Spread the love

ଆମେ ସମସ୍ତେ ସେହି ପ୍ରଭୁଙ୍କ ଦାସ, ଶ୍ରୀ ଶ୍ରୀ ଗଜପତି ମହାରାଜା ପୁରୀ

କଳିଙ୍ଗର ରାଜକୁମାର ଶ୍ରୀପୁରୁଷୋତ୍ତମଦେବ(ଓଡ଼ିଶା) ଓ କାଞ୍ଚିରାଜକୁମାରୀ ପଦ୍ମାବତୀଙ୍କ (ତାମିଲନାଡୁ) ଦିବ୍ୟ ପ୍ରେମ କଥା

୧.ବହୁତ୍ ବହୁତ୍ ବର୍ଷ ପୂର୍ବର କଥା, ଥରେ କଳିଙ୍ଗର ରାଜକୁମାର ଶ୍ରୀପୁରୁଷୋତ୍ତମଦେବ ଦେଶ ଭ୍ରମଣରେ ବାହାରିଲେ l ଯାଉ ଯାଉ ସେ କାଞ୍ଚି ରାଜ୍ୟର ଅରଣ୍ୟରେ ବିଶ୍ରାମ କରୁଥିବା ସମୟରେ, କାଞ୍ଚି ରାଜ୍ୟର ରାଜକୁମାରୀ ପଦ୍ମାବତୀଙ୍କ ସହିତ ଦେଖା ହୋଇଥିଲା l

