Spread the love

29/6.ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶୋଳ ଛକରେ । ଆଜି ସକାଳୁ ମାଇନିଂ ବିଭାଗର ମୟୁରଭଞ୍ଜ ଡେପୁଟି ଡାଇରେକ୍ଟ ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୩ ଗୋଟି ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ । ଫାଇନ କରିବା ପରେ ମାଇନିଂ ଅଧିକାରୀ ଅନ୍ୟ ଅଞ୍ଚଳକୁ ଯାଉଥିବା ବେଳେ ବଡ଼ବିଶୋଳ ଛକ ନିକଟରେ ଗାଡି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ଫାଇନ ଦେଇଥିବା ଟ୍ରାକ୍ଟର ମାଲିକ ବା ମାଫିଆମାନେ ।

ଦୀର୍ଘ ୧ ଘଣ୍ଟାରୁ ଅଧିକ ହେବ ଅଧିକାରୀଙ୍କ ଗାଡିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କଣ ପାଇଁ କରାଯାଉଛି ତାହାକୁ ନେଇ ଘେରିଛନ୍ତି ମାଫିଆ, ଏହା ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ଏବେ ବି ଅଧିକାରୀମାନେ ଅଟକ ରହିଛନ୍ତି ।
ଯାହାକୁ ନେଇ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୟ ହରାଉଥିବା ବେଳେ ଏଠି ମାଲେମାଲ ହେଉଛନ୍ତି ବାଲି ମାଫିଆ । ଟଙ୍କା ଗଦି ଉପରେ ଶୋଉଚନ୍ତି । ଆଉ ଯେତେବେଳେ ବାଲି ମାଫିଆଙ୍କୁ ସାବଡ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଖୋଜି ଖୋଜି ବାଲି ମାଫିଆଙ୍କୁ ଚଢାଉ କରାଯାଇ ଫାଇନ କଟାଯାଉଛି । ଏ ଅପମାନକୁ ସହି ପାରୁ ନାହାଁନ୍ତି ବାଲି ମାଫିଆ, ରକ୍ତମୁଖା ହେଉଛନ୍ତି । ଆଉ ନିଜର ଗ୍ୟାଙ୍ଗ ଡାକି ମାଇନିଂ ଅଧବକାରୀଙ୍କ ଉପରେ ଜୁଲମ କରୁଛନ୍ତି । ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗର ଗାଡି ଏବଂ ଅଧିକାରୀଙ୍କୁ ରଖିଲେ ଅଟକ ।

Leave a Reply

Your email address will not be published. Required fields are marked *