରତି ମିତ୍ରଭାବ ପ୍ରଦର୍ଶନ କରିବା, ଯମ-ନିୟମ ପାଳନ କରିବା, ଅଧ୍ୟାତ୍ମଶାସ୍ତ୍ର ଶ୍ରବଣ କରିବା ଓ ଉଚ୍ଚସ୍ବରରେ ମୋର ନାମ କୀର୍ତ୍ତନ କରିବା, ମନର ସରଳତା ରକ୍ଷା କରିବା, ସତପୁରୁଷମାନଙ୍କର ସଙ୍ଗ କରିବା ଏବଂ ଅହଂକାର ତ୍ୟାଗ କରିବା – ଏହା ହିଁ ହେଉଛି ମୋର ଧର୍ମ (ଭାଗବତଧର୍ମ) । ଏହା ଅନୁଷ୍ଠାନ କରୁଥିବା ଭକ୍ତଙ୍କର ଚିତ୍ତ ଅତ୍ୟନ୍ତ ଶୁଦ୍ଧ ହୋଇ ମୋର ଗୁଣଶ୍ରବଣ ମାତ୍ରକେ ଅନାୟାସରେ ମୋଠାରେ ନିବିଷ୍ଟ ହୋଇଯାଏ।

ମଣିଷର ସବୁଠାରୁ ଭଲ ସାଙ୍ଗ ହେଉଛି ତା ସ୍ବାସ୍ଥ୍ଯ।ଯେଉଁ ଦିନ ଏ ସ୍ବାସ୍ଥ୍ଯ ତା ସାଥ ଛାଡି ଦେବ,ମଣିଷ ସେହି ଦିନଠାରୁ ସବୁ ସମ୍ପର୍କ ପାଇଁ ବୋଝ ହେଇଯିବ।
ଜନ୍ମରୁ ମିଳିଥିବା ସମ୍ପର୍କ ଭଗବାନଙ୍କ ପ୍ରସାଦ ଭଳିଆ ହୋଇଥାଏ,କିନ୍ତୁ ନିଜେ ଗଢ଼ି ଥିବା ସମ୍ପର୍କ ନିଜର ପୁଞ୍ଜି ହୋଇଥାଏ।ତେଣୁ ଏସବୁକୁ ସାଇତି କରି ରଖନ୍ତୁ।
ଝୁଣ୍ଟି ପଡି ପୁଣି ଚାଲିବାକୁ ହୁଏ,ବାଜି ହାରି ପୁଣି ଖେଳିବାକୁ ହୁଏ,ଅତୀତ କୁ ଭୁଲି ପୁଣି …କାଲି ପାଇଁ ବଞ୍ଚିବାକୁ ହୁଏ ,ଏଇତ ଜୀବନ।
ଜୀବନରେ ଦୁଇଟି ଜିନିଷ Counting କରିବା ଛାଡି ଦେବା ନିଜର ଦୁଃଖ ଆଉ ଅନ୍ୟର ସୁଖ ତା’ପରେ ଦେଖିବା Life ଟା ସରଳ ସୁନ୍ଦର ହୋଇଯିବ।

ବିଶ୍ୱାସ ଏମିତି ଏକ ପାକସ୍ଥଳୀ ଯିଏ ହଳାହଳ ବିଷକୁ ବି ହଜମ କରି ଅମୃତ ବନାଇ ଦିଏ….
ଆଉ
ସନ୍ଦେହ ଏମିତି ଏକ ଅପକାରୀ ଅଣୁଜୀବ ଯିଏ ଅନ୍ତର ଭିତରେ ପଶି ନିମିଷକେ ଜୀବନକୁ ବିଷାକ୍ତ କରିଦିଏ….
ଏକତା ହିଁ ଶକ୍ତି
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