ଯେଉଁ ସମୟରେକି ରାଜକୁମାରୀ ପଦ୍ମାବତୀ ସକ୍ଷୀ ମାନଙ୍କ ସହିତ ଅରଣ୍ୟ ବିହାରକୁ ଆସିଥିଲେ l କାଞ୍ଚି ରାଜ୍ୟର ରାଜକୁମାରୀ ପଦ୍ମାବତୀ ରାଜକୁମାର ପୁରୁଷୋତ୍ତମଦେବଙ୍କ ଆଚାର ବ୍ୟବହାରରେ ଏତେ ମୋହିତ ହୋଇ ଯାଇଥିଲେ ଯେ ସେ ସେଠାରୁ ସିଧା ଯାଇ ତାଙ୍କରି ପିତାଙ୍କୁ ସବୁ ଘଟଣା କହିଥିଲେ l କାଞ୍ଚି ରାଜା କହିଲେ କଳିଙ୍ଗର ରାଜକୁମାର ଗୋଟିଏ ସାଧାରଣ ଲୋକ ପରି ଅlମରାଜ୍ୟ ଭିତର ଦେଇ ଯିବା ଠିକ୍ ହେବନାହିଁ ଯାଆ ତାଙ୍କୁ ସସମ୍ମାନେ ରlଜବାଟିକୁ ନେଇଆସ l ମହାମନ୍ତ୍ରୀ ସଙ୍ଗେ ସଙ୍ଗେ ଜଙ୍ଗଲ ଛାଉଣୀକୁ ଯାଇ ରାଜକୁମାରଙ୍କୁ ରାଜମହଲକୁ ପାଛୋଟି ଆଣିଥିଲେ l ଏବଂ କାଞ୍ଚି ରାଜା ରାଜକୁମାରଙ୍କୁ କିଛିଦିନ ପାଇଁ ଅତିଥି ଭାବରେ ରହିବାକୁ ଅନୁରୋଧ କରିଥିଲେ କଳିଙ୍ଗ ରାଜକୁମାର କାଞ୍ଚି ରାଜାଙ୍କ ଅନୁରୋଧକୁ ରକ୍ଷାକରି ସେହି ରାଜ ପରିବାର ସହିତ କିଛି ଦିନ ବିତାଇ ଥିଲେ l ସେହି ସମୟରେ କଳିଙ୍ଗ ରାଜକୁମାର ଶ୍ରୀପୁରୁଷୋତ୍ତମଦେବ ନାନା ପ୍ରକାରର ରାଜକୀୟ କ୍ରୀଡା ଇତ୍ୟାଦିରେ ମଜ୍ଜି ରହିବା ସହିତ କାଞ୍ଚି ରାଜ ପରିବାରକୁ ନିଜର ରୋମାଞ୍ଚକର ଭ୍ରମଣ କାହାଣୀ ଆଦି ଶୁଣାଇ ଖୁସି କରାଇଥିଲେ l କିଛି ଦିନପରେ କଳିଙ୍ଗ ରାଜଧାନୀ ପୁରୀରୁ ଜଣେ ଦୂତ ଅସି ଏକ ଦୁଃସମ୍ବାଦ ଦେଲେ ଯେ, ରାଜକୁମାର ଆପଣଙ୍କର ପିତା ଚାଲିଗଲେ l ସଙ୍ଗେ ସଙ୍ଗେ କଳିଙ୍ଗ ରାଜକୁମାର ଶ୍ରୀପୁରୁଷୋତ୍ତମଦେବ କାଞ୍ଚି ରାଜ ପରିବାରଙ୍କ ଠାରୁ ବିଦାୟ ନେଇ ପୁରୀ ବାହୁଡ଼ି ଆସିଥିଲେ ଓ ସେ ପହଞ୍ଚୁ ପହଞ୍ଚୁ କଳିଙ୍ଗର ରାଜା ଭାବେ ତାଙ୍କରି ରlଜ୍ୟlଭିସେକ ହୋଇଯାଇଥିଲା lକିନ୍ତୁ ସେ କାଞ୍ଚି ରାଜକୁମାରୀ ପଦ୍ମାବତୀଙ୍କୁ ଭୁଲି ପାରି ନଥିଲେ, ସେପଟେ ରାଜକୁମାରୀ ପଦ୍ମାବତୀଙ୍କ ମଧ୍ୟ ସମାନ ଅଵସ୍ଥା l ଶେଷରେ ରାଜକୁମାରୀଙ୍କ ସହଚରୀ ମାନେ ମହାରାଣୀଙ୍କୁ ସବୁ କଥା କହିଥିଲେ ଯେ ଆମ ରାଜକୁମାରୀ କଳିଙ୍ଗର ରାଜା ଶ୍ରୀପୁରୁଷୋତ୍ତମଦେବଙ୍କୁ ମନେ ମନେ ଭଲ ପାଉଛନ୍ତି l ମହାରାଣୀ ସଙ୍ଗେ ସଙ୍ଗେ ମହାରାଜାଙ୍କୁ ଏହିସବୁ ଘଟଣା କହିବାରୁ କାଞ୍ଚି ରାଜl ବହୁତ ଖୁସି ହୋଇଥିଲେ ଏବଂ ସେ କହିଲେ ତାଙ୍କଠାରୁ ଆଉ ବା କିଏ ସୂପୁରୁଷ ଅଛି l ଏବଂ ସେ ତୁରନ୍ତ ମହାମନ୍ତ୍ରୀଙ୍କ ହାତରେ ରାଜକୁମାରୀ ପଦ୍ମାବତୀଙ୍କ ପ୍ରସ୍ତାବ କଳିଙ୍ଗ ପଠେଇ ଥିଲେ l ସେପଟେ କଳିଙ୍ଗର ମହlମନ୍ତ୍ରି ଏହି ପ୍ରସ୍ତାବକୁ ଆଦର ସହିତ ଗ୍ରହଣ କରିଥିଲେ ଓ କହିଲେ ଆପଣଙ୍କ ପ୍ରସ୍ତାବ ଖୁବ୍ ସମୟୋଚିତ ହୋଇଛି ଏବଂ ଆମ ରାଜ୍ୟକୁ ଗୋଟିଏ ରାଣୀଙ୍କ ଆବଶ୍ୟକ ଥିଲା ଏବଂ ତାଙ୍କୁ ବହୁତ ବହୁତ୍ ଆପ୍ୟାୟିତ କରିଥିଲେ l ଶେଷରେ ଯେତେବେଳେ କାଞ୍ଚି ରାଜ୍ୟର ମହାମନ୍ତ୍ରୀ ପୁରୀରୁ ଫେରିଯିବାକୁ ଚlହିଁଲେ କଳିଙ୍ଗର ମହlମନ୍ତ୍ରି କହିଲେ ଏତେ ଦୂରରୁ ଆସିଛନ୍ତି ଯିବା ପୁର୍ବରୁ ଥରୁଟିଏ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଦେଖି ଯାଆନ୍ତୁ l

