ରାଜନୀତିର ଚରମ ଅଧୋଗତି:-
ତା03.07.2024ରିଖରେ ଚାରୋଟିକୁ ମିଶେଇ ବିହାରରେ ତା18.06.2024ରିଖରୁ ତା03.07.2024ରିଖ
ଭିତରେ ସମୁଦାୟ ନଅଟି ପୋଲପଡିଛି ।
ରାଜନୈତିକ ଲାଭପାଇଁ ବିରୋଧୀଦଳିଆଙ୍କ ତରଫରୁ ମୂଷା ପଠେଇ ପୋଲ ଖୁଣ୍ଟଗୁଡିକର ମୂଳ ଖୋଳେଇଦେବା ଫଳରେ ପୋଲଗୁଡିକ ଭୁଷୁଡୁଛି।
ପୋଲିସ ତରଫରୁ ଜବତ କରାଯାଇ ମାଲଖାନାରେ ଥିବା ହଜାର ହଜାର ବୋତଲ ସେହି ମୃଷାଗୁଡିକ ପିଇଥିବାରୁ ନିଶାରେ ମୂଳ ତାଡିଦେଉଛନ୍ତି। ସରକାର ନିର୍ଦ୍ଦୋଶ ।
ଉତ୍ତର ପ୍ରଦେଶ ସରକାରଙ୍କୁ ବଦନାମ କରେଇବାକୁ ତଳ
ଫଟୋରେଥିବା ମୋର ପରମଆରାଧ୍ୟ ଗୁଋ “ଶ୍ରୀ ଶ୍ରୀ ନାରାୟଣ ସାକାର ହରି ଓରଫ ଭୋଲେ ବାବା ଓ ବଡଗୁଋମାଙ୍କ” ହାଥରସର ପ୍ରବଚନସ୍ଥଳରେ ବିରୋଧୀଦଳିଆଙ୍କ ତରଫରୁ ଦଳାଚକଟା କରାଯାଇ
ଶତାଧିକ ଲୋକଙ୍କୁ ମରଣମୁହଁକୁ ଠେଲି ଦିଆଯାଇଛି ।
ସେ ନିର୍ଦ୍ଦୋଷ ହୋଇଥିବାରୁ ହାଥରସ ଦଳାଚକଟା ମୃତ୍ୟୁରେ ତାଙ୍କ ନାମ FIR ରେ ନାହିଁ ।
ମୁଁ ଗୁଋଶ୍ରୀଙ୍କର ଚରଣଧୂଳି ଗୋଟିଏ କରାଟରେ ରଖି ଦୈନିକ ଗାଧୋଇସାରି ସେଥିରୁ ଟିପେ ଜିଭ ଅଗରେ ରଖି ସବୁ ପାପରୁ ମୁକ୍ତି
ପାଇଥାଏ। ତାଙ୍କ ଚରଣଧୂଳି ପାଇବାକୁ ଇଛୁକଗଣ ମୋ ସହିତ ଯୋଗାଯୋଗ କରିବାକୁ ଅନୁରୋଧ ।
” ପାଏଁ ଲାଗୁଁ ଗୁଋଶ୍ରୀ
ଓ ବଡଗୁଋମା”
ବିରୋଧୀଦଳିଆଙ୍କ ଏଭଳି ଚକ୍ରାନ୍ତ ଉପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବାପାଇଁ ମୁଁ ଦାବି କରିବା ସହିତ ବିରୋଧୀଦଳିଆଙ୍କର କଡିନିନ୍ଦା କରୁଛି।
” ପାଏଁ ଲାଗୁ ଗୁଋଶ୍ରୀ ଓ ଗୁଋମା” ।