୨.ରଥଯାତ୍ରା ଦିନ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ଘରକୁ ଯିବେ l ବଡ଼ ଦାଣ୍ଡ ଜନ ସମୁଦ୍ର ଏହି ସବୁ ଦେଖି କାଞ୍ଚି ରାଜ୍ୟର ମହlମନ୍ତ୍ରି ଭାବ ବିହ୍ୱଳ ହୋଇଗଲେ l ତିନି ଠାକୁରଙ୍କ ପହଣ୍ଡି ସରିଲା ପରେ ପ୍ରଥା ଅନୁଯାୟୀ କଳିଙ୍ଗର ରାଜା ଶ୍ରୀପୁରୁଷୋତ୍ତମଦେବ ରଥ ଟଣl ପୁର୍ବରୁ ତିନି ରଥ ଉପରେ ଛେରାପହଁରା କରିଥିଲେ l କାଞ୍ଚି ରାଜ୍ୟର ମହlମନ୍ତ୍ରି ରାଜାଙ୍କ ଏହି କାର୍ଯ୍ୟକୁ ଦେଖି ଆଚର୍ଯ୍ୟ ଓ ଚକିତ ହୋଇ ଯାଇଥିଲେ ! ମନେ ମନେ କହିଲେ ଛି ! କି ଅପମାନ ଜନକ କଥା ରାଜାଙ୍କ ହାତରେ ଝାଡୁ l ସେତେବେଳେ ସେ କିଛି କହିନଥିଲେ କିନ୍ତୁ ଫେରୁଫେରୁ ସବୁ ଘଟଣା କାଞ୍ଚି ରାଜlଙ୍କୁ ବର୍ଣ୍ଣନା କରି କହିଥିଲେ l କାଞ୍ଚି ରାଜl ତୁରନ୍ତ ଦୂତ ହାତରେ ଖବର ପଠେଇ ଥିଲେ “ଯେଉଁ ରାଜା ଗୋଟିଏ ମେହେନ୍ତରର କାମ କରେ ତାଙ୍କୁ କାଞ୍ଚି ରାଜ୍ୟର ରାଜକୁମାରୀ ଵିଵାହ କରିବା ଅସମ୍ଭବ l” ଏବଂ ଆମେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେଲୁ l

୩.କଳିଙ୍ଗର ମହାମନ୍ତ୍ରି କlଳବିଳମ୍ବ ନକରି ଚାଲିଲେ କାଞ୍ଚି ,ସେଠlର ରାଜା ସଭାରେ ମହାରାଜ ଆପଣ ଆମ ରାଜାଙ୍କୁ ଭୁଲ୍ ବୁଝିଛନ୍ତି l ଏହି କର୍ଯ୍ୟଟିର ତାତ୍ପର୍ଯ୍ୟ ଏହିକିଯେ “ସ୍ୱୟଂ ରାଜା ମଧ୍ୟ ଇଶ୍ୱରଙ୍କ ଦାସ” କାଞ୍ଚି ରାଜା କହିଲେ ଆପଣଙ୍କର ଏହି ଯୁକ୍ତି ଗ୍ରହଣ ଯୋଗ୍ୟ ନୁହଁ l ଆପଣଙ୍କର ରାଜା ଏକ “ଚlଣ୍ଡlଳର” କାମ କରିଛନ୍ତି ତେଣୁ ସେପରି ରାଜାଙ୍କୁ ଆମେ ଆମ ଝିଅକୁ ଦେଇ ପାରିବୁନାହିଁ l ଅପମାନିତ ହୋଇ ମହାମନ୍ତ୍ରୀ ପୁରୀ ଫେରିଆସିଥିଲେ ଓ ରାଜାଙ୍କୁ ସବୁକଥା କହିଲେ, ମହାରାଜ ଆପଣ ରଥଯାତ୍ରା ଦିନ ରଥ ଉପରେ “ଛେରାପହଁରା” କରିଥିଲେ ବୋଲି ସେ ଆପଣଙ୍କୁ ତାଙ୍କରି ଝିଅଙ୍କୁ ଦେବା ପାଇଁ ମନା କରିଦେଇଛନ୍ତି l କଳିଙ୍ଗର ରାଜା କହିଲେ ଠିକ୍ଅଛି ଯୁଦ୍ଧ କ୍ଷେତ୍ରରେ ତାଙ୍କରି ସହିତ ଦେଖା ହେବ l

୪.କଳିଙ୍ଗର ରାଜା ଶ୍ରୀପୁରୁଷୋତ୍ତମଦେବ କାଞ୍ଚି ଅଭିଯାନରେ ବାହାରିଲେ ଯୁଦ୍ଧ ଖୁବ୍ ଭୟଙ୍କର ହେଲା କିନ୍ତୁ ଦିନେ ରାତିରେ ସମସ୍ତେ ଶୋଇଥିବା ସମୟରେ ଶ୍ରୀପୁରୁଷୋତ୍ତମଦେବଙ୍କ ସେନା ଛାଉଣୀରେ ନିଆଁ ଲାଗି ସମସ୍ତ ଅସ୍ତ୍ର ଶସ୍ତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା l ଶେଷରେ ଦୁଃଖ ଓ ହତlସରେ କଳିଙ୍ଗ ରାଜା ପୁରୀ ଫେରି ସିଧା ବଡ଼ ଦେଉଳକୁ ଯାଇ ରତ୍ନବେଦୀ ପାଖରେ ପ୍ରଭୁ ଜଗନ୍ନାଥଙ୍କୁ ଗୁହାରି ଜଣାଇ ବହୁତ ଦିନ ପର୍ଯ୍ୟନ୍ତ ସେଠାରେ ପଡ଼ି ରହିଲେ l ଏହି ଭିତରେ କାଞ୍ଚିରାଜା ମହମନ୍ତ୍ରୀଙ୍କୁ ଡକାଇ କହିଲେ ରାଜକୁମାରୀ ପଦ୍ମାବତୀଙ୍କ ସ୍ଵୟମ୍ବର ସଭାର ଆୟୋଜନ କରନ୍ତୁ, ସବୁ ରାଜ୍ୟର ରାଜା ମାନଙ୍କୁ ନିମନ୍ତ୍ରଣ କରିବେ ମlତ୍ର “କଳିଙ୍ଗର ସେହି ଚlଣ୍ଡlଳ ରାଜାଙ୍କୁ” ନୁହେଁ l ଯେତେବେଳେ କଳିଙ୍ଗ ରାଜା ଶ୍ରୀପୁରୁଷୋତ୍ତମଦେବ ଏହି ସ୍ଵୟମ୍ବର ସଭାର ଖବର ଶୁଣିଲେ ପ୍ରଭୂ ଜଗନ୍ନାଥଙ୍କୁ ଗୁହାରି କରିଲେ ହେପ୍ରଭୁ ଜଗନ୍ନାଥ ଏହି ଅପମାନ ମୁଁ କିପରି ସହ୍ୟ କରିବି ?

୫.ଦିନେ ସ୍ୱପ୍ନରେ ସ୍ୱୟଂ ପ୍ରଭୂ ଜଗନ୍ନାଥ କଳିଙ୍ଗ ରାଜା ଶ୍ରୀପୁରୁଷୋତ୍ତମଦେବଙ୍କୁ ଆଶ୍ଵାସନା ଦେଇ କହିଲେ ରାଜନ୍ କିଛି ଵ୍ୟସ୍ତ ହୁଅନା ତୁମେ ପୁଣିଥରେ କାଞ୍ଚି ଅଭିଯାନ ଆରମ୍ଭକର ମୁଁ ତୁମ ସହିତ ଅଛି l ରାଜାଙ୍କ ନିଦ ଭାଙ୍ଗିଗଲା,ରାଜା ପୁଣି ଥରେ ନୂତନ ଉତ୍ସାହ ଏବଂ ଉଦ୍ଦୀପନା ସହିତ ସୈନ୍ୟ ସାମନ୍ତ ମାନଙ୍କୁ ଧରି କାଞ୍ଚି ଅଭିଯାନରେ ବାହାରିଲେ l କିଛିବlଟ ଗଲାପରେ ଏକ ଗୌଡୁଣି ରାଜାଙ୍କ ବାଟ ଓଗlଳି କହିଲା ରାଜନ୍ କିଛି ସମୟ ପୁର୍ବରୁ ଦୁଇଟି ବଳୁଆ ବଳୁଆ ସିପାହୀ ଜଣେ କଳା ଘୋଡ଼ା ଓ ଜଣେ ଧଳା ଘୋଡାରେ ଏହି ବାଟ ଦେଇ ଗଲେ ଏବଂ ମୋ ଠାରୁ ଦହି ପିଇଲେ, କହିଲେ ଆମ ପାଖରେ ତୁମକୁ ଦେବା ପାଇଁ କଉଡ଼ି (One type of Currency used on those days) ନାହିଁ, କିନ୍ତୁ ମା ନିଆ ଏହି ହୀରା ମୁଦି ଏହି ବାଟରେ ସ୍ୱୟଂ ରାଜା ଆସୁଛନ୍ତି ତାଙ୍କୁ ତୁମେ ଏହି ହୀରା ମୁଦି ଦେଇ କଉଡ଼ି ନେଇଯିବ l ରାଜା ହୀରା ମୁଦିକୁ ଦେଖୁ ଦେଖୁ ଚିହ୍ନି ଦେଲେ ଏତ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କ ହୀରା ମୁଦି ଏବଂ ରାଜା ଜାଣି ଗଲେ ଆଗରେ ଆଉ କେହି ନୁହଁ ସ୍ୱୟଂ ପ୍ରଭୂ ଜଗନ୍ନାଥ ଭାଇ ବଳଭଦ୍ରଙ୍କ ସହିତ କlଞ୍ଚି ଅଭିଯାନରେ ଯାଇଛନ୍ତି l ରାଜା ସଙ୍ଗେ ସଙ୍ଗେ ସେହି ଯାଗାରେ ସାଷ୍ଟାଂଗ ପ୍ରଣାମ କରି କହିଲେ ହେ ପ୍ରଭୁ ଜଗନ୍ନାଥ ଆପଣ ହିଁ ମୋର ଭରସା ଓ ସବୁ ଆପଣଂକ ଇଚ୍ଛା ଏବଂ ରାଜା ଗୌଡୁଣିକୁ ପୁରସ୍କାର ସ୍ୱରୂପ ସେହି ଗୌଡୁଣିଙ୍କ ନାମରେ ସେଠାରେ ଗୋଟିଏ ଗାଁ ବସାଇ କହିଲେ ଆଜିଠାରୁ ଏହି ଗାଁର ନାମ ହେଵ “ମାଣିକପାଟଣା” (ବର୍ତ୍ତମାନବି ଏହି ଗାଁଟି ପୁରୀ ଠାରୁ ୩୫ କିଲୋମିଟର ଦୁରରେ ରହିଛି) ତାପରେ କଳିଙ୍ଗ ରାଜା କାଞ୍ଚି ରାଜ୍ୟକୁ ଅକ୍ଲେଶରେ ପରାସ୍ତ କଲେ କିନ୍ତୁ କଳିଙ୍ଗରାଜା ନିଜ ସୈନ୍ୟ ସାମନ୍ତକୁ ଶକ୍ତ ନିର୍ଦ୍ଦେଶ ଦେଇଥିଲେ କି ରlଜପରିବାରର କୌଣସିବି ସଦସ୍ୟଙ୍କୁ ଆଘାତ କିମ୍ବା ଆପମାନିତ ନକରିବାକୁ l ଶେଷରେ ଯେତେବେଳେ କାଞ୍ଚିରାଜା ସାମ୍ନାକୁ ଆସିଥିଲେ ସେ କହିଲେ ହେ ରାଜନ୍ ମୁଁ ଆପଣଙ୍କର ଦୋଷୀ କୁହନ୍ତୁ ମୋତେ କଣ ଦଣ୍ଡ ଦେବେ? ମୋତେ କାରାବାସ ଦଣ୍ଡ ଦେବେ ନl ମୋ ରାଜ୍ୟକୁ ନେବେ ? କଳିଙ୍ଗରାଜା କିଛି ସମୟ ପାଇଁ ନୀରବ ରହିଲେ କିନ୍ତୁ ତାଙ୍କରି ସେହି ଅପମାନ ମନେଥିଲା ଓ ସେ କହିଲେ ନା ସେପରି କିଛି ହେଲେ ମୁଁ କରିବି ନାହିଁ କିନ୍ତୁ ମୁଁ ଆପଣଙ୍କର ଝିଅକୁ ନେଇ ଯାଉଛି ଏବଂ ତାଙ୍କରି ବାହାଘର ଗୋଟିଏ “ମେହେନ୍ତର” ସହିତ କରିଦେବି ଏହା ହେବ ଆପଣଂକ ପାଇଁ ଉଚିତ୍ ଦଣ୍ଡ lତାପରେ କଳିଙ୍ଗ ରାଜା କାଞ୍ଚି ରାଜକୁମାରୀଙ୍କୁ ଧରି ପୁରୀ ବାହୁଡ଼ି ଆସିଥିଲେ l କାଞ୍ଚି ରାଜକୁମାରୀ ମନେ ମନେ ପ୍ରଭୁ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣlଇଲେ ହେପ୍ରଭୁ ଜଗନ୍ନାଥେ ମୁଁ କେତେ ଯେ ଆଶା କରିଥିଲି ମୁଁ ମୋର ପ୍ରିୟତମ ଘର ଶ୍ରୀକ୍ଷେତ୍ରକୁ ଯିବି ଏବଂ ନୀତି ଆପଣଙ୍କର ଦର୍ଶନ କରିବି, କିନ୍ତୁ ଏ କଣ ହେଲା ଆଯି ମୁଁ ଯାଉଛି କେବଳ ଅପମାନିତ ହେବାକୁ ! ହେଉ ଠିକ୍ ଅଛି ଯେପରି ଆପଣଙ୍କର ଇଚ୍ଛା l

୬.ପୁରୀ ଫେରିଲା ପରେ ରାଜା ମହlମନ୍ତ୍ରୀଙ୍କୁ ଡକାଇ କହିଲେ, ମହମନ୍ତ୍ରୀ, କାଞ୍ଚି ରାଜକୁମାରୀଙ୍କ ପାଇଁ ଏକ ଯୋଗ୍ୟ ମେହେନ୍ତର୍ ବର ଖୋଜିବା ଦାୟିତ୍ୱ ଆପଣଙ୍କର l ମହlମନ୍ତ୍ରୀ ମନେ ମନେ ବିରକ୍ତ ହୋଇ କହିଲେ ଶେଷରେ ଏହି ଅପ୍ରିୟ କାମଟି ମୋ ଦ୍ବାରାହିଁ ହେବାକୁ ଥିଲା l ହେ ପ୍ରଭୁ ଜଗନ୍ନାଥେ ମତେ ସହାୟ ହୁଅନ୍ତୁ ଏବଂ ସବୁ ଆପଣଙ୍କର ଇଚ୍ଛା l କଳିଙ୍ଗ ରାଜା ନହରରେ ରାଜକୁମାରୀ ପଦ୍ମାବତୀଙ୍କୁ ସସମ୍ମାନେ ରଖିଥାନ୍ତି କୌଣସିବି କଥାରେ ଉଣl ରଖିନଥିଲେ l ଦିନେ ରାଜକୁମାରୀ ପଦ୍ମାବତୀଙ୍କୁ ବଗିଚାରେ ବୁଲୁଥିବା ସମୟରେ ଦେଖି ଭାବିଲେ ରାଜକୁମାରୀ ଏଠାରେ ଥିବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ, ତାଙ୍କରି ଵିଵାହ ଯେତେ ଶୀଘ୍ର ସମ୍ଭବ ହୋଇଯିବ ଭଲହେଵ l

୭.ରାଜାଙ୍କୁ ଯେବେ ଯେବେ ମନେ ପଡ଼ିଯାଏ ରାଜା ସେହି କଥା ଉଠାନ୍ତି, ମହlମନ୍ତ୍ରୀ କଣ ହେଲା ଆପଣଙ୍କର ବର ଖୋଜା l କିନ୍ତୁ ବୁଦ୍ଧିମାନ ମହlମନ୍ତ୍ରୀ ବିଭିନ୍ନ ପ୍ରକାରର କାରଣ ଦେଖାଇ କଥାଟିକୁ ଟlଳି ଦିଅନ୍ତି ଏବଂ କୁହନ୍ତି ମହାରାଜ ଏକ ଯୋଗ୍ୟ ବର ଖୋଜିବା ଏକ ଜଟିଳ କାମ ତେଣୁ ମୋତେ କିଛି ସମୟ ଦିଅନ୍ତୁ l

୮.ରାଜା ଶ୍ରୀପୁରୁଷତ୍ତମଦେ ସେତେବେଳେ ରାଗ ଓ ଅଭିମାନ ଯୁକ୍ତ ହୋଇ କହି ସିନା ଦେଇଥିଲେ ରାଜକୁମାରୀ ପଦ୍ମାବତୀଙ୍କ ବାହାଘର ଗୋଟିଏ ମେହେନ୍ତର୍ ସହିତ କରିଦେବାକୁ କିନ୍ତୁ ସେବି ତ ରାଜକୁମାରୀ ପଦ୍ମାବତୀଙ୍କୁ ମନେ ମନେ ଭଲ ପାଉଥିଲେ ନା l ସମୟ ଗଡି ଚାଲିଲା, ଦିନେ ରାଜା ମହାମନ୍ତ୍ରୀଙ୍କୁ ଡକାଇ ଶକ୍ତ ନିର୍ଦ୍ଦେଶ ଦେଲେ ଓ କହିଲେ ମହlମନ୍ତ୍ରୀ ଆଜିଠାରୁ ଆପଣଙ୍କୁ ଠିକ୍ ଗୋଟିଏ ମାସ ସମୟ ଦେଲି ରାଜକୁମାରୀଙ୍କ ପାଈଁ ଗୋଟିଏ ଯୋଗ୍ୟ ବର ଠିକ୍ କରିବେ l ଗୋଟାଏ ଦିନ ବି ବେଶୀ ନୁହଁ l

୯.ଦିନ ପରେ ଦିନ ଗଡି ଚାଲିଲା, ଆଜି ଠିକ୍ ମାସେ ପୁରିଲା l ରଥଯାତ୍ରା ଦିନ ପୁରୀ ବଡଦାଣ୍ଡ ଜନ ସମୁଦ୍ର ବାଜା ପେଙ୍କlଳି ଢୋଲ ମହୁରୀରେ ବଡଦାଣ୍ଡ ଫାଟି ପଡୁଥାଏ l ରାଜା ତାଙ୍କରି ମନ୍ତ୍ରୀ ପାରିଷଦ ବୃନ୍ଦ ସହିତ ଚାଲିଲେ l ମହlମନ୍ତ୍ରୀବି ରାଜକୁମାରୀ ପଦ୍ମାବତୀଙ୍କୁ ଧରି ଚାଲିଲେ ବଡଦାଣ୍ଡକୁ କାରଣ ଆଜି ଠିକ୍ ମାସେ ସମୟ ପୁରିଯାଇଛି l ରାଜକୁମାରୀ ପଦ୍ମାବତୀଙ୍କ ମନ ବିସlଦରେ ଭରା l ମନେ ମନେ କିଛି କଥା ନାହିଁ ମୋ ଆଙ୍ଗୁଠିରେ ହୀରା ମୁଦି ଅଛି (ସେ ସମୟରେ ରାଜା ଓ ରାଜ ପରିବାରର ଲୋକମାନେ କିଛି ଅସୁବିଧା ହେଲେ କିଂବା ଶତ୍ରୁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ହୀରା ମୁଦି ଖାଇ ଆତ୍ମହତ୍ୟା କରିଦେଉଥିଲେ ) ଶେଷରେ ରଥରେ ତିନି ଠାକୁର ପହଣ୍ଡି ବିଜେକରିଥିଲେ ପ୍ରଥା ଅନୁଯାୟୀ ରାଜା ତିନି ଠାକୁରଙ୍କ ରଥରେ “ଛେରା ପହଁରା” ସମ୍ପନ୍ନ କରି ତଳକୁ ଓହ୍ଲାଇବା ସମୟରେ ମହlମନ୍ତ୍ରୀଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା ଅlରେ ସ୍ୱୟଂ ଆମ ରାଜାତ ବର୍ତ୍ତମାନ୍ ଗୋଟିଏ “ମେହେନ୍ତର୍” କାମ କରୁଛନ୍ତି ଆଙ୍କଠୁ ବଳି ଯୋଗ୍ୟ ବର ଆଉ କେଉଁଠୁ ମିଳିବ ? ରାଜା ରଥରୁ ତଳକୁ ଓହ୍ଲାଇବା କ୍ଷଣି ମହlମନ୍ତ୍ରି ରାଜକୁମାରୀ ପଦ୍ମାବତୀଙ୍କୁ କହିଲେ ଦେ ମା ଦେ ପିନ୍ଧେଇଦେ ଏ ହେଉଛନ୍ତି ତୁମରି ସେଇ ମେହେନ୍ତର ବର l ରାଜକୁମାରୀ ପଦ୍ମାବତୀ କlଳ ବିଳମ୍ବ ନକରି ରlଜାଙ୍କ ବେକରେ ବରଣ ମାଳlଟି ପିନ୍ଧାଇ ଦେଇଥିଲେ l ରାଜା ବିରକ୍ତି ପ୍ରକାଶ କରି,ମହlମନ୍ତ୍ରି ଏ କଣ କଲେ ଆପଣ ? ମହlମନ୍ତ୍ରି କହିଲେ ମହାରାଜ ମୁଁ କଣ ଭୁଲ୍ କରିଲି ? କଣ ବର୍ତ୍ତମାନ୍ ଆପଣ ଜଣେ ମେହେନ୍ତର୍ କାମ କରୁ ନାହାଁନ୍ତି କି ? କଣ ବର୍ତ୍ତମାନ୍ ଆପଣଙ୍କ ହାତରେ ଝାଡୁ ନାହିଁ କି ? କଣ ଆପଣ ଜଣେ ଯୋଗ୍ୟ ମେହେନ୍ତର୍ ବର ନୁହଁନ୍ତି କି ସତକଥାତ ! ବାସ୍ ରlଜକୁମାରୀ ପଦ୍ମାବତୀଙ୍କ ଆଖିରେ ଲୁହ (ଅନାନ୍ଦାଶ୍ରୁ) l ତାପରେ ସାରା ବଡଦାଣ୍ଡ କେବଳ ଗୋଟାଏ ସ୍ୱର “ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ”

ସାଙ୍ଗମାନେ ଦେଖିଲତ ପ୍ରଭୁ ଜଗନ୍ନାଥଙ୍କ କେମିତି ଲୀଳା, ସେ ଖାଲି ଚlହାନ୍ତି ଅତୁଟ ଭକ୍ତି, ନିଷ୍ଠା ଓ ବିଶ୍ୱାସ ବାକି ତାଙ୍କରି ପାଇଁ କୌଣସି ଜିନିଷ ଅସମ୍ଭବ ନୁହେଁ l

1. ରାଜାଙ୍କ ଆଦେଶ ପାଳନ ହେଲା
2. ରାଜକୁମାରୀ ପଦ୍ମାବତୀଙ୍କ ମନସ୍କାମନା ପୂରଣ ହେଲା
3.ରାଜ୍ୟବାସୀଙ୍କୁ ଏକ ସୁଶିଳl ଓ ସୁଦକ୍ଷl ରାଣୀ ମିଳିଲା

କଣ ଶିଖିଲେ ଆମେ ମାନେ ?
ରାଜା ଶ୍ରୀ ପୁରୁଷୋତ୍ତମଦେବ, ରାଜକୁମାରୀ ପଦ୍ମାବତୀ ଏବଂ ମହlମନ୍ତ୍ରି ତିନିହେଁ ଗୋଟିଏ ହିଁ ପ୍ରାର୍ଥନା କରୁଥିଲେ ହେପ୍ରଭୁ ଜଗନ୍ନାଥେ ଆପଣ ହଁ ଏହି ସମସ୍ୟାର ସମାଧାନ କରନ୍ତୁ l

ଆଜିର ଏହି ପବିତ୍ର ରଥ ଯାତ୍ରାରେ ଆପଣଙ୍କୁ ଏବଂ ଆପଣଙ୍କର ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା,ଶୁଭ କାମନା ଏବଂ ହାର୍ଦିକ ଅଭିନନ୍ଦନ l

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର
ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
9937278068
9938463719

Related Post

Leave a Reply

Your email address will not be published. Required fields are marked *